Son Kill Mother in Puri: ମାଆକୁ ମାରି ରୋଷେଇ ଘରେ ପ୍ଲାଷ୍ଟର୍ କରିଦେଲା ପୁଅ
ମାଆକୁ ମାରି ରୋଷେଇ ଘରେ ପ୍ଲାଷ୍ଟର୍ କରିଦେଲା ପୁଅ। ପୁରୀରେ ପୁଅର ବୀଭତ୍ସ କାଣ୍ଡ। ପୁରୀ କୁମ୍ଭାରପଡ଼ାରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ମାଆଙ୍କୁ ହତ୍ୟା କରିବା ପରେ ଭଡ଼ାଘରର ରୋଷେଇ ଘର ସ୍ଲାବ ତଳେ ଶବକୁ ପ୍ଲାଷ୍ଟର କରି ପୁଅ ଲୁଚାଇଦେଇଥିବା ସନ୍ଦେହ କରାଯାଉଛି ।
ଘର ମାଲିକ ମନୋରମା ସାହୁଙ୍କ ସୂଚନା ଅନୁଯାୟୀ, ଦୁଇ ମାସ ତଳେ ଜଣେ ଜଣେ ମାଆ ଏବଂ ପୁଅ ଆସି ତାଙ୍କ ଘରେ ଆସି ଭଡ଼ା ରହିଥିଲେ । ଗତକାଲି ଠାରୁ ପୁଅ ଜଣଙ୍କ ଫେରାର ମାରିଥିବା ବେଳେ ମାଆଙ୍କର ପତ୍ତା ମିଳୁନି । ତେବେ ସେ ଭଡ଼ା ରହୁଥିବା ରୋଷେଇ ଘରୁ ପ୍ରବଳ ଗନ୍ଧ ବାହାରୁଥିବାରୁ ସନ୍ଦେହ ବଢିଛି ।
ରୋଷେଇ ଘର ସ୍ଲାବ ତଳେ ମୃତଦେହକୁ ପ୍ଲାଷ୍ଟର କରିଦେଇଥିବା ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ ଘର ମାଲିକ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବର୍ତ୍ତମାନ ତନାଘନା ଚଳାଇଛି । ସ୍ଲାବ ତଳେ ପ୍ରକୃତରେ ଶବ ପୋତାଯାଇଛି କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।