Sonia Gandhi Rajiv Gandhi Meeting Story: ଏକ ଛୋଟିଆ ରେସ୍ତୋରାଁରୁ ଆରମ୍ଭ ହୋଇଥିଲା ସୋନିଆ ଓ ରାଜୀବଙ୍କ ପ୍ରେମ ଯାତ୍ରା

Oct 24, 2026 - 17:29
Sonia Gandhi  Rajiv Gandhi Meeting Story: ଏକ ଛୋଟିଆ ରେସ୍ତୋରାଁରୁ ଆରମ୍ଭ ହୋଇଥିଲା ସୋନିଆ ଓ ରାଜୀବଙ୍କ ପ୍ରେମ ଯାତ୍ରା

ନୂଆଦିଲ୍ଲୀ: କଂଗ୍ରେସ ର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ନିଜ ପୁସ୍ତକ 'ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ୍ ଲଭ୍' ମାଧ୍ୟମରେ ରାଜୀବ ଗାନ୍ଧିଙ୍କ ସହ ଜଡ଼ିତ ଏକ ରୋଚକ ତଥ୍ୟ ସେୟାର କରିଛନ୍ତି।

ସେ କହିଛନ୍ତି ଯେ, ତାଙ୍କ ଓ ରାଜୀବ ଗାନ୍ଧିଙ୍କ ପ୍ରେମ କାହାଣୀର ଆରମ୍ଭ କେମ୍ବ୍ରିଜ୍‌ର ଏକ ଛୋଟ ଗ୍ରୀକ୍ ରେସ୍ତୋରାଁରୁ ହୋଇଥିଲା।

Advertisment ସୋନିଆ ଗାନ୍ଧି ସୋସିଆଲ ମିଡିଆରେ ଲେଖିଛନ୍ତି, “କେମ୍ବ୍ରିଜ୍‌ର ଏକ ଛୋଟ ଗ୍ରୀକ୍ ରେସ୍ତୋରାଁରେ ମୋର ପ୍ରେମର ଯାତ୍ରା ଆରମ୍ଭ ହୋଇଥିଲା।

ରାଜୀବ ଓ ମୁଁ ପ୍ରେମ, ହସଖୁସି ଏବଂ ସ୍ମୃତିରେ ଭରପୂର ଏକ ଦୁନିଆ ସୃଷ୍ଟି କରିଥିଲୁ।

ନଭେମ୍ବର ୧୦ ତାରିଖରେ ମୁଁ ସେହି ଦୁନିଆକୁ ଆପଣମାନଙ୍କ ସହ ବାଣ୍ଟିବି।” ଇଂଲଣ୍ଡର ଖାଦ୍ୟ ବିଷୟରେ କ'ଣ କହିଥିଲେ ସୋନିଆ ଗାନ୍ଧି?

ରାଜୀବ ଗାନ୍ଧିଙ୍କ ସହ ପ୍ରଥମ ସାକ୍ଷାତର କାହାଣୀ କହିବା ସମୟରେ ସୋନିଆ ଗାନ୍ଧି ଇଂଲଣ୍ଡର ଖାଦ୍ୟ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ।

ସେ କହିଥିଲେ ଯେ, ଇଂଲଣ୍ଡରେ ଖାଦ୍ୟ ବହୁତ ଖରାପ ଥିଲା।

ସେହି ସମୟରେ ଆଜି ଭଳି ଏତେ ସଂଖ୍ୟାରେ ରେସ୍ତୋରାଁ ନଥିଲା।

ତେଣୁ ସେ ସବୁବେଳେ ଏପରି ଏକ ସ୍ଥାନ ଖୋଜୁଥିଲେ, ଯେଉଁଠାରେ ନିଜ ପସନ୍ଦର ଇଟାଲୀୟ ଖାଦ୍ୟ ମିଳିପାରିବ।

ଶେଷରେ ତାଙ୍କୁ ଏପରି ଏକ ସ୍ଥାନ ମିଳିଥିଲା।

ତାହା ଥିଲା ଏକ ଗ୍ରୀକ୍ ରେସ୍ତୋରାଁ, ଯେଉଁଠାକୁ ଅନେକ ଛାତ୍ରଛାତ୍ରୀ, ବିଶେଷକରି ୟୁରୋପୀୟ ଓ ଭାରତୀୟ ଛାତ୍ରଛାତ୍ରୀ ଖାଇବାକୁ ଆସୁଥିଲେ।

ସେହି ରେସ୍ତୋରାଁରେ ହିଁ ସୋନିଆଙ୍କର ରାଜୀବ ଗାନ୍ଧିଙ୍କ ସହ ପ୍ରଥମ ସାକ୍ଷାତ ହୋଇଥିଲା।

ଭାଲେଣ୍ଟାଇନ୍ ପାର୍ଟିକୁ ଯାଇଥିଲେ ସୋନିଆ-ରାଜୀବ ଗାନ୍ଧି ସୋନିଆ ଗାନ୍ଧି ରାଜୀବଙ୍କ ବିଷୟରେ ଆଲୋଚନା କରି କହିଛନ୍ତି , ' ରାଜୀବଙ୍କୁ ପ୍ରଥମ ଥର ଦେଖିବା ମାତ୍ରେ ମୋର ଅନୁଭବ ହୋଇଥିଲା ଯେ ସେ ଏପରି ଜଣେ ବ୍ୟକ୍ତି, ଯାହାଙ୍କ ସହ ରହିବାକୁ ମୋତେ ବହୁତ ଭଲ ଲାଗିବ।

ପରେ ମୁଁ ଜାଣିବାକୁ ପାଇଥିଲି ଯେ ରାଜୀବଙ୍କ ମନରେ ମଧ୍ୟ ସମାନ ଭାବନା ଥିଲା।

ମୋର ମନେ ଅଛି, ଯେତେବେଳେ ଆମେ ପ୍ରଥମ ଥର ସାକ୍ଷାତ କରିଥିଲୁ, ସେତେବେଳେ ଆମର ଜଣେ ସାଧାରଣ ବନ୍ଧୁ ଆମ ଦୁହିଁଙ୍କର ପରିଚୟ କରାଇଥିଲେ।

ଏହାପରେ ଆମେ ବନ୍ଧୁ ହୋଇଗଲୁ।

ଆମେ ଅନ୍ୟ ବନ୍ଧୁମାନଙ୍କ ସହ ପାର୍ଟିକୁ ଯିବା ଏବଂ ବୁଲାବୁଲି କରିବା ଆରମ୍ଭ କଲୁ।

ଆମେ ଦୁହେଁ ଏକ ଭାଲେଣ୍ଟାଇନ୍ ପାର୍ଟିକୁ ଯାଇଥିଲୁ, ଯେଉଁଠାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ରାଜୀବ ଦେଖିବାକୁ ବହୁତ ଶାନ୍ତ ସ୍ୱଭାବର ଲାଗୁଥିଲେ।

ତାଙ୍କ ସ୍ୱଭାବରେ ଏକ ବିଶେଷ କୋମଳତା ଥିଲା।

ଏହି ଗୁଣ ମୋତେ ବେଶ୍ ପ୍ରଭାବିତ କରିଥିଲା।

ରାଜୀବଙ୍କ ସହ ହୋଇଥିବା ସେହି ପ୍ରଥମ ସାକ୍ଷାତକୁ ମୁଁ କେବେ ଭୁଲିପାରିବି ନାହିଁ ।' ଏଥର ମଧ୍ୟ ଆମେ ଜିରୋ କାଜୁଆଲ୍‌ଟି ହାସଲ କରିବୁ: ମୁଖ୍ୟମନ୍ତ୍ରୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।