Sonia Gandhi: ଜରୁରୀକାଳୀନ ପରିସ୍ଥିତିକୁ ନେଇ ସୋନିଆ ଗାନ୍ଧୀଙ୍କ ବହିରେ ରହିଛି ଉଲ୍ଲେଖ

Nov 07, 2026 - 18:56
Sonia Gandhi: ଜରୁରୀକାଳୀନ ପରିସ୍ଥିତିକୁ ନେଇ ସୋନିଆ ଗାନ୍ଧୀଙ୍କ ବହିରେ ରହିଛି ଉଲ୍ଲେଖ

ନୂଆଦିଲ୍ଲୀ: କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଙ୍କ ପୁସ୍ତକ 'ବିଲଙ୍ଗିଙ୍ଗ: ଏ ଜର୍ଣ୍ଣି ଅଫ ଲଭ' ନିକଟରେ ସାମ୍ନାକୁ ଆସିଛି।

ଏହି ପୁସ୍ତକରେ ସେ ଦେଶରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ବା ଏମର୍ଜେନ୍ସି ସମୟର ଘଟଣା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି।

ସେହି ସମୟରେ ସେ କ'ଣ ଦେଖିଥିଲେ ଏବଂ କିପରି ଅନୁଭବ କରିଥିଲେ, ତାହା ପୁସ୍ତକରେ ଲେଖିଛନ୍ତି।

Advertisment ସୂଚନାଯୋଗ୍ୟ, ୧୯୭୫ରୁ ୧୯୭୭ ମଧ୍ୟରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା।

ସେହି ସମୟର ଘଟଣାଗୁଡ଼ିକୁ ନେଇ ସୋନିଆଙ୍କ ପୁସ୍ତକରେ ଥିବା ଲେଖା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଜରୁରୀକାଳୀନ ପରିସ୍ଥିତିକୁ ନେଇ କ'ଣ କହିଲେ ସୋନିଆ?

ସାକ୍ଷାତକାରରେ ସୋନିଆ ଗାନ୍ଧୀ କହିଛନ୍ତି ଯେ ଜରୁରୀକାଳୀନ ପରିସ୍ଥିତି ଶେଷ ହେବା ପରେ ହିଁ ସେହି ସମୟରେ କ'ଣ ସବୁ ଘଟୁଥିଲା ଏବଂ ପରିସ୍ଥିତି କେତେ ଗମ୍ଭୀର ଥିଲା, ତାହା ସେ ଜାଣିପାରିଥିଲେ।

ସେ ସ୍ୱୀକାର କରିଛନ୍ତି ଯେ ସେହି ସମୟରେ ଗଣତାନ୍ତ୍ରିକ ଅଧିକାରକୁ ସୀମିତ କରାଯାଇଥିଲା ଏବଂ 'ହେବିୟସ୍ କର୍ପସ୍‌' ଅର୍ଥାତ୍‌ ବନ୍ଦୀ ପ୍ରତ୍ୟକ୍ଷୀକରଣ ଅଧିକାରକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା।

ତେବେ ଏସବୁ ସାମ୍ବିଧାନିକ ପ୍ରକ୍ରିୟା ଅନୁଯାୟୀ କରାଯାଇଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି।

ସୋନିଆ ଆହୁରି ଲେଖିଛନ୍ତି ଯେ, ସେହି ସମୟକୁ ଫେରି ଇନ୍ଦିରା ଗାନ୍ଧୀଙ୍କ ଦୃଷ୍ଟିକୋଣରୁ ଘଟଣାଗୁଡ଼ିକୁ ଦେଖିଲେ ତାଙ୍କୁ ଲାଗେ ଯେ ଇନ୍ଦିରା ଦ୍ରୁତଗତିରେ ବିଗିଡ଼ି ଯାଉଥିବା ପରିସ୍ଥିତି ସହ ଲଢ଼ୁଥିଲେ।

ସେହି ସମୟରେ ବିରୋଧ ପ୍ରଦର୍ଶନ ହିଂସାତ୍ମକ ହୋଇଯାଇଥିଲା।

ସରକାରୀ କାର୍ଯ୍ୟାଳୟ ଓ ସାର୍ବଜନୀନ ପରିବହନ ବ୍ୟବସ୍ଥାରେ ନିଆଁ ଲଗାଇବା ଭଳି ଘଟଣା ଘଟୁଥିଲା।

ସବୁଆଡ଼େ ଯୋଜନାବଦ୍ଧ ଅସନ୍ତୋଷ ବ୍ୟାପିଥିଲା।

ଏପରିକି ଅମଲାତନ୍ତ୍ର ଓ ସଶସ୍ତ୍ର ବାହିନୀକୁ ସରକାରୀ ଆଦେଶ ନମାନିବାକୁ ମଧ୍ୟ ଆହ୍ୱାନ ଦିଆଯାଉଥିଲା।

ଆଜି ପଛକୁ ଫେରି ଦେଖିଲେ ଆମେ ସେହି ଘଟଣାଗୁଡ଼ିକୁ ଅଧିକ ଭଲ ଭାବେ ବୁଝିପାରୁଛୁ।

କିନ୍ତୁ ଏହା ଭୁଲିବା ଉଚିତ୍‌ ନୁହେଁ ଯେ ଇନ୍ଦିରା ଗାନ୍ଧୀ ନିଜେ ପରିସ୍ଥିତିକୁ ବୁଝିଥିଲେ ଏବଂ ମାର୍ଚ୍ଚ ୧୯୭୭ରେ ନିର୍ବାଚନ କରାଇବାକୁ ନିଷ୍ପତ୍ତି ନେଇଥିଲେ।

ପରବର୍ତ୍ତୀ ସମୟରେ ଇନ୍ଦିରା ଗାନ୍ଧୀ ସାର୍ବଜନୀନ ଭାବେ ନିଜର ନିଷ୍ପତ୍ତିକୁ ନେଇ ଅନୁତାପ ପ୍ରକାଶ କରିଥିଲେ ଏବଂ ଜରୁରୀକାଳୀନ ସମୟରେ ହୋଇଥିବା ଅତ୍ୟାଚାର ପାଇଁ କ୍ଷମା ମଧ୍ୟ ମାଗିଥିଲେ।

ଜରୁରୀକାଳୀନ ପରିସ୍ଥିତିକୁ ନେଇ ସୋନିଆ ଗାନ୍ଧୀଙ୍କ ଏହି ମନ୍ତବ୍ୟ ଗୁରୁତ୍ୱପୂର୍ଣ୍ଣ।

କାରଣ ଏମର୍ଜେନ୍ସି କଂଗ୍ରେସର ଇତିହାସର ଅନ୍ୟତମ ସମ୍ବେଦନଶୀଳ ବିଷୟ ଭାବେ ରହିଆସିଛି।

ସେହି ସମୟରେ ନିଜେ ଯାହା ଦେଖିଥିଲେ, ତାହାକୁ ସୋନିଆ ନିଜ ପୁସ୍ତକରେ ସ୍ଥାନ ଦେଇଛନ୍ତି।

ଦୀପାବଳି ଅନ୍ଧାର ଉପରେ ଆଲୋକ, ନିରାଶା ଉପରେ ଆଶାର ଅନନ୍ତ ବିଜୟର ପ୍ରତୀକ: ପ୍ରଧାନମନ୍ତ୍ରୀ ମୋଦୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।