Sonia Gandhi: ସୋନିଆ ଗାନ୍ଧୀଙ୍କ ମେମୋଏର୍‌ ଛାପିବ ହାର୍ପରକଲିନ୍ସ

Sep 04, 2026 - 15:26
Sonia Gandhi: ସୋନିଆ ଗାନ୍ଧୀଙ୍କ ମେମୋଏର୍‌ ଛାପିବ ହାର୍ପରକଲିନ୍ସ

"ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ମେମୋଏର୍‌ "ବିଲଙ୍ଗିଂ: ଏ ଜର୍ନି ଅଫ୍ ଲଭ୍‌"ର ପ୍ରକାଶନରୁ ପେଙ୍ଗୁଇନ୍ ରାଣ୍ଡମ୍ ହାଉସ୍ ଇଣ୍ଡିଆ ହଟିବା ପରେ ବିବାଦ ଦେଖାଯାଇଥିଲା।

ତେବେ ହାର୍ପରକଲିନ୍ସ ଇଣ୍ଡିଆ ଏହି ମେମୋଏର୍‌ ପ୍ରକାଶ କରିବ ବୋଲି ଶୁକ୍ରବାର ଘୋଷଣା କରିଛି। "ବିଲଙ୍ଗିଂ: ଏ ଜର୍ନି ଅଫ୍ ଲଭ୍" ନଭେମ୍ବର ୧୦ ତାରିଖରେ ବିଶ୍ୱବ୍ୟାପୀ ମୁକ୍ତିଲାଭ କରିବ।

ଏଥିରେ ଯୁଦ୍ଧ ପରବର୍ତ୍ତୀ ଇଟାଲୀରେ ସୋନିଆ ଗାନ୍ଧୀଙ୍କ ପିଲାଦିନରୁ ଭାରତରେ ତାଙ୍କ ଜୀବନ, ​​ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସହ ତାଙ୍କ ବିବାହ ଓ ଭାରତୀୟ ରାଜନୀତିର କେନ୍ଦ୍ରରେ ତାଙ୍କ ଦଶନ୍ଧି ଧରି ରହିଥିବା ଯାତ୍ରାର ବର୍ଣ୍ଣନା କରାଯାଇଛି।Advertisment ରାଜି ହୋଇ ନଥିଲେ ସୋନିଆ ଗାନ୍ଧୀ କଂଗ୍ରେସ ନେତ୍ରୀଙ୍କ କାର୍ଯ୍ୟକୁ "ଆମ ସମୟର ସବୁଠାରୁ ପ୍ରତୀକ୍ଷିତ ରାଜନୈତିକ ମେମୋରଏର୍‌ ମଧ୍ୟରୁ ଗୋଟିଏ" ବୋଲି ଅଭିହିତ କରି ହାର୍ପରକଲିନ୍ସ କହିଛନ୍ତି ଯେ, ଏହି ପୁସ୍ତକ ଭାରତର ଯାତ୍ରାର ଏକ ବିରଳ ଅନ୍ତର୍ନିହିତ ଦୃଷ୍ଟିକୋଣ ପ୍ରଦାନ କରେ।

ପେଙ୍ଗୁଇନ୍ ଇଣ୍ଡିଆ ଭାରତରେ ପୁସ୍ତକ ପ୍ରକାଶ ନକରିବାକୁ ନିଷ୍ପତ୍ତି ନେବା ପରେ ଏହି ବିକାଶ ଘଟିଛି।

ରିପୋର୍ଟ ଅନୁଯାୟୀ ପେଙ୍ଗୁଇନ୍‌ ଇଣ୍ଡିଆ ମୂଳ ଲେଖାର କିଛି ଅଂଶରେ ସମ୍ପାଦକୀୟ ପରିବର୍ତ୍ତନ ଓ ବିଲୋପ ଚାହୁଁଥିଲେ, ଯେଉଁଥିପାଇଁ ସୋନିଆ ଗାନ୍ଧୀ ରାଜି ହୋଇ ନଥିଲେ।

Air India: ଫୁକେଟ୍‌-ଦିଲ୍ଲୀ ବିମାନ ଦୁର୍ଘଟଣା: ପାଇଲଟ୍‌ ଡ୍ରଗ୍‌ ପରୀକ୍ଷାରେ ପଜିଟିଭ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।