SOP Announced for Free KG-to-PG Education: କେଜିରୁ ପିଜି ମାଗଣା ଶିକ୍ଷା, SOP ଘୋଷଣା କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

Jul 14, 2026 - 12:29
SOP Announced for Free KG-to-PG Education: କେଜିରୁ ପିଜି ମାଗଣା ଶିକ୍ଷା, SOP ଘୋଷଣା କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

କେଜିରୁ ପିଜି ମାଗଣା ଶିକ୍ଷା ପ୍ରସଙ୍ଗରେ SOP ଘୋଷଣା କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । କହିଲେ, ଆର୍ଥିକ ଅନଗ୍ରସର ପାଇଁ କେହି ଉଚ୍ଚଶିକ୍ଷାରୁ ବଞ୍ଚିତ ହେବେନି । ଗୁଣାତ୍ମକ ଶିକ୍ଷା ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ତେବେ ପ୍ରଫେସନାଲ କୋର୍ସକୁ ଏଥିରୁ ବାଦ୍ ଦିଆଯାଇଛି ବୋଲି ସେ କହିଛନ୍ତି ।

କୌଣସି କଲେଜକୁ ଆର୍ଥିକ ଚାପ ପଡ଼ିବନି ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ଏବର୍ଷ ରି-ଆଡମିଶନ SAMS ମାଧ୍ୟମରେ ହେବ । ଆଡମିଶନ୍ ଟଙ୍କା ପିଲାଙ୍କୁ ଫେରସ୍ତ କରାଯିବ । କଲେଜ ନିଜ ମନଇଚ୍ଛା ଫି’ ବଢ଼ାଇ ପାରିବେନି ବୋଲି ମନ୍ତ୍ରୀ କହିଛନ୍ତି । 

କେଜିରୁ ପିଜି ମାଗଣା ଶିକ୍ଷା ବ୍ୟବସ୍ଥା ପ୍ରସଙ୍ଗ 
SOP ଘୋଷଣା କଲେ ଉଚ୍ଚଶିକ୍ଷା ମନ୍ତ୍ରୀ 
‘ଆର୍ଥିକ ଅନଗ୍ରସର ପାଇଁ କେହି ଉଚ୍ଚଶିକ୍ଷାରୁ ବଞ୍ଚିତ ହେବେନି’
‘ଗୁଣାତ୍ମକ ଶିକ୍ଷା ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ଲକ୍ଷ୍ୟ’
‘ପ୍ରଫେସନାଲ କୋର୍ସକୁ ଏଥିରୁ ବାଦ୍ ଦିଆଯାଇଛି’
‘କୌଣସି କଲେଜକୁ ଆର୍ଥିକ ଚାପ ପଡ଼ିବନି
‘ଏବର୍ଷ ରି-ଆଡମିଶନ SAMS ମାଧ୍ୟମରେ ହେବ’
‘ଆଡମିଶନ୍ ଟଙ୍କା ପିଲାଙ୍କୁ ଫେରସ୍ତ ହେବ’
‘କଲେଜ୍ ନିଜ ମନଇଚ୍ଛା ଫି’ ବଢ଼ାଇ ପାରିବେନି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।