Sourav Ganguly: ସୌରଭ ଗାଙ୍ଗୁଲିଙ୍କୁ ଝଟ୍‌କା: ‘ଦୂସରା’ ଫିଲ୍ମ ରିଲିଜ୍ ଉପରେ ରୋକ୍ ଲଗାଇବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ

Oct 23, 2026 - 16:33
Sourav Ganguly: ସୌରଭ ଗାଙ୍ଗୁଲିଙ୍କୁ ଝଟ୍‌କା: ‘ଦୂସରା’ ଫିଲ୍ମ ରିଲିଜ୍ ଉପରେ ରୋକ୍ ଲଗାଇବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଙ୍କୁ ଦିଲ୍ଲୀ ହାଇକୋର୍ଟ ରୁ ଏକ ବଡ଼ ଝଟ୍‌କା ଲାଗିଛି।

ଆଜି ମୁକ୍ତିଲାଭ କରିବାକୁ ଥିବା ହିନ୍ଦୀ ଚଳଚ୍ଚିତ୍ର 'ଦୂସରା'ର ରିଲିଜ୍ ଉପରେ ସ୍ଥଗିତାଦେଶ ଜାରି କରିବାକୁ ଦାବି କରି ଗାଙ୍ଗୁଲି ଦାଖଲ କରିଥିବା ପିଟିସନ୍‌କୁ ହାଇକୋର୍ଟ ଖାରଜ କରିଦେଇଛନ୍ତି।

ଫଳରେ ଫିଲ୍ମର ନିର୍ମାତାମାନଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି ଏବଂ ନିର୍ଦ୍ଧାରିତ ସମୟରେ ଫିଲ୍ମଟି ପ୍ରେକ୍ଷାଳୟକୁ ଆସିବା ପାଇଁ ବାଟ ଫିଟିଛି।

Advertisment ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଦିନେଶ ଭଟ୍ଟ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, "ଆମେ ଫିଲ୍ମର ରିଲିଜ୍ ଉପରେ କୌଣସି ରୋକ୍ ଲଗାଉନାହୁଁ, ତେଣୁ ଫିଲ୍ମଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିପାରିବ"।

ତେବେ ଗାଙ୍ଗୁଲିଙ୍କ ପକ୍ଷରୁ ଉଠାଯାଇଥିବା ଆଇନଗତ ଆପତ୍ତି ଉପରେ କୋର୍ଟରେ ପରବର୍ତ୍ତୀ ଶୁଣାଣି ଜାରି ରହିବ।

ଆହୁରି ପଢନ୍ତୁ: Murder: ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ, ମାଲଗୁଡ଼ିଆ ଛକରୁ ମୃତଦେହ ଉଦ୍ଧାର ମାମଲାଟି କ'ଣ?

ସୌରଭ ଗାଙ୍ଗୁଲି ଏବଂ ତାଙ୍କ ଜୀବନୀ ନିର୍ମାଣ କରୁଥିବା ପ୍ରୋଡକ୍ସନ୍ ହାଉସ୍ 'ଲଭ୍ ଫିଲ୍ମସ' ମିଳିତ ଭାବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଗାଙ୍ଗୁଲି ଅଭିଯୋଗ କରିଛନ୍ତି ଯେ, 'ଦୂସରା' ଫିଲ୍ମର ନିର୍ମାତାମାନେ ତାଙ୍କର ବିନା ଅନୁମତିରେ ତାଙ୍କର ନାମ, ବ୍ୟକ୍ତିଗତ ଅଧିକାର ଏବଂ ତାଙ୍କ କ୍ରିକେଟ କ୍ୟାରିୟରର ପ୍ରସିଦ୍ଧ ମୁହୂର୍ତ୍ତଗୁଡ଼ିକୁ ବ୍ୟବହାର କରିଛନ୍ତି।

୨୦୦୨ ନାଟୱେଷ୍ଟ ସିରିଜ୍ ଫାଇନାଲରେ ଲର୍ଡସ ବାଲକୋନିରେ ଗାଙ୍ଗୁଲି ଶାର୍ଟ ଖୋଲି ଉତ୍ସବ ପାଳନ କରିଥିବା ଐତିହାସିକ ଦୃଶ୍ୟକୁ 'ଦୂସରା' ଫିଲ୍ମର ଟ୍ରେଲର୍ ଓ ପ୍ରଚାରରେ ବ୍ୟବହାର କରାଯାଇଛି।

ଗାଙ୍ଗୁଲି 'ଲଭ୍ ଫିଲ୍ମସ' ସହ ତାଙ୍କର ଅଫିସିଆଲ୍ ବାୟୋପିକ୍ 'ଦାଦା - ଦ ସୌରଭ ଗାଙ୍ଗୁଲି ଷ୍ଟୋରୀ' ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି, ଯାହା ୨୦୨୭ ମସିହାରେ ମୁକ୍ତିଲାଭ କରିବ।

ଏଭଳି ପରିସ୍ଥିତିରେ 'ଦୂସରା' ଫିଲ୍ମ ରିଲିଜ୍ ହେଲେ ତାଙ୍କର ଅଧିକାର ଉଲ୍ଲଂଘନ ହେବ ବୋଲି ସେ ଦାବି କରିଥିଲେ।

ଆହୁରି ପଢନ୍ତୁ: Bangladesh Jail: ଦଣ୍ଡ ପୂରଣ ହେବା ପରେ ବି ବାଂଲାଦେଶ ଜେଲ୍‌ରେ ଅଛନ୍ତି ୧୬୦ରୁ ଅଧିକ ଭାରତୀୟ କଏଦୀ ଅନ୍ୟପକ୍ଷରେ, 'ଦୂସରା' ଫିଲ୍ମର ପ୍ରଯୋଜକ ଓ ଓକିଲ କୋର୍ଟଙ୍କୁ ଜଣାଇଥିଲେ ଯେ ଏହି ଫିଲ୍ମଟି ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍ ନୁହେଁ।

ଏହା ରାଜସ୍ଥାନର ଜଣେ ମଧ୍ୟବିତ୍ତ ପରିବାରର ଝିଅ (ତାରା) ର କାହାଣୀ, ଯିଏ ଟିଭିରେ ଗାଙ୍ଗୁଲିଙ୍କ ନିର୍ଭୀକ କ୍ରିକେଟ ଶୈଳୀ ଓ ନାଟୱେଷ୍ଟ ବିଜୟ ଦେଖି ନିଜ ଜୀବନରେ କଠିନ ପରିସ୍ଥିତିର ସାମ୍ନା କରିବାକୁ ପ୍ରେରଣା ପାଏ।

ଫିଲ୍ମରେ ବ୍ୟବହୃତ ଆର୍କାଇଭ୍ ଫୁଟେଜ୍ ପାଇଁ ଆବଶ୍ୟକୀୟ ଅନୁମତି ନିଆଯାଇଛି ବୋଲି ନିର୍ମାତା ଦାବି କରିଛନ୍ତି।

ମାଶା ସଜଦେହ ଓ ରୋହନ ସଜଦେହ ଏହାର ପ୍ରଯୋଜନା କରିଥିବା ବେଳେ ଏହାର କାହାଣୀ ଆଗ୍ନେଲୋ ଅସୱିନ୍ ଡିଆସ୍ ଲେଖିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।