Squash: ମହିଳା ସ୍କ୍ବାସ୍ ଦଳକୁ କାଂସ୍ୟ
"ନାଗୋୟା: ଚଳିତ ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ସ୍କ୍ବାସ୍ ଦଳ କାଂସ୍ୟରେ ସନ୍ତୁଷ୍ଟ ରହିଛି।
ଗୁରୁବାର ସେମିଫାଇନାଲ୍ରେ ଅନାହାତ ସିଂହ, ତନ୍ବୀ ଖାନା ଓ ଭେଟେରାନ୍ ଜ୍ୟୋତ୍ସ୍ନା ଚିନାପ୍ପାଙ୍କୁ ନେଇ ଗଠିତ ଭାରତୀୟ ଦଳ ୧-୨ରେ ହଂକଂଠୁ ପରାସ୍ତ ହୋଇଛି।
ପ୍ରଥମ ମ୍ୟାଚ୍ରେ ୧୮ ବର୍ଷୀୟା ଅନାହାତ ୧୧-୯, ୧୧-୧୮, ୬-୧୧, ୧୧-୧୩, ୧୦-୧୨ରେ ସିନ୍ ୟୁକ୍ ଚାନ୍ଙ୍କଠୁ ହାରିଯିବାରୁ ଭାରତ ୦-୧ରେ ପଛରେ ରହିଥିଲା।
ହେଲେ ତନ୍ବୀ ୪-୧୧, ୧୩-୧୧, ୧୧-୯, ୧୩-୧୧ରେ କା ୟି ଲିଙ୍କୁ ହରାଇ ପ୍ରତ୍ୟାବର୍ତ୍ତନ ସୁଯୋଗ ଦେଇଥିଲେ।Advertisment ଜ୍ୟୋତ୍ସ୍ନା ମୋଟ ୭ ପଦକ ଜିତିଛନ୍ତି ଶେଷ ମ୍ୟାଚ୍ରେ ଜ୍ୟୋତ୍ସ୍ନା ୪-୧୧, ୭-୧୧, ୯-୧୧ରେ ହୋ ତିଜି ଲୋକ୍ଙ୍କଠୁ ହାରିଯିବାରୁ ଭାରତ ଫାଇନାଲ୍ରେ ପହଞ୍ଚିବାରେ ବିଫଳ ହୋଇଥିଲା।
ଏହି କାଂସ୍ୟ ସହ ୪୦ ବର୍ଷୀୟା ଜ୍ୟୋତ୍ସ୍ନା ଲଗାତାର ୭ ଏସୀୟ କ୍ରୀଡ଼ାରେ ପଦକ ଜିତିବାର ଗୌରବ ପାଇଛନ୍ତି।
୨୦୦୨ରେ ଏସୀୟ କ୍ରୀଡ଼ାରେ ପଦାର୍ପଣ କରିଥିବା ଜ୍ୟୋତ୍ସ୍ନା ମୋଟ ୭ (୨ ରୌପ୍ୟ, ୫ କାଂସ୍ୟ) ପଦକ ଜିତିଛନ୍ତି।
ସେ ମଧ୍ୟ ପ୍ରଥମ ଭାରତୀୟ ଭାବେ ସର୍ବାଧିକ ଏସୀୟ କ୍ରୀଡ଼ା ଖେଳିବା ଗୌରବ ପାଇଛନ୍ତି।
Asian Games 2026: ସେଲିଂ: ପ୍ରିନ୍ସ-ମନୁଙ୍କୁ ସ୍କିଫ୍ ରୌପ୍ୟ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।