Sreelekha Resigns: ତିରୁଅନନ୍ତପୁରମ୍‌ କର୍ପୋରେସନ କାଉନସିଲର୍‌ ପଦରୁ ଶ୍ରୀଲେଖାଙ୍କ ଇସ୍ତଫା

Oct 03, 2026 - 18:50
Sreelekha Resigns: ତିରୁଅନନ୍ତପୁରମ୍‌ କର୍ପୋରେସନ କାଉନସିଲର୍‌ ପଦରୁ ଶ୍ରୀଲେଖାଙ୍କ ଇସ୍ତଫା

"ତିରୁଅନନ୍ତପୁରମ୍‌: କେରଳମ୍‌ରେ ବିଜେପିକୁ ଶକ୍ତ ଧକ୍କା ଲାଗିଛି।

ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଆର୍‌ ଶ୍ରୀଲେଖା ଦଳୀୟ ମତଭେଦ ନେଇ ତିରୁଅନନ୍ତପୁରମ୍‌ ନିଗମ କାଉନସିଲର୍‌ ପଦରୁ ଇସ୍ତଫା ଦେଇଛନ୍ତି।

ନଗର ନିଗମ ମେୟର ପଦ ପାଇବାରୁ ବଞ୍ଚିତ ହେବା ପରେ ଦଳୀୟ ନେତୃତ୍ବ ସହିତ ତାଙ୍କର ମତଭେଦ ଲାଗି ରହିଥିଲା।Advertisment ବିଜେପିର ସାସ୍ଥମଙ୍ଗଳମ୍ କାଉନସିଲର ଶ୍ରୀଲେଖା ୱାର୍ଡର ହ୍ୱାଟସଆପ୍ ଗ୍ରୁପ୍ ମାଧ୍ୟମରେ ତାଙ୍କର ନିଷ୍ପତ୍ତି ଜଣାଇଥିଲେ।

ଶ୍ରୀଲେଖା କହିଛନ୍ତି, ବ୍ୟକ୍ତିଗତ କାରଣ ଦର୍ଶାଇ ସେପ୍ଟେମ୍ବର ୩୦ ତାରିଖରେ ସେ ମେୟର ଭିଭି ରାଜେଶଙ୍କ ନିକଟକୁ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି।

ଜିଲ୍ଲାପାଳଙ୍କୁ ସେ ସୋମବାର (ଅକ୍ଟୋବର ୫) ତାରିଖରେ ତାଙ୍କ ଇସ୍ତଫା ପ୍ରଦାନ କରିବେ।

ମେୟର ରାଜେଶ ମଧ୍ୟ ଇସ୍ତଫା ପତ୍ର ପାଇଥିବା ଗଣମାଧ୍ୟମ ସମ୍ମୁଖରେ ସ୍ବୀକାର କରିଛନ୍ତି।

୧୦୧ ଆସନ ବିଶିଷ୍ଟ କାଉନସିଲରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ୫୦ ଆସନ ଜିତି ସ୍ବାଧୀନ କାଉନସିଲରଙ୍କ ସମର୍ଥନରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି।

ଅନ୍ୟପକ୍ଷରେ ଶ୍ରୀଲେଖାଙ୍କ ମନେଇବାକୁ ଉଦ୍ୟମ ଚାଲିଛି।

ନୟାପଲ୍ଲୀ ଦୁଷ୍କର୍ମ ମାମଲା: ୩୦୦ରୁ ଅଧିକ ସିସିଟିଭି ଯାଞ୍ଚ ପରେ ଧରାପଡ଼ିଲା ଦୁଷ୍କର୍ମକାରୀ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।