Srujana Saptapadi: ‘ସୃଜନ ସପ୍ତପଦୀ’: ‘ସୃଜନ ସପ୍ତପଦୀ’ରେ ବିଶିଷ୍ଟ ଲେଖକ ଅରବିନ୍ଦ ପଟ୍ଟନାୟକ.... ତାଙ୍କ ସହ କିଞ୍ଚିତ୍‌ ଆଳାପ...

Oct 12, 2026 - 17:21
Srujana Saptapadi: ‘ସୃଜନ ସପ୍ତପଦୀ’: ‘ସୃଜନ ସପ୍ତପଦୀ’ରେ ବିଶିଷ୍ଟ ଲେଖକ ଅରବିନ୍ଦ ପଟ୍ଟନାୟକ.... ତାଙ୍କ ସହ କିଞ୍ଚିତ୍‌ ଆଳାପ...

"ଲୋକପରମ୍ପରା, ଲୋକଧାରା କ୍ରମେ କ୍ଷୀଣପ୍ରାଣ ହୋଇଆସୁଛି "ଦିନଯାଏ ଦିନଆସେ" ଆପଣଙ୍କର ଆତ୍ମଜୀବନୀ।

ଏ ନାଆଁଟି ଟିକିଏ ବଦଳି "ଦିନଆସେ ଦିନଯାଏ" ତ ହୋଇପାରି ଥାଆନ୍ତା!Advertisment ଆତ୍ମଜୀବନୀଟି ଅତୀତରୁ ବର୍ତ୍ତମାନ ଆଡ଼କୁ ଗତିକ୍ରମର କାହାଣୀ।

ଜୀବନ ନିତ୍ୟ ନୂତନ ହୋଇ ଦିନଗୁଡ଼ିକୁ ଛାଡ଼ି ଛାଡ଼ି, ନୂଆ ଦିନଗୁଡ଼ିକୁ ଘେନି ଘେନି ଗତିକରେ।

ଯାଇଥିବା ଓ ଯାଉଥିବା ଦିନଗୁଡ଼ିକୁ ଘେନି ଘେନି ଆତ୍ମଜୀବନୀର ଲେଖା ଆଗାଏ।

ତେଣୁ ନାଆଁଟି ହୋଇଯାଇଛି "ଦିନଯାଏ ଦିନଆସେ"।

ଆହୁରି ପଢ଼ନ୍ତୁ- Student Council Selection Dispute ମା" ମାର୍କମା ମହାବିଦ୍ୟାଳୟ ଛାତ୍ରସଂସଦ ନିର୍ବାଚନ: ମନୋନୟନ ପ୍ରକ୍ରିୟାକୁ ନେଇ ବିଜ୍ଞାନ ଓ କଳା ଛାତ୍ରଛାତ୍ରୀ ମୁହାଁମୁହିଁ ଆଉ କିଛିମାସ ପରେ ଆପଣ ୯୦ ବର୍ଷରେ ପହଞ୍ଚିବେ।

ପ୍ରବନ୍ଧ, ରମ୍ୟରଚନା, କବିତା, ଶିଶୁସାହିତ୍ୟ, ଆତ୍ମଜୀବନୀ ଲେଖି ସାରିଛନ୍ତି।

ଆଉ କିଛି ଲେଖିବାର ଇଚ୍ଛା ବାକି ଅଛି?

ଆପଣଙ୍କ ତାଲିକାରେ ଆତ୍ମଜୀବନୀ ପରେ ଗଳ୍ପ, ଉପନ୍ୟାସ, ଗୀତକୁ ଯୋଡ଼ି ଦେଇପାରନ୍ତି।

ମୁଁ ତାହା ବି ଲେଖିଛି।

ମାତ୍ର ମତେ ଏଇଠି ମାନିବାକୁ ପଡୁଛି ଯେ ସୃଜନଶୀଳ ଲେଖାରୁ ମୋ ଆଗ୍ରହ କ୍ରମେ ଅନୁସନ୍ଧାନ ଓ ଗବେଷଣା ଆଡ଼କୁ ଆକୃଷ୍ଟ ହୋଇଯାଇଛି।

ଆପଣ ଜାଣିବାକୁ ଚାହିଛନ୍ତି ମୋର ଆଉ କିଛି ଲେଖିବାର ଇଚ୍ଛା ଅଛି କି ନାହିଁ।

ବ୍ରିଟିଶ୍ ଶାସନ ଅମଳରେ ଭାରତୀୟ ଭାଷାଗୁଡ଼ିକର ଭାଗ୍ୟ ଯେଉଁ ପଥର ତଳେ ଥିଲା, ଦେଶର ସ୍ୱାଧୀନତା ପ୍ରାପ୍ତି ପରେ ତାହା ପତର ପାଲଟିଗଲା!

ଆଧୁନିକ ଭାରତୀୟ ଭାଷା (ଏମ୍‌ଆଇଏ‌ଲ୍‌) ଭାବରେ ଏହାର ବିକାଶ ଓ ବ୍ୟବହାର ପାଇଁ ଇଚ୍ଛା ଓ ଉଦ୍ୟମ ଆରମ୍ଭ ହେଲା।

ଆହ୍ୱାନ ଓ ତା"ର ସମ୍ମୁଖୀନ ହେବାର ଅଧ୍ୟାୟଟିଏ ଆରମ୍ଭ ହୋଇଛି।

ମୋର ଏହି କ୍ଷେତ୍ରରେ କିଛି ସୁଚିନ୍ତିତ ଯୋଜନାବଦ୍ଧ କାର୍ଯ୍ୟ କରିବାର ଇଚ୍ଛା ଥିଲା।

ବଢ଼ିଥିବା ଓ ବଢୁଥିବା ବୟସ ଦୃଷ୍ଟିରୁ "ଅଛି" ବୋଲି କହିବାକୁ ସାହସ କୁଳଉନାହିଁ।

ଓଡ଼ିଆ ଭାଷା ସରକାରୀ ଭାଷା ହେଉ, ଏ ଦିଗରେ ଆପଣଙ୍କର ଗଠନମୂଳକ ଉଦ୍ୟମ ଥିଲା ଏବଂ ସେଥିପାଇଁ ଆପଣ ଏକଦା ଏକ ସ୍ବତନ୍ତ୍ର ଅନୁଷ୍ଠାନ ବି ଗଢ଼ିଥିଲେ।

ତାହାର ଉପଲବ୍ଧି କ"ଣ ଓ କିପରି ଥିଲା? "ଭାଷା ସାହିତ୍ୟ ସଂସ୍କୃତି ପ୍ରତିଷ୍ଠାନ (ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଙ୍ଗୁଏଜ୍‌ ଲିଟରେଚର୍‌ ଆଣ୍ଡ୍‌ କଲ୍‌ଚର୍‌) ୧୯୯୫ ମସିହା ଆରମ୍ଭରେ ଗଠିତ ହୋଇଥିଲା।

ସେଇ ବର୍ଷ ଜୁନ୍ ୨୧ ତାରିଖରେ "ଓଡ଼ିଆ ସରକାରୀ ଭାଷା: ସମସ୍ୟା ଓ ସମାଧାନ" ବିଷୟକ ଆଲୋଚନାଚକ୍ର ଓ ସାଧାରଣ ସଭା ଏଇ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହୋଇଥିଲା।

ଓଡ଼ିଆ ସରକାରୀ ଭାଷା ୧୯୫୪ ଆଇନକୁ ସଂପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବା ଲାଗି ୧୯୯୫ ମସିହାରେ ସରକାର ବଦ୍ଧପରିକର ହେଲେ।

ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଦୃଢ଼ ଇଚ୍ଛାଶକ୍ତି ଏ ଦିଗରେ ପୁଣି କାମ କଲା, ଜାରି କରାଯାଇଥିବା ନିର୍ଦ୍ଦେଶରେ ଉଲ୍ଲେଖ ଥିଲା "ସରକାର ଚାହାନ୍ତି ଯେ ଓଡ଼ିଆ ଭାଷା ସମସ୍ତ ଦପ୍ତରରେ ପୂର୍ଣ୍ଣମାତ୍ରାରେ ଯଥାଶୀଘ୍ର ବ୍ୟବହାର ହେବ।" ଏହା କିପରି ଭାବରେ କାର୍ଯ୍ୟକାରୀ ହେଉଛି ସରକାରୀ କର୍ମଚାରୀ ଓ ପଦାଧିକାରୀମାନେ କି ପ୍ରକାର ଭାଷାଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେମାନଙ୍କର ମନୋଭାବ ଓ ପ୍ରସ୍ତୁତି କିପରି ଅଛି ଜାଣିବା ଲାଗି ମୁଁ ରାଜ୍ୟ ସଚିବାଳୟକୁ ଯାଇଥିଲି।

ଗୃହ ବିଭାଗରୁ ଆଇନ ବିଭାଗ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ସଚିବ, ଉପସଚିବ, କର୍ମଚାରୀମାନଙ୍କୁ ଭେଟି ସେମାନଙ୍କର ଭାଷାଗତ ସମସ୍ୟା ବିଷୟରେ ଧାରଣା କଲି।

ଏହାର ସମାଧାନ ଦିଗରେ ଆଲୋଚନାଚକ୍ରଟିଏ କରିବାକୁ ସ୍ଥିର କରି ଅନୁଷ୍ଠାନର ସହକର୍ମୀମାନଙ୍କ ସହ ଆଲୋଚନା କଲି।

ଦୁଇଟି ଅଧିବେଶନରେ ୧୬ଟି ପ୍ରବନ୍ଧ ଉପସ୍ଥାପିତ ହୋଇଥିଲା।

ସନ୍ଧ୍ୟା ଅଧିବେଶନଟି ଥିଲା ସାଧାରଣ ସଭା।

ଏଥିରେ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଯୋଗଦେଇଥିଲେ।

ଏହି ସଭାରେ ଦୁଇଟି ଅଧିବେଶନର ସଂକ୍ଷିପ୍ତ ବିବରଣୀ ଓ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା।

୧୬ଟି ପ୍ରବନ୍ଧ, ଆଲୋଚନା, ମୁଖ୍ୟମନ୍ତ୍ରୀଙ୍କ ଭାଷଣ, ସମ୍ବାଦପତ୍ରରେ ପ୍ରକାଶିତ ବିବରଣୀଗୁଡ଼ିକୁ ଏକତ୍ର କରି ପୁସ୍ତକଟିଏ ପ୍ରକାଶିତ ହୋଇଛି।

ବହିଟିର ନାମ "ଓଡ଼ିଆ: ସରକାରୀ ଭାଷା"।

ଆହୁରି ପଢ଼ନ୍ତୁ- Sunny Deol: ସନ୍ନି ଦେଓଲଙ୍କ "ସୂର୍ଯ୍ୟା: ଅନ୍ତ ସେ ଆରମ୍ଭ ତକ୍"ର ମୋସନ୍ ପୋଷ୍ଟର ରିଲିଜ୍, ନଭେମ୍ବର ୨୦ରେ ଆସିବ ଫିଲ୍ମ ଓଡ଼ିଆ ଭାଷାକୁ ସରକାରୀସ୍ତରରେ ଯେତିକି ଗୁରୁତ୍ବ ଦିଆଯିବା କଥା ସେତିକି ଗୁରୁତ୍ବ ଦିଆଯାଉଛି କି? "ଓଡ଼ିଶା ସରକାରୀ ଭାଷା- ୧୯୫୪" ଆଇନକୁ ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି।

ଏହା ନବକୃଷ୍ଣ ଚୌଧୁରୀଙ୍କ ଅମଳର କଥା।

ଏହି ଆଇନ ବ୍ୟବସ୍ଥା ଓ ତାକୁ କାର୍ଯ୍ୟକାରୀ କରିବାରେ ତାଙ୍କର ଦୃଢ଼ ଇଚ୍ଛାଶକ୍ତି କାମ କରୁଥିଲା।

ଇଂରାଜୀ ସହିତ ଓଡ଼ିଆ ବ୍ୟବହାର ଚଳିଲା।

ତା" ପରେ ୧୯୮୫ ପର୍ଯ୍ୟନ୍ତ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀମାନେ ଯେତିକି ଦୃଷ୍ଟି ଦେବାର କଥା ସେତିକି ଦୃଷ୍ଟି ଦେଲେ ନାହିଁ।

୧୯୮୫-୯୦ରେ ଜାନକୀବଲ୍ଲଭ ପଟ୍ଟନାୟକ ଏ କ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେଲେ।

ସେତେବେଳଯାଏ କମ୍ପ୍ୟୁଟର ଉପଲବ୍ଧ ନ‌ ଥିଲା।

ଟାଇପ୍ ରାଇଟର ଚଳୁଥିଲା।

ଓଡ଼ିଆରେ ଯେଉଁ ଟାଇପ୍ ରାଇଟର ଥିଲା, ସେଗୁଡ଼ିକରେ ସଂଶୋଧନ ଉନ୍ନତି କରାଇ ନୂଆ ଓଡ଼ିଆ ଟାଇପ୍ ରାଇଟର ଯୋଗାଇବା, ଟାଇପିଷ୍ଟ, ଷ୍ଟେନୋଗ୍ରାଫରମାନଙ୍କର ତାଲିମ ବ୍ୟବସ୍ଥା କରିବା, ନବକୃଷ୍ଣ ଚୌଧୁରୀଙ୍କ ଅମଳରେ ପ୍ରକାଶିତ ପରିଭାଷା କୋଷ ପରେ ନୂଆ ପରିଭାଷା କୋଷ ପ୍ରସ୍ତୁତ ଓ ଉପଲବ୍ଧ କରାଇବା, ସରକାରୀ ଭାଷା ସହଚାର ପୁସ୍ତକ ପ୍ରକାଶ ଆଦି ହେଲା।

ସବୁପ୍ରକାର ଯଥାସମ୍ଭବ ସୁବ୍ୟବସ୍ଥା କରାଯାଇ ଓଡ଼ିଆ ସରକାରୀ ଭାଷା ଭାବରେ ସଚିବାଳୟରେ ଚଳାଇବାର ଦୃଢ଼ ନିଷ୍ପତ୍ତି ଓ ପଦକ୍ଷେପ ନିଆଗଲା।

ଓଡ଼ିଆ ଭାଷାରେ ନଥିପତ୍ର ଚଳିଲା।

କିନ୍ତୁ ପରବର୍ତ୍ତୀ ସରକାର ଏଥିପ୍ରତି ଦୃଷ୍ଟି ଦେଲେ ନାହିଁ।

ଆପଣ ଭାରତର ପୂର୍ବାଞ୍ଚଳ ଭାଷାକେନ୍ଦ୍ରରେ ଅବସ୍ଥାପିତ ଥିଲେ।

ଓଡ଼ିଶା, ଆସାମ ଏବଂ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ଭାଷା ସାହିତ୍ୟ ଓ ସଂସ୍କୃତି ମଧ୍ୟରେ ସଂପର୍କକୁ କିପରି ଦେଖନ୍ତି?

ଆହୁରି ପଢ଼ନ୍ତୁ- Missile Attack: ହୁତିଙ୍କ କ୍ଷେପଣାସ୍ତ୍ର ଆକ୍ରମଣ ଭୟ: ସାଉଦି ପ୍ରିନ୍ସ ଏମବିଏସଙ୍କ ସୁରକ୍ଷା କଡ଼ାକଡ଼ି,ବଙ୍କର ମହଲକୁ ସ୍ଥାନାନ୍ତରିତ ମୁଁ ଭାରତୀୟ ଭାଷା ସଂସ୍ଥାନର ପୂର୍ବାଞ୍ଚଳ ଭାଷାକେନ୍ଦ୍ରରେ ଅଧ୍ୟକ୍ଷ ଥିବାବେଳେ ମଣିପୁର ଇମ୍ଫାଲଠାରେ ହେଉଥିବା ସାହିତ୍ୟ ଏକାଡେମୀର ଗୋଟିଏ ସେମିନାରରେ ଯୋଗଦେଇଥିଲି।

ଆସାମର ଗୌହାଟୀକୁ କାର୍ଯ୍ୟ ଓ କାର୍ଯ୍ୟକ୍ରମରେ ଦୁଇ ତିନିଥର ଯାଇଛି।

୧୯୯୧ ଜାନୁଆରି ମାସରେ ଆସାମର ଗୌହାଟୀଠାରେ ଥିବା ପୂର୍ବୋତ୍ତର ଭାରତ ଗବେଷଣା ଓ ସଂପ୍ରସାରଣ କେନ୍ଦ୍ରରେ ଯୋଗଦେଇଥିଲି।

ଭାରତର ଉତ୍ତର ପୂର୍ବକୋଣରେ ଥିବା ସାତଟି ରାଜ୍ୟ- ଅରୁଣାଚଳ ପ୍ରଦେଶ, ଆସାମ, ନାଗାଲାଣ୍ଡ, ମିଜୋରାମ, ମଣିପୁର, ମେଘାଳୟ, ତ୍ରିପୁରାକୁ ଘେନି ପୂର୍ବୋତ୍ତର ଭାରତ।

ଏହା ପୂର୍ବ ଭାରତର ଗୋଟିଏ ମନୋରମ ଅଞ୍ଚଳ।

ଭୌଗୋଳିକ ଅବସ୍ଥିତି, ସଂସ୍କୃତି, ଇତିହାସ ଓ ପାରମ୍ପରିକ ସଂପର୍କ ତଥା ସାମଞ୍ଜସ୍ୟ ହେତୁ ଏହାକୁ ସାତଭଉଣୀର ରାଜ୍ୟ କୁହାଯାଏ।

ଏହି ଭାରତୀୟ ଅଞ୍ଚଳକୁ ସ୍ପର୍ଶ କରିଛି- ଭୁଟାନ, ତିବ୍ବତ, ଚୀନ, ବର୍ମା ଓ ବାଙ୍ଗଲାଦେଶ ପ୍ରଭୃତି ସ୍ୱାଧୀନ ରାଷ୍ଟ୍ରର ସୀମା।

ସେଥିପାଇଁ ସାଂସ୍କୃତିକ ବୈଚିତ୍ର୍ୟ ଓ ପ୍ରାକୃତିକ ବିଭବ ଦୃଷ୍ଟିରୁ ଏହି ଭୂଖଣ୍ଡଟି ଯେତିକି ମହତ୍ତ୍ବମଣ୍ଡିତ ସେତିକି ଗୁରୁତ୍ବପୂର୍ଣ୍ଣ।ପୂର୍ବାଞ୍ଚଳ ଭାଷାକେନ୍ଦ୍ରର ଶିକ୍ଷା-ବର୍ଷମାନଙ୍କରେ ଓଡ଼ିଆ ବିଭାଗରେ ଆସାମର ବହୁ ଅହମିୟା ଭାଷାଭାଷୀ, ଶିକ୍ଷକ ଆସି ଓଡ଼ିଆ ଶିଖିଛନ୍ତି ଏବଂ ଓଡ଼ିଶାର ବହୁ ଶିକ୍ଷକ ଅହମିୟା ବିଭାଗରେ ଅହମିୟା ଶିଖିଛନ୍ତି।

ଦଶମାସର ଭାଷାଶିକ୍ଷା କାଳରେ ସେମାନଙ୍କ ଭିତରେ ମିଳାମିଶା, ଆତ୍ମୀୟତା ବେଶ୍ ଜମିଥିବା ଲକ୍ଷ୍ୟ କରାଯାଏ।

ସକଳ ଜାତି ଉପଜାତି ମିଶି ଗଠିତ ହୋଇଛି ଭରାତୀୟ ମହାଜାତି।

ପାର୍ଥକ୍ୟ ଭିତରେ ଏକ‌ତ୍ବ ସମ୍ଭବ ହୋଇଛି।

ଓଡ଼ିଶାର ପାରମ୍ପରିକ ଲୋକଧର୍ମ ଓ ଲୋକଧାରା ସଂପର୍କରେ ଆପଣ ଅନେକ ଗବେଷଣା କରିଛନ୍ତି।

ଆଧୁନିକତାର ପ୍ରାଦୁର୍ଭାବ ଲୋକପରମ୍ପରା ଉପରେ ପଡୁଛି କି?

ଢଗଟିଏ ଅଛି- ""ଶିଳ ଶିଳପୁଆ ଗଗନେ ଉଡ଼ନ୍ତି, ଶିମିଳି ତୁଳା କହେ ମତେ ରଖ।” ଶିମିଳି ତୁଳା ତ ତ‌କିଆ କି ରେଜେଇରେ ରହିଯିବ।

କିନ୍ତୁ "ଗ୍ରାଇଣ୍ଡର"କୁ ଦେଖି ଶିଳ ଶିଳପୁଆ ତ ଛାନିଆ, ରହିବେ କେଉଁଠି? "ଟ୍ରାକ୍ଟର" ମିଳିଗଲେ ଚାଷୀଟି କ"ଣ ଆଉ ହଳଲଙ୍ଗଳ ଧରିବ?

ଠାବେ ଠାବେ ଚୁଡ଼ାକଳ, ଚାଉଳକଳ ଦେଖି ଢିଙ୍କି କୁଆଡ଼େ ଲୁଚିଗଲାଣି!

ଷଠି ଠାକୁରାଣୀଙ୍କ ଶିଳ ଶିଳପୁଆ, ହଳଧର ବଳରାମଙ୍କ ହଳ ପଛକୁ ନାରଦଙ୍କ ବାହନ ଢିଙ୍କି ଏବେ ନିଖୋଜ!

ଅଣ୍ଡିରା ବାଛୁରୀଙ୍କୁ କୁଆଡ଼େ ବଳଦ ନ କରି ଛାଡ଼ି ଦିଆଯାଉଛି।

ସେମାନେ ଷଣ୍ଢ ହୋଇ ବୁଲୁଛନ୍ତି।

ଚାଷ କାମରେ- ବଳ ଦେଉଥିବା ବଳଦ ହୋଇଯିବେ ଦୁର୍ଲଭ, ଦୁର୍ମିଳ!

ବଳଦ ନ ମିଳିଲେ, ବିଲରେ ହଳ ନ ବୁଲିଲେ, ବାଟରେ ଶଗଡ଼ ନ ଚାଲିଲେ ହଳିଆ ଗୀତ, ଶଗଡ଼ିଆ ଗୀତ କାହୁଁ ଶୁଭିବ!

ଗାଆଁ ଦାଣ୍ଡରେ ଆଉ ବୀଣାକାରିଆ ଯୋଗୀ, ଚକୁଳିଆ ପଣ୍ଡା, ଜାନୁଘୁଣ୍ଟିଆମାନେ ଦିଶୁନାହାନ୍ତି।

ନାତିନାତୁଣୀମାନଙ୍କୁ ମଜେଇ ମଜେଇ ଅନୁରୂପ ଭାଷା ଢଙ୍ଗରେ କାହାଣୀ ଶୁଣାଉଥିବା ଗୋସେଇଁ ମାଆମାନଙ୍କ ଅମଳ ଗଡ଼ିଗଲାଣି।

ଏବର ଗୋସେଇଁ ମାଆମାନଙ୍କ ବେଳକୁ ସେଇ ପରମ୍ପରା ବୁଡ଼ିଗଲାଣି।

ଲୋକପରମ୍ପରା, ଲୋକଧାରା କ୍ରମେ କ୍ଷୀଣପ୍ରାଣ ହୋଇଆସୁଛି।

ଏହି ଧାରା, ଏଇ ପ୍ରବାହ ରଖିବାକୁ ମନ ବଳାଇଲେ, ପ୍ରୟାସ କଲେ, ରହଯିବ।

ଏହାର ସୁରକ୍ଷା କିପରି କରା‌ଯାଇପାରିବ?

ଏବେ ଓଡ଼ିଶାର ସବୁ ଅଞ୍ଚଳକୁ ବାଟ ଫିଟିଗଲାଣି।

ଭଲ ଭଲ ମୋବାଇଲ ଉପଲବ୍ଧ।

ଓଡ଼ିଶାର ସବୁ ଅଞ୍ଚଳର ଲୋକଗୀତ, ଲୋକକଥା, ଲୋକନୃତ୍ୟ, ଲୋକକଳା, ଲୋକବାଦ୍ୟ, ଲୋକାଚାର, ବିଭିନ୍ନ ପ୍ରକାରର ପିଠାପଣା ଓ ଖାଦ୍ୟ, ପାରମ୍ପରିକ ରୋଷେଇଘର ରନ୍ଧାବଢ଼ା, ତା" ସହିତ ଯୋଡ଼ି ହେଇଥିବା ବିଧିବିଧାନ, ବିଭିନ୍ନ ବୃକ୍ଷ, ଲତା ଗୁମ୍ଫାଦିର ଔଷଧଗୁଣ, ଲୋକଔଷଧ ଓ ଉପଚାର, ଠୁଣୁଠୁଣୁକିଆ ଏବଂ ଓଷାବ୍ରତ, ପର୍ବପର୍ବାଣି ଆଦି ଓ ସେଗୁଡ଼ିକର ଚିତା, ଭୋଗ, ପୂଜା ପଦ୍ଧତି ଆଦିର ଟିକିନିଖି ତଥ୍ୟ ସଂଗ୍ରହ କରିବା ଲାଗି ଯୋଜନା ଓ ସଂଗଠିତ ଉଦ୍ୟମ ଆବଶ୍ୟକ।

ଦୂରଦର୍ଶନ ବ୍ୟବସ୍ଥାର ସହଯୋଗରେ ପାରମ୍ପରିକ ନୃତ୍ୟ ଅଭିନୟ, ବାଦ୍ୟ, ଯାତ୍ରାଆଦିର ଦୃଶ୍ୟ, ଶ୍ରାବ୍ୟ ଲୋକଧାରାର ସୁରକ୍ଷା ସମ୍ଭବ।

ଲୋକସଂସ୍କୃତି ସଂଗ୍ରହାଳୟ କରି ଏହାର ସୁରକ୍ଷା କରିହେବ।

କେତେକ ଦକ୍ଷିଣ ଭାରତୀୟ ବିଶ୍ବବିଦ୍ୟାଳୟରେ ଏପରି କରାଗଲାଣି।

ଓଡ଼ିଶାର ବିଶ୍ବବିଦ୍ୟାଳୟମାନଙ୍କରେ ସେପରି କରାଯାଇପାରେ।

ସାକ୍ଷାତ: ସୁନନ୍ଦା ପ୍ରଧାନ ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।