State Senior Kho-Kho: ରାଜ୍ୟ ବରିଷ୍ଠ ଖୋଖୋ: ପୁରୀ ବିଜେତା, କ୍ରୀଡ଼ା ଛାତ୍ରାବାସ ଉପବିଜେତା

Oct 19, 2026 - 06:25
State Senior Kho-Kho: ରାଜ୍ୟ ବରିଷ୍ଠ ଖୋଖୋ: ପୁରୀ ବିଜେତା, କ୍ରୀଡ଼ା ଛାତ୍ରାବାସ ଉପବିଜେତା

"ଭୁବନେଶ୍ବର: ରୋମାଞ୍ଚକର ଫାଇନାଲରେ ମାତ୍ର ଗୋଟିଏ ପଏଣ୍ଟରେ (୩୩-୩୨) କ୍ରୀଡ଼ା ଛାତ୍ରାବାସକୁ ହରାଇ ପୁରୀ ୫୬ତମ ବରିଷ୍ଠ ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ଖୋ ଖୋ ପ୍ରତିଯୋଗିତାରେ ବିଜେତା ଆଖ୍ୟା ଅର୍ଜନ କରିଛି।

ଜଗତସିଂହପୁର ତୃତୀୟ ଏବଂ ମୟୂରଭଞ୍ଜ ଚତୁର୍ଥ ସ୍ଥାନ ଅଧିକାର କରିଥିଲା।

ପୁରୀର ଭରତ ପ୍ରଧାନ ଶ୍ରେଷ୍ଠ ଅଲରାଉଣ୍ଡର୍‌, କ୍ରୀଡ଼ା ଛାତ୍ରାବାସର ସୁକ୍ରା ମୁଦୁଲି ଶ୍ରେଷ୍ଠ ଡିଫେଣ୍ଡର, ପୁରୀର ଶିବ ଗୁଣ୍ଠା ଶ୍ରେଷ୍ଠ ଆଟାକର, ଗଜପତି ଶ୍ରେଷ୍ଠ ଶୃଙ୍ଖଳିତ ଦଳ, କୋରାପୁଟର ଦୁର୍ଯ୍ୟୋଧନ ସାମଲ, କନ୍ଧମାଳର ସିଦ୍ଧାନ୍ତ ମଲ୍ଲିକ, ସ୍ବର୍ଣ୍ଣପୁରର ବାପୁନ ବିସି, ଭୁବନେଶ୍ୱରର ଅଙ୍କିତ ଓ ରାୟଗଡାର ମୁନା କୁଲସ୍ରିକା ଶ୍ରେଷ୍ଠ ଉଦୀୟମାନ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ।

ପୁରୀର ତାଳବଣିଆସ୍ଥିତ ଇନ୍‌ଡୋର ଷ୍ଟାଡିୟମ ସ୍ପୋର୍ଟ୍ସ କମ୍ପ୍ଲେକ୍ସର ଖୋ ଖୋ ଏକାଡେମୀ ହଲ୍‌ରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦେଇଥିଲେ।

Advertisment ଇସ୍ପାତ ନଗରୀରେ ଆକର୍ଷଣୀୟ ପୂଜା, ତୋରଣ ଭାରତୀୟ ଖୋ ଖୋ ମହାସଂଘର ଉପସଭାପତି ତଥା ଓଡ଼ିଶା ଖୋ ଖୋ ସଂଘର ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ଯୋଗ ଦେଇଥିଲେ।

ପୁରୀ ଅବସରରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ, ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର, ଏସସିଏସ କଲେଜ ଅଧ୍ୟାପକ ଶିବପ୍ରସାଦ ପଟ୍ଟନାୟକ,  ଶିକ୍ଷକ ତଥା ନିର୍ଦ୍ଦେଶକ ପ୍ରଦୀପ କୁମାର ପ୍ରଧାନ, ଖୋ ଖୋ ଏଚ୍‌ପିସିର ମୁଖ୍ୟ ପ୍ରଶିକ୍ଷକ ସଞ୍ଜୀବ ଶର୍ମା , ଓଡିଶା ଖୋ ଖୋ ସଂଘ କୋଷାଧ୍ୟକ୍ଷ ତଥା ପ୍ରଶିକ୍ଷକ ଚୌଧୁରୀ ପାର୍ଥ ସାରଥୀ ମହାପାତ୍ର ସମେତ ଅନ୍ୟ ଅତିଥି, କ୍ରୀଡ଼ା ସଂଗଠକ ଓ ଖେଳାଳିମାନେ ଉପସ୍ଥିତ ଥିଲେ।

Drinking water: ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ମାଲାନସୁଗା ଗ୍ରାମବାସୀ, ଚୁଆପାଣି ବଞ୍ଚାଇଛି ଜୀବନ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।