30 OCTOBER 2026

Welcome!

Unlock your personalized experience.
Sign Up

Stolen mobile phones: ୩୦୭ ଜଣ ଫେରିପାଇଲେ ଚୋରି ମୋବାଇଲ ଫୋନ୍‌

Oct 30, 2026 - 09:15
Stolen mobile phones: ୩୦୭ ଜଣ ଫେରିପାଇଲେ ଚୋରି ମୋବାଇଲ ଫୋନ୍‌

ଭୁବନେଶ୍ବର: କମିସନରେଟ ପୁଲିସ ପକ୍ଷରୁ ଆଜି ପୁଲିସ ସେବା ଭବନରେ ମୋବାଇଲ୍ ମେଳା ଆୟୋଜନ କରାଯାଇଛି। ବିଭିନ୍ନ ସ୍ଥାନରେ ଲୁଟ୍‌ର ଶିକାର ହୋଇଥିବା ଓ ମୋବାଇଲ ହଜାଇଥିବା ଅଭିଯୋଗକାରୀଙ୍କୁ ୩୦୭ଟି ଫୋନ୍ ହସ୍ତାନ୍ତର କରାଯାଇଛି। ପୁଲିସ କମିସନର ସୁରେଶ ଦେବଦତ୍ତ ସିଂହ, ଅତିରିକ୍ତ ସିପି ଦାୟିତ୍ବରେ ଥିବା ଆଇପିଏସ୍ କନଵର ବିଶାଲ ସିଂହ ଓ ଭୁବନେଶ୍ବର ଡିସିପି ଡା ସର୍ବଣା ବିବେକ ଏମ୍‌ଙ୍କ ଉପସ୍ଥିତିରେ ମାଲିକମାନଙ୍କୁ ସେମାନଙ୍କ ମୋବାଇଲ୍ ହସ୍ତାନ୍ତର କରାଯାଇଛି। 

Editorial: ସନାତନର ସ୍ବଗତୋକ୍ତି: ଯୁଦ୍ଧ ନିରନ୍ତର

ସମ୍ପତ୍ତିଜନିତ ଅପରାଧର ତଦନ୍ତ କରୁଥିବା ସ୍ପେସାଲ୍ ସ୍କ୍ବାଡ୍‌ର ଓସିପିଓ ସେଲ୍ ସର୍ବାଧିକ ୧୫୧ଟି ମୋବାଇଲ୍ ଜବତ କରିଥିବା ବେଳେ ସହିଦନଗର ଓ ମଞ୍ଚେଶ୍ବର ଥାନା ଯଥାକ୍ରମେ ୫୦, ୨୦ଟି ମୋବାଇଲ୍ ଫେରସ୍ତ କରିଛି। ସେହିପରି ବଡ଼ଗଡ଼ ଥାନା ଅଞ୍ଚଳରୁ ଚୋରି ୧୨ଟି, ଧଉଳି, ଶ୍ରୀଲିଙ୍ଗରାଜ, ଭରତପୁର ଓ କ୍ୟାପିଟାଲରେ ୧୦ଟି ଲେଖାଁଏ, ଇନ୍‌ଫୋଭ୍ୟାଲିରେ ୯ଟି, ଖଣ୍ଡଗିରି, ଚନ୍ଦ୍ରଶେଖରପୁର, ନୂଆପଲ୍ଲୀ, ଜଟଣୀ ଓ ପାହାଳରେ ୫ଟି ଲେଖାଏଁ ଚୋରି ହୋଇଥିବା ସର୍ବମୋଟ ୩୦୭ଟି ମୋବାଇଲ୍‌ ଫୋନ୍‌ ଏହାର ପ୍ରକୃତ ମାଲିକଙ୍କୁ ଫେରସ୍ତ କରାଯାଇଛି।

Health: ଆଜି 'ଆଡପ୍ଟ' ବୈଠକ; ସ୍ୱାସ୍ଥ୍ୟ ନୀତିରେ ବୈଜ୍ଞାନିକ ପ୍ରମାଣ ଉପରେ ଗୁରୁତ୍ୱ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।