Stone Blasting Row Escalates: ଭଙ୍ଗା ଟିଭି ଧରି ଥାନାରେ ପହଞ୍ଚିଲେ ଗ୍ରାମବାସୀ, ବ୍ଲାଷ୍ଟିଂ ବନ୍ଦ ଦାବି
ବେଆଇନ ପଥର ବ୍ଲାଷ୍ଟିଂକୁ ନେଇ ଦିଗପହଣ୍ଡି ଆଙ୍କୋରଡ଼ା ଗାଁରେ ଅସନ୍ତୋଷ ତେଜିଛି। ଗାଁ ନିକଟ ପାହାଡ଼ରେ ଚୁଡ଼ଙ୍ଗପୁର କ୍ରସର୍ ବ୍ଲାଷ୍ଟିଂ ଯୋଗୁଁ ଘର ଦ୍ୱାର କ୍ଷତିଗ୍ରସ୍ତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନେକ ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଛି । ଏପରିକି କେତେକ ଘରର ଛାତ କଂକ୍ରିଟ୍ ଭାଙ୍ଗିବା ସହ ଟିଭି ମଧ୍ୟ ଭାଙ୍ଗିଯାଇଥିବା କହିଛନ୍ତି ଗ୍ରାମବାସୀ।
ରାତିରେ ଭଙ୍ଗା ଟିଭି ଧରି ପ୍ରଥମେ ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ଓ ପରେ ଦିଗପହଣ୍ଡି ଥାନାରେ ପହଞ୍ଚିଥିଲେ ଲୋକେ। ପଥର ବ୍ଲାଷ୍ଟ କୁ ସବୁଦିନ ପାଇଁ ବନ୍ଦ କରିବା ସହିତ ସମ୍ପୃକ୍ତ ପଥର ମାଫିଆଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ଉଚିତ ଷତିପୂରଣ ପ୍ରଦାନ ପାଇଁ ସେମାନେ ଦାବି କରିଛନ୍ତି ।....
ପଥର ବ୍ଲାଷ୍ଟିଂ, ଭାଙ୍ଗିଲା ଘର
ବେଆଇନ ପଥର ବ୍ଲାଷ୍ଟିଂକୁ ନେଇ ଅସନ୍ତୋଷ
ଦିଗପହଣ୍ଡି ଆଙ୍କୋରଡ଼ାଁ ଗାଁ ନିକଟ ପାହାଡ଼ରେ କ୍ରସର୍ ବ୍ଲାଷ୍ଟିଂ
ବ୍ଲାଷ୍ଟିଂ ପାଇଁ ଭାଙ୍ଗିଲା ଘର, ଟିଭି
ଭଙ୍ଗା ଟିଭି ଧରି ଥାନାରେ ଗ୍ରାମବାସୀ
ଉଚିତ କ୍ଷତିପୂରଣ ପ୍ରଦାନ ପାଇଁ ଦାବି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।