Strange Marital Dispute Reaches Police: କରୱା ଚୌଥ୍ ବ୍ରତ ରଖିଲେନି ସ୍ତ୍ରୀ, ଥାନାରେ ପହଞ୍ଚିଲେ ସ୍ୱାମୀ

Oct 30, 2026 - 18:54
Strange Marital Dispute Reaches Police: କରୱା ଚୌଥ୍ ବ୍ରତ ରଖିଲେନି ସ୍ତ୍ରୀ, ଥାନାରେ ପହଞ୍ଚିଲେ ସ୍ୱାମୀ

ବ୍ରତ ନରଖିବାରୁ ସ୍ତ୍ରୀଙ୍କ ଉପରେ ସନ୍ଦେହ।

ରାଗରେ ଥାନାରେ ପହଞ୍ଚିଲେ ସ୍ୱାମୀ, ଦେଲେ ଛାଡ଼ପତ୍ର ଧମକ।

ମଧ୍ୟପ୍ରଦେଶର ଶିବପୁରୀରୁ ଆସିଛି ଏକ ଅଜବ ଅଭିଯୋଗ।

କରୱା ଚୌଥ୍ ବ୍ରତ ରଖିବାକୁ ମନା କରିବାରୁ ସ୍ତ୍ରୀଙ୍କ ବିରୋଧରେ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ଜଣେ ସ୍ୱାମୀ।

ବିଜରାୱନ ଗାଁର ବରେଲାଲ ଆଦିବାସୀ ନିଜ ସ୍ତ୍ରୀ ମିଥିଲେଶ ଆଦିବାସୀଙ୍କ ବିରୋଧରେ ଏହି ଅଭିଯୋଗ କରିଛନ୍ତି।

Advertisment ସ୍ୱାମୀଙ୍କ ଅଭିଯୋଗ, ସ୍ତ୍ରୀ ତାଙ୍କ ଦୀର୍ଘ ଜୀବନ ପାଇଁ କରୱା ଚୌଥ୍ ବ୍ରତ ରଖୁନାହାନ୍ତି।

ଏପରିକି ଚନ୍ଦ୍ର ପୂଜା ମଧ୍ୟ କରୁନାହାନ୍ତି।

ଏହାକୁ ନେଇ ସ୍ତ୍ରୀ ତାଙ୍କୁ ମାରିଦେବାକୁ ଚାହୁଁଥିବା ସେ ଅଭିଯୋଗରେ ଲେଖିଛନ୍ତି।

ବ୍ରତ ନରଖିଲେ ଛାଡ଼ପତ୍ର ଦେବେ ବୋଲି ମଧ୍ୟ ସ୍ତ୍ରୀଙ୍କୁ ଧମକ ଦେଇଛନ୍ତି।

ଅଭିଯୋଗ ପରେ ପୋଲିସ ଘଟଣାରେ ହସ୍ତକ୍ଷେପ କରିଛି।

କୋଲାରସ୍‌ର ଏସ୍‌ଡିପିଓ ସଞ୍ଜୟ ମିଶ୍ରଙ୍କ କହିବା ଅନୁସାରେ, ଜଣେ ମହିଳା ପୋଲିସ ଅଧିକାରୀଙ୍କ ସହାୟତାରେ ଦମ୍ପତିଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ଉଦ୍ୟମ କରାଯିବ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।