Stray Bulls Trouble Farmers: ଷଣ୍ଢଙ୍କ ନାଁରେ ଥାନାରେ ଏତଲା, ଶହ ଶହ ଚାଷୀଙ୍କ ଅଭିନବ ପ୍ରତିବାଦ
ଷଣ୍ଢଙ୍କ ନାଁରେ ଥାନାରେ ଏତଲା। ଏତଲା ଦେଲେ ଶହ ଶହ ଚାଷୀ। ପୁରୀ ସତ୍ୟବାଦୀ ଥାନାର ଦ୍ୱାରସ୍ଥ ହୋଲେ ଚାଷୀ। ତେବେ ସତ୍ୟବାଦୀ ବ୍ଲକ ବଳପୁର ପଞ୍ଚାୟତରେ ବୁଲା ଷଣ୍ଢଙ୍କ ଉପଦ୍ରବରେ ଅତିଷ୍ଠ ହୋଇ ଏଭଳି ଅଭିନବ ପ୍ରତିବାଦ କରିଛନ୍ତି ଚାଷୀ। ବିରି, ମୁଗ ଭଳି ରବି ଫସଲଠାରୁ ଆରମ୍ଭ କରି ଧାନ ଫସଲ ପର୍ଯ୍ୟନ୍ତ ନଷ୍ଟ କରୁଛନ୍ତି ବୁଲା ଗୋରୁ ଓ ଷଣ୍ଢ ।
ପ୍ରଶାସନ ଓ ପଞ୍ଚାୟତ ପକ୍ଷରୁ ସମସ୍ୟାର ସମାଧାନ ହେଉନଥିବା ଅଭିଯୋଗ କରି ଷଣ୍ଢଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ଚାଷୀ। ତେବେ ଚାଷୀଙ୍କ ସହ ଆଲୋଚନା କରି ସ୍ଥାନୀୟ ପ୍ରଶାସନ, ବ୍ଲକ କର୍ତ୍ତୃପକ୍ଷ ଓ ସରପଞ୍ଚଙ୍କ ସହ ମିଶି ସମସ୍ୟାର ବିକଳ୍ପ ସମାଧାନ କରାଯିବ ବୋଲି ସତ୍ୟବାଦୀ ଥାନା ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ଶାନ୍ତ ହୋଇଥିଲେ ଚାଷୀ।...
ଷଣ୍ଢଙ୍କ ନାଁରେ ଥାନାରେ ଏତଲା!
ବୁଲା ଷଣ୍ଢଙ୍କ ଉପଦ୍ରବରେ ଅତିଷ୍ଠ ଚାଷୀ
ଶହ ଶହ ଚାଷୀଙ୍କ ଅଭିନବ ପ୍ରତିବାଦ
ପୁରୀ ସତ୍ୟବାଦୀ ଥାନାର ଦ୍ୱାରସ୍ଥ ହୋଲେ ଚାଷୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।