Student Poll Violence: ଛାତ୍ର ସଂସଦ ନିର୍ବାଚନକୁ ନେଇ ହିଂସା, କଲେଜ ସମ୍ମୁଖରେ ଛାତ୍ରନେତାଙ୍କୁ ଆକ୍ରମଣ ଅଭିଯୋଗ
ଛାତ୍ର ସଂସଦ ନିର୍ବାଚନକୁ ନେଇ ହିଂସାକାଣ୍ଡ। ବିଳମ୍ବିତ ରାତିରେ ଛାତ୍ରନେତାଙ୍କୁ ଆକ୍ରମଣ ଅଭିଯୋଗ । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ସୁବର୍ଣ୍ଣରେଖା ମହାବିଦ୍ୟାଳୟ ସମ୍ମୁଖରେ ଛାତ୍ରନେତାଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ଏ ନେଇ ବାଲିଆପାଳ ଥାନାରେ ଏତଲା ଦିଆଯାଇଛି ।
ଅଭିଯୋଗ ଅନୁଯାୟୀ, ୫ରୁ ଊର୍ଦ୍ଧ୍ୱ ଏବିଭିପି ଛାତ୍ରନେତାଙ୍କୁ ମହାବିଦ୍ୟାଳୟ ସମ୍ମୁଖରେ ଥିବା ଏବିଭିପି କ୍ୟାମ୍ପ ଭିତରେ ପଶି ଅତର୍କିତ ଆକ୍ରମଣ କରାଯାଇଥିଲା। ଏଥିରେ କିଛି ଛାତ୍ର ନେତାମାନଙ୍କ ମୁଣ୍ଡ ଫାଟିବା ସହିତ ଅନେକ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଛାତ୍ର ସଂସଦ ନିର୍ବାଚନରେ ପରାଜୟ ଭୟରୁ ଏଭଳି ଆକ୍ରମଣ କରାଯାଇଥିବା ଏବିଭିପି ପକ୍ଷରୁ ଅଭିଯୋଗ କରାଯାଇଛି । ଏବିଭିପିର ଲିଖିତ ଅଭିଯୋଗ ପରେ ବାଲିଆପାଳ ପୋଲିସ ମାମଲାର ତଦନ୍ତ ଚଳାଇଛି । ସେପଟେ ଏହି ଘଟଣାକୁ ନେଇ କଲେଜ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ଛାତ୍ର ସଂସଦ ନିର୍ବାଚନକୁ ନେଇ ବାଲିଆପାଳରେ ହିଂସାକାଣ୍ଡ
ବିଳମ୍ବିତ ରାତିରେ ଛାତ୍ରନେତାଙ୍କୁ ଆକ୍ରମଣ ଅଭିଯୋଗ
ସୁବର୍ଣ୍ଣରେଖା ମହାବିଦ୍ୟାଳୟ ସମ୍ମୁଖରେ ଆକ୍ରମଣ
ଆକ୍ରମଣରେ ୫ରୁ ଊର୍ଦ୍ଧ୍ୱ ଏବିଭିପି ଛାତ୍ରନେତା ଆହତ
ବାଲିଆପାଳ ଥାନାରେ ଏତଲା ପରେ ପୋଲିସର ତଦନ୍ତ
ନିର୍ବାଚନରେ ପରାଜୟ ଭୟରୁ ଆକ୍ରମଣ ହୋଇଛି- ଏବିଭିପି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।