Student Protest Turns Tense: କୁପାରୀ କଲେଜରେ ଭଙ୍ଗାରୁଜା, ଚୟନ ପ୍ରକ୍ରିୟାକୁ ବିରୋଧ କରି ଉତ୍ତେଜନା
ଛାତ୍ର ସଂସଦ ନିର୍ବାଚନକୁ ନେଇ କୁପାରୀସ୍ଥିତ ହରେକୃଷ୍ଣ ମହତାବ ଡିଗ୍ରୀ କଲେଜରେ ଉତ୍ତେଜନା ଦେଖାଦେଇଛି। ଆଜି ଅନୁଷ୍ଠିତ ହେବାକୁ ଥିବା ଚୟନ ପ୍ରକ୍ରିୟାକୁ ବିରୋଧ କରି କିଛି ଛାତ୍ର କ୍ୟାମ୍ପସରେ ଭଙ୍ଗାରୁଜା କରିଛନ୍ତି । ଚୟନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ବାତିଲ୍ କରିବା ଦାବିରେ କଲେଜ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଛି।
ପରିସ୍ଥିତିକୁ ଦୃଷ୍ଟିରେ ରଖି ଖଇରା ତହସିଲଦାର ଏବଂ ଥାନା ଆଇଆଇସି କଲେଜରେ ପହଞ୍ଚି ଛାତ୍ରମାନଙ୍କୁ ବୁଝାସୁଝା କରିଛନ୍ତି। ଚୟନ ପ୍ରକ୍ରିୟାକୁ ନେଇ ଛାତ୍ରମାନଙ୍କ ମଧ୍ୟରେ ଅସନ୍ତୋଷର କାରଣ ଏବଂ ଘଟଣାର ପରବର୍ତ୍ତୀ ସ୍ଥିତି ସମ୍ପର୍କରେ କଲେଜ କର୍ତ୍ତୃପକ୍ଷ ନଜର ରଖିଛନ୍ତି ।
ଏହି କଲେଜରେ ଛାତ୍ରଛାତ୍ରୀଙ୍କ ସର୍ବସମ୍ମତ ନିଷ୍ପତ୍ତିକ୍ରେମେ ନିର୍ବାଚନ ବଦଳରେ ଚୟନ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ତେବେ ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଛି ।
ଓଡ଼ିଶାରେ ପ୍ରାୟ ୮ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ କରାଯାଇଛି। ଅକ୍ଟୋବର ୭ରେ ନିର୍ବାଚନ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଅକ୍ଟୋବର ୯ରେ ନାମାଙ୍କନ ଏବଂ ଅକ୍ଟୋବର ୧୫ରେ ମତଦାନ ହୋଇଥିଲା। ଅକ୍ଟୋବର ୧୬ରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଥିଲା।
ଏହି ନିର୍ବାଚନକୁ ନେଇ ବିଭିନ୍ନ କ୍ୟାମ୍ପସରେ ରାଜନୈତିକ ଉତ୍ସାହ ଓ ଛାତ୍ର ସଂଗଠନଗୁଡ଼ିକ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖାଦେଇଛି। ତେବେ କୁପାରୀ କଲେଜରେ ଚୟନ ପ୍ରକ୍ରିୟାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ କିପରି ହେଉଛି, ତାହା ଉପରେ ନଜର ରହିଛି।
କୁପାରୀ ସ୍ଥିତ ହରେକୃଷ୍ଣ ମହତାବ ଡିଗ୍ରୀ କଲେଜରେ ଭଙ୍ଗାରୁଜା
ଆଜି ଥିବା ଚୟନ ପ୍ରକ୍ରିୟାକୁ ବିରୋଧ କରି ଛାତ୍ରଙ୍କ ଭଙ୍ଗାରୁଜା
ଚୟନ ପ୍ରକ୍ରିୟା ସଂପୂର୍ଣ୍ଣ ବାତିଲ୍ ଦାବିରେ କ୍ୟାମ୍ପସରେ ଉତ୍ତେଜନା
କ୍ୟାମ୍ପସରେ ଖଇରା ତହସିଲଦାର ଓ ଆଇଆଇସିଙ୍କ ବୁଝାସୁଝା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।