Student union election: ’ଛାତ୍ର ସଂସଦ ନିର୍ବାଚନ’ ଗଣତନ୍ତ୍ରର ମୂଳଦୁଆ: ମୁଖ୍ୟମନ୍ତ୍ରୀ

Oct 15, 2026 - 09:46
Student union election: ’ଛାତ୍ର ସଂସଦ ନିର୍ବାଚନ’ ଗଣତନ୍ତ୍ରର ମୂଳଦୁଆ: ମୁଖ୍ୟମନ୍ତ୍ରୀ

"ଭୁବନେଶ୍ବର: ରାଜ୍ୟରେ ଆଜି "ଛାତ୍ର ସଂସଦ ନିର୍ବାଚନ" ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି।

ସାମାଜିକ ଗଣମାଧ୍ୟମ "ଏକ୍ସ" ଜରିଆରେ ସେ କହିଛନ୍ତି, ଛାତ୍ର ସଂସଦ ନିର୍ବାଚନ କେବଳ ପ୍ରତିନିଧି ବାଛିବାର ଏକ ପ୍ରକ୍ରିୟା ନୁହେଁ, ବରଂ ଏହା ଗଣତନ୍ତ୍ରର ମୂଳଦୁଆ।

ଏହା ହେଉଛି ଭବିଷ୍ୟତର ନେତୃତ୍ବ ଗଠନର ଏକ ମୁଖ୍ୟ ମାଧ୍ୟମ।

Advertisment ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି କ୍ୟାମ୍ପସରେ ଆପଣମାନେ ଯେଉଁ ମୂଲ୍ୟବୋଧ, ଶୃଙ୍ଖଳା ଓ ଆଦର୍ଶର ଅଭ୍ୟାସ କରିବେ, ତାହା ଆଗାମୀ ଦିନରେ ଆମ ରାଜ୍ୟ ତଥା ଦେଶକୁ ଏକ ନୂତନ ଦିଗ୍‌ଦର୍ଣନ ଦେବ।

ତେଣୁ କୌଣସି ପ୍ରକାରର ହିଂସା, ଗୁଜବ ବା ବିଭେଦର ଶିକାର ନହୋଇ ଶାନ୍ତିପୂର୍ଣ୍ଣ ଏବଂ ଶୃଙ୍ଖଳିତ ଭାବେ ଏହି ନିର୍ବାଚନରେ ସାମିଲ ହୁଅନ୍ତୁ।

ମୋର ପ୍ରିୟ ଛାତ୍ରଛାତ୍ରୀ ବନ୍ଧୁଗଣ!

ଛାତ୍ର ସଂସଦ ନିର୍ବାଚନ କେବଳ ପ୍ରତିନିଧି ବାଛିବାର ଏକ ପ୍ରକ୍ରିୟା ନୁହେଁ, ବରଂ ଏହା ଗଣତନ୍ତ୍ରର ମୂଳଦୁଆ ଏବଂ ଭବିଷ୍ୟତର ନେତୃତ୍ୱ ଗଠନର ଏକ ମୁଖ୍ୟ ମାଧ୍ୟମ।

ଆଜି କ୍ୟାମ୍ପସରେ ଆପଣମାନେ ଯେଉଁ ମୂଲ୍ୟବୋଧ, ଶୃଙ୍ଖଳା ଓ ଆଦର୍ଶର ଅଭ୍ୟାସ କରିବେ, ତାହା ଆଗାମୀ ଦିନରେ ଆମ ରାଜ୍ୟ ତଥା ଦେଶକୁ ଏକ ନୂତନ ଦିଗ୍… — Mohan Charan Majhi (@MohanMOdisha) October 15, 2026 ୧୨ଟି ବିଶ୍ବବିଦ୍ୟାଳୟରେ ମତଦାନ ସୂଚନାଯୋଗ୍ୟ, ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ ବିଶ୍ବବିଦ୍ୟାଳୟ, ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଗୁରୁବାର ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ଜାରି ରହିଛି।

ସକାଳ ୮ଟାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଚାଲିବ।

ଏଥିରେ ସାମିଲ ହୋଇ ଲକ୍ଷାଧିକ ଛାତ୍ରଛାତ୍ରୀ ସେମାନଙ୍କ ନେତା ଚୟନ କରିବେ।

ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ନିର୍ବାଚନକୁ ବାତିଲ କରାଯାଇଛି।

ତେଣୁ  ଚଳିତବର୍ଷ ୧୨ଟି ବିଶ୍ବବିଦ୍ୟାଳୟ ସମେତ ୩୪୬ଟି ମହାବିଦ୍ୟାଳୟକୁ ମିଶାଇ ମୋଟ ୩୫୮ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ପ୍ର‌ତ୍ୟକ୍ଷ ନିର୍ବାଚନ ହେଉଛି।

ଏଥିରେ ୬,୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଛାତ୍ରଛାତ୍ରୀ।

୧୨ଟି ବିଶ୍ବବିଦ୍ୟାଳୟର ବିଭିନ୍ନ ପଦବିରେ ୩୫୮ ପ୍ରାର୍ଥୀ ଏବଂ ମହାବିଦ୍ୟାଳୟରେ ୬,୮୯୧ ପ୍ରାର୍ଥୀ ରହିଛନ୍ତି।

ସଭାପତି ପଦବିରେ ମୋଟ ୮୬୬ ପ୍ରାର୍ଥୀ ରହିଥିବା ବେଳେ ଉପସଭାପତିରେ ୭୧୬ ଓ ସାଧାରଣ ସମ୍ପାଦକ ପଦବି ପାଇଁ ୬୧୬ ଜଣ ନିର୍ବାଚନ ରଣକ୍ଷେତ୍ରକୁ ଓହ୍ଲାଇଛନ୍ତି।

CM Mohan Charan Majhi: ଏରିଅଲ୍ ସର୍ଭେରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।