Student union election: ଭାଗ କରିନେଲେ ବିସିଜେଡି, ଏବିଭିପି

Oct 15, 2026 - 23:24
Student union election: ଭାଗ କରିନେଲେ ବିସିଜେଡି, ଏବିଭିପି

"ରାଉରକେଲା (ଦେବବ୍ରତ ଗଡ଼ତିଆ): ଦୀର୍ଘ ୮ ବର୍ଷ ପରେ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନର ଫଳାଫଳ ଗୁରୁବାର ପ୍ରକାଶ ପାଇଛି।

ରାଉରକେଲାରେ ୮ଟି କଲେଜରେ ହୋଇଥିବା ନିର୍ବାଚନରେ ମିଶ୍ର ଫଳାଫଳ ଦେଖିବାକୁ ମିଳିଛି।

ରାଉରକେଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪ଟି କଲେଜରେ ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀ ବାଜି ମାରିଥିବାବେଳେ ରଘୁନାଥପାଲି ନିର୍ବାଚନ ମଣ୍ଡଳୀରେ ଥିବା ୪ଟି କଲେଜରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ସମର୍ଥିତ ପ୍ରାର୍ଥୀ ବାଜି ମାରିନେଇଛନ୍ତି।

ହୃଷୀକେଶ ରାୟ କଲେଜରେ ବିସିଜେଡି ପ୍ରାର୍ଥୀ କ୍ଲିନ୍‌ ସ୍ବିପ୍‌ କରିଥିବାବେଳେ ନୀଳଶୈଳ କଲେଜରେ ୯ଟି ପଦବିରୁ ୮ଟି ପଦବି ବିସିଜେଡି ପ୍ରାର୍ଥୀ ହାତେଇଛନ୍ତି।

ସେହିଭଳି ପାନପୋଷ ସରକାରୀ ସ୍ବୟଂଶାସିତ କଲେଜରେ ମଧ୍ୟ ଛାତ୍ର ସଂସଦର ୪ଟି ଯାକ ପଦବି ବିସିଜେଡି ପ୍ରାର୍ଥୀ ହାତେଇଛନ୍ତି।Advertisment ସରକାରୀ ସ୍ବୟଂଶାସିତ କଲେଜଛାତ୍ର ସଂସଦ ନିର୍ବାଚନରେ ସଭାପତି ଭାବେ ନିତେଶ ପଧାନ, ଉପସଭାପତି ଭାବେ ଆନନ୍ଦିତା ମହାନ୍ତି, ସମ୍ପାଦକ ଭାବେ ଜ୍ୟୋତିଶ ଖେସ୍‌, ସହସମ୍ପାଦକ ଭାବେ ଚିନ୍ମୟ କିସାନ ନିର୍ବାଚିତ ହୋଇଛନ୍ତି।

ସେହିଭଳି ନାଟ୍ୟ ସଂଘ ସମ୍ପାଦକ ଭାବେ ବିଭୁତି ଭୂଷଣ ସା", ସହସମ୍ପାଦକ ଭାବେ ବିଶ୍ବାସ ମୁଣ୍ଡା, କ୍ରୀଡ଼ା ସଂଘ ସମ୍ପାଦକ ଭାବେ ସତିଶ କୁଜୁର, ସହସମ୍ପାଦକ ଭାବେ ଚ୍ଛତ୍ରପତି ବାଗ, କଳା ସୋସାଇଟି ସମ୍ପାଦକ ଭାବେ ଗିରିରାଜ ସିଦ୍ଧାର୍ଥ ନନ୍ଦ, ସହସମ୍ପାଦକ ଭାବେ ରୋଶନ ଚୌରସିଆ, ବିଜ୍ଞାନ ସୋସାଇଟି ସମ୍ପାଦକ ଭାବେ ଦିପାଂଶୁ ‌ରୋଏ, ସହସମ୍ପାଦକ ଭାବେ ରଶ୍ମିତ ସାହୁ, ବାଣିଜ୍ୟ ସୋସାଇଟି ସମ୍ପାଦକ ଭାବେ ବି.

ଅଭିଶେକ ରାଓ, ସହସମ୍ପାଦକ ଭାବେ ସନି ଯାଦବ, ବାଳିକା ସାଧାରଣ କକ୍ଷ ସମ୍ପାଦକ ଭାବେ ସୋନମ ଗିରି, ସହସମ୍ପାଦକ ଭାବେ ରୁବି ପାତ୍ର, ବାଳକ ସାଧାରଣ କକ୍ଷ ସମ୍ପାଦକ ଭାବେ ସତ୍ୟବ୍ରତ ତ୍ରିପାଠୀ, ସହସମ୍ପାଦକ ଭାବେ ବିଶାଲ ନାଏକ, ଡିଏସ୍‌ଏ ସମ୍ପାଦକ ଭାବେ ରିତେଶ ପ୍ରଧାନ, ସହସମ୍ପାଦକ ଭାବେ ତନୁଶ୍ରୀ ସାମନ୍ତ ଦାସ, ଏଏସ୍‌ଜି ସମ୍ପାଦକ ଭାବେ ପ୍ରିୟାଂଶୁ ଦାସ ଓ ସହସମ୍ପାଦକ ଭାବେ ରେଣୁକା ଖର୍ସେଲ୍‌ ନିର୍ବାଚିତ ହୋଇଛନ୍ତି। 🔴Student union election: ଆସିଲା ଛାତ୍ର ସଂସଦ ନିର୍ବାଚନ ଫଳ: କେଉଁଠି କିଏ ମାରିଲା ବାଜି?

ଜାଣନ୍ତୁ ଲାଇଭ୍‌ ଅପ୍‌ଡେଟ୍‌… ମ୍ୟୁନିସିପାଲ କଲେଜସଭାପତି ଭାବେ ଯୁକ୍ତ ତିନି ତୃତୀୟ ବର୍ଷ ବିଜ୍ଞାନ ଛାତ୍ର ରୋନିକ କୁଜୁର ନିର୍ବାଚିତ ହୋଇଛନ୍ତି।

ସେହିଭଳି ଉପସଭାପତି ଭାବେ ସଞ୍ଜନା ସିଂହ, ସାଧାରଣ ସମ୍ପାଦକ ସଚିନ କୁମାର ସେଠ, ଯୁଗ୍ମ ସାଧାରଣ ସମ୍ପାଦକ ମହମ୍ମଦ ଅବ୍ବାସ ନକ୍‌ଭୀ, ନାଟ୍ୟ ସଂସଦ ସମ୍ପାଦକ ପରିଧୀ ଉପାଧ୍ୟାୟ, ନାଟ୍ୟ ସଂସଦ ଯୁଗ୍ମ ସମ୍ପାଦକ ସୂରଜ କୁଲ୍ଲୁ, କ୍ରୀଡ଼ା ସଂସଦ ସମ୍ପାଦକ ଶିବମ ସ୍ବରାଜ ବାରିକ, ଆର୍ଟ୍ସ ସୋସାଇଟି ସମ୍ପାଦକ ରାମଚନ୍ଦ୍ର ସାହୁ, ଆର୍ଟ୍ସ ସୋସାଇଟି ଯୁଗ୍ମ ସମ୍ପାଦକଆୟୂଷ ଗୁପ୍ତା, ସାଇନ୍ସ ସୋସାଇଟି ସମ୍ପାଦକ ଅଭିଜିତ ଦାଶ, ଗାର୍ଲ୍ସ୍‌ କମନ୍‌ରୁମ ସମ୍ପାଦିକା ଜୀୟା ଅଗ୍ରୱାଲ ପ୍ରମୁଖ ନିର୍ବାଚିତ ହୋଇଛନ୍ତି।

ହୃଷୀକେଶ ରାୟ କଲେଜଛାତ୍ର ସଂସଦ ନିର୍ବାଚନରେ ସଭାପତି ଭାବେ ଅନ୍ବେଶା ଲୋହାର ନିର୍ବାଚିତ ହୋଇଥିବାବେଳେ ଉପସଭାପତି ଭାବେ ବିବେକ ରାୟ, ସାଧାରଣ ସମ୍ପାଦକ ଭାବେ ଇନ୍ଦୁମତି ଶର୍ମା, ଯୁଗ୍ମ ସମ୍ପାଦକ ଭାବେ ଶୁଭମ ବଡ଼ାଇକ, ସାଂସ୍କୃତିକ ସମ୍ପାଦକ ଭାବେ ଜାସ୍ମିନ୍‌ ସେନାପତି ଓ କ୍ରୀଡ଼ା ସମ୍ପାଦକ ଭାବେ ଶିବ ସୋହନ୍‌ କେର୍କେଟା ନିର୍ବାଚିତ ହୋଇଛି।

ତେବେ ସଭାପତି ପଦ ପାଇଁ ‌ହୋଇଥିବା ମତଦାନରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା।

ନୀଳଶୈଳ କଲେଜଛାତ୍ର ସଂସଦ ନିର୍ବାଚନରେ ସଭାପତି ଭାବେ +୩ ପ୍ରଥମ ବର୍ଷ ବିଜ୍ଞାନର ଛାତ୍ର ଧନେଶ୍ବର ଧନଶ୍ବର ନିର୍ବାଚିତ ହୋଇଥିବାବେଳେ ଉପସଭାପତି ଭାବେ ବିନ୍ଦୁ କୁଜୁର, ସାଧାରଣ ସମ୍ପାଦକ ଭାବେ ସାଗର ପ୍ରଧାନ, ସହକାରୀ ସାଧାରଣ ସମ୍ପାଦକ ଭାବେ ରିତା କେର୍କେଟା, ସାଂସ୍କୃତିକ ସମ୍ପାଦକ ଭାବେ ଅନୁଷ୍କା ଟପ୍ନୋ, କ୍ରୀଡ଼ା ସମ୍ପାଦକ ଭାବେ ବନ୍ଦନା ତିର୍କି, କଳା ସୋସାଇଟି ସମ୍ପାଦକ ଭାବେ ଶ୍ରାବଣୀ ରାଉ, ବିଜ୍ଞାନ ସୋସାଇଟି ସମ୍ପାଦକ ଭାବେ ତେଜସ୍ବୀନି ଦାଶ ଓ ବାଣିଜ୍ୟ ସୋସାଇଟି ସମ୍ପାଦକ ଭାବେ ମୁକେଶ ପ୍ରଧାନ ନିର୍ବାଚିତ ହୋଇଛନ୍ତି।

କଲେଜରେ ମୋଟ ୪୫୧ ଜଣ ଭୋଟର ଥିବାବେଳେ ୭୨.୫% ଛାତ୍ରଛାତ୍ରୀ ମତଦାନ କରିଥିବା ସୂଚନା ମିଳିଛି।

ରାଉରକେଲା କଲେଜଛାତ୍ର ସଂସଦ ନିର୍ବାଚନରେ ସଭାପତି ଭାବେ ସ୍ବପ୍ନାରାଣୀ ସାହୁ, ଉପସଭାପତି ଭାବେ ଚନ୍ଦନ କୁମାର ସ", ସମ୍ପାଦକ ଭାବେ ଅନିମା ମୁଣ୍ଡା, ସହକାରୀ ସମ୍ପାଦକ ଭାବେ ମହିମା ଅଶ୍ରିତା ଜେନା, କ୍ରୀଡ଼ା ସମ୍ପାଦକ ଭାବେ ଭାଗ୍ୟଶ୍ରୀ ଭୂମିଜ, କ୍ରୀଡ଼ା ସହକାରୀ ସମ୍ପାଦକ ଭାବେ ସାହିଲ ନାୟକ, ବାଳକ ସାଧାରଣ କକ୍ଷ ସମ୍ପାଦକ ଭାବେ ବିରଞ୍ଚି ବାରିକ, ଡେ" ସ୍କଲାର ଆସୋସିଏସନ୍‌ ସମ୍ପାଦକ ଭାବେ ତୃପ୍ତିଲତା ଶତପଥୀ, ସହକାରୀ ସମ୍ପାଦକ ଭାବେ ସୁମିତ ରାୟ, ଡ୍ରାମା କ୍ଲବ୍‌ ସମ୍ପାଦକ ଭାବେ କାହ୍ନା ପ୍ରସାଦ ମହାରଣା, ସହକାରୀ ସମ୍ପାଦକ ଭାବେ ସାହିଲ ପ୍ରଧାନ, ବାଳିକା ସାଧାରଣ କକ୍ଷ ସମ୍ପାଦକ ଭାବେ ସ୍ବେତା ତିର୍କି ଓ ସମାଜ ସେବା ସଂଘ ସମ୍ପାଦକ ଭାବେ ସୋହମ୍‌ ବେନି ନିର୍ବାଚିତ ହୋଇଛନ୍ତି।

ଇସ୍ପାତ ସ୍ବୟଂଶାସିତ କଲେଜଛାତ୍ର ସଂସଦ ନିର୍ବାଚନରେ ସଭାପତି ଆଦିତ ସିଂ ନିର୍ବାଚିତ ହୋଇଥିବାବେଳେ ଉପସଭାପତି ଭାବେ ଆୟୂଷ୍ମାନ ମହାନ୍ତି, ସମ୍ପାଦକ ଭାବେ ଭୂମି ଶ୍ରେୟା ମହାନ୍ତ ଓ ସହସମ୍ପାଦକ ଭାବେ ଶୁଭମ ବାନିଛୁର ନିର୍ବାଚିତ ହୋଇଛନ୍ତି।

ସେହିଭଳି ଆର୍ଟସ୍‌ ସୋସାଇଟି ସମ୍ପାଦକ ଭାବେ ଉତ୍ତମ କଂସାରୀ, କମର୍ସ ସୋସାଇଟି ସମ୍ପାଦକ ଭାବେ ସୁଧାଂଶୁବାଳା ସାହୁ, ବିଜ୍ଞାନ ସୋସାଇଟି ସମ୍ପାଦକ ଭାବେ ଇତିଶ୍ରୀ ସାହୁ, କ୍ରୀଡ଼ା ପରିଷଦ ସମ୍ପାଦକ ଭାବେ ଆୟୂଷ ମହାପାତ୍ର, ଯୁଗ୍ମସମ୍ପାଦକ ଭାବେ ବିବେକ ହେମ୍ବ୍ରମ୍‌, ଡେ" ସ୍କଲାର ସମ୍ପାଦକ ଭାବେ ଦେବଜିତ୍‌ ବିଶ୍ବାସ, ଡ୍ରାମା ସମ୍ପାଦକ ଭାବେ ମନ୍ତାଷା ତବସୁମ୍‌, ଯୁଗ୍ମସମ୍ପାଦକ ଭାବେ ଅମ୍ରିତା ଖଡିଆ, ବାଳକ ସାଧାରଣ କକ୍ଷ ସମ୍ପାଦକ ଭାବେ କରନ ରଜାକ, ସହସମ୍ପାଦକ ଭାବେ ଅକ୍ଷୟ ଚୌଧୁରୀ ଓ ବାଳିକା ସାଧାରଣ କକ୍ଷ ସମ୍ପାଦକ ଭାବେ ସୋନିଆ ବେହେରା ନିର୍ବାଚିତ ହୋଇଛନ୍ତି।

ଏସ୍‌.ଜି ମହିଳା ମହାବିଦ୍ୟାଳୟଛାତ୍ର ସଂସଦ ନିର୍ବାଚନରେ ସଭାପତି ଭାବେ ଶ୍ରାବଣୀ ପୋଲାଇ, ଉପସଭାପତି ଭାବେ ତାନିଆ ମହାଳି, ସାଧାରଣ ସମ୍ପାଦକ ଭାବେ ପୂର୍ଣ୍ଣମାସୀ ସାହୁ, ସହ ସମ୍ପାଦକ ଭାବେ ଶ୍ରେୟା କେ‌ର୍କେଟା ନିର୍ବାଚିତ ହୋଇଛନ୍ତି।

ସେହିଭଳି ସାଂସ୍କୃତିକ ସମ୍ପାଦକ ଭାବେ ସୌମ୍ୟାଶ୍ରୀ ଦାଶ, ସାଂସ୍କୃତିକ ସହସମ୍ପାଦକ ଭାବେ ପୂରବୀ ପଟ୍ଟନାୟକ, ଡ୍ରାମାଟିକ୍‌ ସଂଘ ସମ୍ପାଦକ ଭାବେ ନିଶା କିସାନ, ସହସମ୍ପାଦକ ଭାବେ ଅଞ୍ଚଳି ଗୌଡ଼, କ୍ରୀଡ଼ା ସମ୍ପାଦକ ଭାବେ ଲିଲିମା କିସାନ, ବାଳିକା ସାଧାରଣ କକ୍ଷ ସମ୍ପାଦିକା ଭାବେ କିର୍ତ୍ତୀ ପ୍ରସାଦ ଓ ଡିଏସ୍‌ଏ ସମ୍ପାଦକ ଭାବେ ମେରୀ ମାଗ୍ରେଟ୍‌ ହେରେଞ୍ଚ ନିର୍ବାଚିତ ହୋଇଛନ୍ତି।

ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟଏହି କଲେଜରେ କେବଳ ସଭାପତି ପଦ ପାଇଁ ନିର୍ବାଚନ ହୋଇଥିଲା।

ତେବେ ସଭାପତି ପଦବୀରେ +୩ ଶେଷ ବର୍ଷ କଳା ବିଭାଗର ଛାତ୍ରୀ ଏମ୍‌.

ତନୁ ନିଜ ନିକଟତମ ପ୍ରତିଦ୍ବନ୍ଦୀ ରାଜେଶ୍ବରୀ ପୁରଣଙ୍କୁ ୪୬ ଖଣ୍ଡ ଭୋଟ୍‌ରେ ପରାଜିତ କରିଛନ୍ତି।

ଏହି ପଦ ପାଇଁ ମୋଟ ୧୮୭ ଖଣ୍ଡ ଭୋଟ୍ ପଡ଼ିଥିଲା।

ତନୁଙ୍କୁ ୧୧୬ ଖଣ୍ଡ ଭୋଟ୍‌ ମିଳିଥିବାବେଳେ ରାଜେଶ୍ବରୀଙ୍କୁ ୭୦ ଖଣ୍ଡ ଭୋଟ୍‌ ମିଳିଛି।

ଗୋଟିଏ ଭୋଟ୍‌ ନାକଚ ହୋଇଥିବା କଲେଜ ଅଧ୍ୟକ୍ଷା ମୈତ୍ରୀ ବାଘେଲ୍‌ ସୂଚନା ଦେଇଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।