Subhadra Money Dispute Turns Fatal: ସୁଭଦ୍ରା ଟଙ୍କା ନଦେବାରୁ ସ୍ତ୍ରୀକୁ ହତ୍ୟା ! ଅଭିଯୁକ୍ତ ସ୍ବାମୀ ଗିରଫ

Aug 29, 2026 - 16:01
Subhadra Money Dispute Turns Fatal: ସୁଭଦ୍ରା ଟଙ୍କା ନଦେବାରୁ ସ୍ତ୍ରୀକୁ ହତ୍ୟା ! ଅଭିଯୁକ୍ତ ସ୍ବାମୀ ଗିରଫ

ସୁଭଦ୍ରା ଟଙ୍କା ନଦେବାରୁ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ମଦ୍ୟପ ସ୍ବାମୀ। ହତ୍ୟା କରିବା ପରେ ଘର ପଛ ପଟ ଲାଟ୍ରିନ ଟାଙ୍କିରେ ନେଇ ପୋତି ଦେଇଥିବା ଅଭିଯୋଗ ହୋଇଛି । ଢେଙ୍କାନାଳ ସଦର ଥାନା ଇନ୍ଦିପୁର ଜୁଆଙ୍ଗ ସାହିରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ଅଭିଯୁକ୍ତ ସ୍ବାମୀ ଗିରିଶ ପ୍ରଧାନକୁ ଗିରଫ କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଏହି ନୃଶଂସ ହତ୍ୟାକାଣ୍ଡ ଘଟିଛି । ଖବର ପାଇବା ପରେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ଓ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ କରିବା ସହ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି । 

ସୁଭଦ୍ରା ଟଙ୍କା ନଦେବାରୁ ସ୍ତ୍ରୀକୁ ହତ୍ୟା ! 
ଲାଟ୍ରିନ ଟାଙ୍କିରେ ମୃତଦେହ ପୋତିଲା ଅଭିଯୁକ୍ତ 
ଢେଙ୍କାନାଳ ସଦର ଥାନା ଇନ୍ଦିପୁର ଜୁଆଙ୍ଗ ସାହିରେ ଚାଞ୍ଚଲ୍ୟ 
ଅଭିଯୁକ୍ତ ସ୍ବାମୀ ଗିରିଶ ପ୍ରଧାନ ଗିରଫ 
କ୍ରାଇମ୍ ସିନ୍ ରିକ୍ରିଏସନ୍ କଲା ପୋଲିସ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।