Subhadra Yojana Fifth Instalment to Be Released Today: ଆଜି ମିଳିବ ସୁଭଦ୍ରା ଟଙ୍କା, ଯୋଜନାର ପଞ୍ଚମ କିସ୍ତି ପାଇବେ ହିତାଧିକାରୀ

Aug 28, 2026 - 09:37
Subhadra Yojana Fifth Instalment to Be Released Today: ଆଜି ମିଳିବ ସୁଭଦ୍ରା ଟଙ୍କା, ଯୋଜନାର ପଞ୍ଚମ କିସ୍ତି ପାଇବେ ହିତାଧିକାରୀ

ଆଜି ମିଳିବ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି । ଏନେଇ ନୟାଗଡ଼ ଲାଠିପଡ଼ା ଠାରେ ଏକ ବିରାଟ ସମାବେଶର ଆୟୋଜନ କରାଯାଇଛି l ଦିନ ୧୧ ଟା ବେଳେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗଦେବା ସହ ଉପସ୍ଥିତ ଜନସାଧାରଣଙ୍କୁ ସମ୍ୱୋଧିତ କରିବେ l ଏହାସହ ସୁଭଦ୍ରା ଯୋଜନା ଅନ୍ତର୍ଗତ ୫ ମ କିସ୍ତି ପ୍ରଦାନ କରିବେ । ମୋଟ ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ହିତାଧିକାରୀଙ୍କୁ ମିଳିବ ଟଙ୍କା।

ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସହ ମନ୍ତ୍ରୀମଣ୍ଡଳର ଏକାଧିକ ସଦସ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପ୍ରାୟ ୧୫ ହଜାର ରୁ ଊର୍ଦ୍ଧ୍ବ ଜନସମାଗମ ହେବାର ଲକ୍ଷ୍ୟ ରଖାଯାଇଥିବା ବେଳେ ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି l.....

ନୟାଗଡ଼ ଲାଠିପଡ଼ାରେ ବିରାଟ ସମାବେଶ
ଯୋଗଦେବେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ 
ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ମୁଖ୍ୟମନ୍ତ୍ରୀ   

ମୋଟ୍ ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ହିତାଧିକାରୀଙ୍କୁ ମିଳିବ ଟଙ୍କା
୫ ହଜାର ୧୬୦ କୋଟିରୁ ଅଧିକ ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ
ପ୍ରଥମ ଥର ପାଇଁ ୨ ଲକ୍ଷ ୨୧ ହଜାର ୫୪ ମହିଳା ସୁଭଦ୍ରା ଟଙ୍କା ପାଇବେ
 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।