Successful Santosh: ଜୀବନ ଜିନ୍ଦାବାଦ୍‌: ସଫଳ ସନ୍ତୋଷ

Sep 13, 2026 - 09:26
Successful Santosh: ଜୀବନ ଜିନ୍ଦାବାଦ୍‌: ସଫଳ ସନ୍ତୋଷ

"ମାନସିକ ଶକ୍ତି ବଳରେ ଶାରୀରିକ ଅକ୍ଷମତାଜନିତ ବାଧାବିଘ୍ନ ଅତିକ୍ରମ କରିହୁଏ-ଏହା ବହୁ କ୍ଷେତ୍ରରେ ପ୍ରମାଣିତ ହୋଇଛି।

୧୭ ବର୍ଷୀୟ ଜେ.

ସନ୍ତୋଷଙ୍କ କାହାଣୀ, ସେଇମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ, ଯେଉଁମାନେ ଅକ୍ଷମତା ହେତୁ ଜୀବନରେ ଆଗକୁ ବଢ଼ିବାକୁ ଚାହାନ୍ତିନାହିଁ।

ଶୈଶବରୁ ୯୦ ପ୍ରତିଶତ ମାଂସପେଶୀଗତ ଅଚଳାବସ୍ଥା ଓ ମସ୍ତିଷ୍କବିକାଶ ସମ୍ବନ୍ଧୀୟ ବ୍ୟାଧି ସେରେବ୍ରଲ୍‌ପଲ୍‌ସି ଦ୍ବାରା ଆକ୍ରାନ୍ତ ସନ୍ତୋଷ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଇଆଇଟି-ମାଡ୍ରାସ୍‌ରେ ବିଏସ୍‌ ଡିଗ୍ରି ପ୍ରୋଗ୍ରାମ୍‌ରେ ପଢୁଛନ୍ତି।

ଚେନ୍ନାଇର ଅୟାପକ୍କମ୍‌ ନିବାସୀ ଜଗନ୍ନାଥ ଓ ଭାନୁପ୍ରିୟାଙ୍କ ଜ୍ୟେଷ୍ଠପୁତ୍ର ସନ୍ତୋଷ ୨୦୦୯ରେ ଭୂମିଷ୍ଠ ହୋଇଥିଲେ।

ପ୍ରାୟ ବର୍ଷେ ପରେ ପିତାମାତା ଲକ୍ଷ୍ୟ କଲେ ଯେ ଚଲାବୁଲା ବେଳେ ସନ୍ତୋଷଙ୍କୁ ଅସୁବିଧା ଲାଗୁଛି।

ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିଲା ସନ୍ତୋଷଙ୍କର ଗୁଣସୂତ୍ରଗତ ଶାରୀରିକ ଅକ୍ଷମତା ରହିଛି।

ସେବେଠାରୁ ତାଙ୍କର ଚିକିତ୍ସା ଚାଲିଲା।

ଏଣେ ସନ୍ତୋଷଙ୍କର ଇଚ୍ଛା ଥିଲା ଯେ ସେ ଭଲ ପଢ଼ିବେ ଓ ବଡ଼ ହୋଇ ପିତାମାତାଙ୍କ ସେବା କରିବେ।Advertisment Wildlife: ଚଳନ୍ତିକା: ବିଦେଶୀ ବନ୍ୟଜନ୍ତୁ ଚୋରାଚାଲାଣ ଲାଭର ଲୋଭ ହିଁ କାରଣ ବାପା ଅଟୋଚାଳକ।

ସେ ସକାଳୁ ଅଟୋରିକ୍ସା ଧରି ବାହାରିଯାଆନ୍ତି।

ସନ୍ତୋଷ କିନ୍ତୁ ଅନ୍ୟମାନଙ୍କ ଭଳି ପାଠ ପଢ଼ି କିଛି କରିବାକୁ ଚାହୁଥିଲେ।

ତେଣୁ, ପୁଅର ଅଭିଳାଷ ସାର୍ଥକ କରିବା ଲାଗି ମା" ପଣ କଲେ।

ଆଗ ତାକୁ ଅଙ୍ଗନବାଡ଼ି କେନ୍ଦ୍ରକୁ ନେଲେ ଓ ପରେ ନେଇ ସ୍କୁଲ୍‌ରେ ନାଁ‌ ଲେଖାଇଲେ।

ବଡ଼ ଟାଣଟୁଣରେ ପୁଅର ଚିକିତ୍ସା ଖର୍ଚ୍ଚ ଓ ପରିବାରର ଆବଶ୍ୟକତା ମେଣ୍ଟାଉ ଥିଲେ ବାପା।

ସନ୍ତୋଷ କହନ୍ତି, ""ମୁଁ ପିଲାଟିଏ ହୋଇଥିବା ବେଳେ ମାଆ ମତେ ସ୍କୁଲ୍‌କୁ ନେଉଥିଲେ ଓ ସ୍କୁଲ୍‌ରୁ ଆଣୁଥିଲେ।

ବାପା ରୋଜଗାର ପାଇଁ ବାହାରି ଯାଉଥିଲେ।

ତେଣୁ, ମୁଁ ପଢ଼ା ଶେଷ ପରେ ବାପାମାଆଙ୍କ ସେବା କରି ସେମାନଙ୍କ କଷ୍ଟ ଲାଘବ କରିବି।"" କଥାରେ ଅଛି, ଇଚ୍ଛା ଥିଲେ ଉପାୟ ଆପେ ଦେଖାଯାଏ।

ଅତିପଟ୍ଟିସ୍ଥିତ ଚେନ୍ନାଇ କର୍ପୋରେସନ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିଲା ବେଳେ ‌ସନ୍ତୋଷ ନିଜର ଭାବନା ସୁସଂଯୋଜିତ କରି ସୁନ୍ଦର କଥନ ଦକ୍ଷତା ବିକଶିତ କଲେ।

ବକ୍ତୃତା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଅନେକ ପୁରସ୍କାର ପାଇଲେ।

ଦଶମ ଓ ଦ୍ବାଦଶ ପରୀକ୍ଷାରେ ଭଲ ନମ୍ବର ବି ରଖିଲେ।

ଦ୍ବାଦଶ ପରୀକ୍ଷାରେ ସେ ହିଁ ତାଙ୍କ ସ୍କୁଲ୍‌ରେ ଟପ୍ପର୍‌ ହେଲେ।

ଶାରୀରିକ ଅକ୍ଷମତାକୁ କଦାପି କ୍ଳେଶ ନ ବିଚାରି ସେ ସର୍ବଦା ଜୀବନର ପରବର୍ତ୍ତୀ ପର୍ଯ୍ୟାୟ ଆଡ଼କୁ ଯିବା କଥା ଚିନ୍ତା କରୁଥିଲେ।

ମେଧାବୀ ସନ୍ତୋଷଙ୍କୁ ସ୍କୁଲ୍‌ ପ୍ରିନ୍‌ସିପାଲ୍‌ ଆଇଆଇଟିର ବିଏସ୍‌ ପ୍ରୋଗ୍ରାମ୍‌ ବିଷୟରେ କହିଲେ।

ଆଇଆଇଟିରେ ଥିବା ବିଭିନ୍ନ ସୁବିଧା ବିଷୟରେ ଶୁଣି ସେଠାରେ ପଢ଼ିବାକୁ ତାଙ୍କର ଖୁବ୍‌ ଆଗ୍ରହ ହେଲା। "ଆଇଆଇଟି ଫର୍‌ ଅଲ୍‌" ‌ସ୍କିମ୍‌ ବିଷୟରେ ଜାଣିବା ଆଗରୁ "ଜେଇଇ" ନିମନ୍ତେ ପ୍ରସ୍ତୁତି ପାଇଁ ସେ ବିଭିନ୍ନ ସମସ୍ୟାରେ ପଡୁଥିଲେ।

ତା"ପରେ ସେ ଆଇଆଇଟି-ମାଡ୍ରାସ୍‌ରେ ଥିବା ଶିକ୍ଷକଙ୍କ ସହାୟତାରେ ପ୍ରସ୍ତୁତି ଚଳାଇ ଦ୍ବିତୀୟ ଚେଷ୍ଟାରେ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ।

ସେ କହନ୍ତି, ""ପ୍ରିନ୍‌ସିପାଲ୍‌ ସାର୍‌ ମତେ ଆଇଆଇଟିରେ ବିଏସ୍‌ କୋର୍ସ ବିଷୟରେ କହିବା ପରେ ମୁଁ ଇଣ୍ଟର୍‌ନେଟ୍‌ରେ ସର୍ଚ କରି ସେ ସଂପର୍କରେ ଅବଗତ ହେଲି।

ଗୋଟାଏ ସ୍ବେଚ୍ଛାସେବୀ ଅନୁଷ୍ଠାନର ତତ୍ତ୍ବାବଧାନରେ ପ୍ରଥ‌ମ ଥର ପ୍ରବେଶିକା ପରୀକ୍ଷା ଦେଲି, କିନ୍ତୁ ପାସ୍‌ କରିପାରିଲି ନାହିଁ।

ପୁନରାୟ ପରୀକ୍ଷା ଦେବା ପାଇଁ ଆଇଆଇଟି-ମାଡ୍ରାସ୍‌ର ଶିକ୍ଷକମାନେ ମତେ ଉତ୍ସାହ ଦେଲେ।

ତଦନୁଯାୟୀ, ମୁଁ ପଢ଼ିଲି ଓ ପରୀକ୍ଷା ଦେଇ ପାସ୍‌ କଲି।"" Weddings and Non-Vegetarian Days: ପାଞ୍ଜି ମନ୍ଥନ: ବାହାଘର ଓ ଆମିଷବାର ପୁଣି ସେ କହନ୍ତି, ""ଏକାଦିକ୍ରମେ ଦୀର୍ଘସମୟ ବସି ପଢ଼ିବା ମୋ ପକ୍ଷେ କଷ୍ଟକର ଥିଲା।

ମୁଁ ସକାଳେ ତିନିଘଣ୍ଟା ଓ ସନ୍ଧ୍ୟାରେ ଦୁଇଘଣ୍ଟା, ଏମିତି କରି ଦୈନିକ ପାଞ୍ଚଘଣ୍ଟା ପଢ଼େ।

ତା" ମଧ୍ୟରେ ବହୁବାର ଟିକେ ଟିକେ ବିରତି ବି ନିଏ।

ଏ ଡିଗ୍ରି ଶେଷ ହୋଇଗଲେ କୌଣସି ଇନ୍‌ଫର୍‌ମେସନ୍‌ ଟେକ୍ନୋଲଜି ସଂସ୍ଥା ନିମନ୍ତେ ଘରେଥାଇ କାର୍ଯ୍ୟ କରିବି ବୋଲି ଯୋଜନା କରିଛି।"" ସନ୍ତୋଷଙ୍କ ଏ ଯାତ୍ରାରେ ପ୍ରେରଣା ସାଜିଥିବା ତାଙ୍କ ମାଆ କହନ୍ତି,""ସନ୍ତୋଷର ଅଭିଳାଷ ପରିପୂରଣ ନିମନ୍ତେ ଆମକୁ ଅନେକ କଷ୍ଟସ୍ବୀକାର କରିବାକୁ ପଡ଼ିଛି।

ପୁଅର ସ୍ବାସ୍ଥ୍ୟ ବିଷୟରେ ଚିନ୍ତା ନ କରି ତା"ର ପାଠପଢ଼ାରେ ସହାୟକ ହୋଇପାରିଥିବାରୁ ଆମେ ଖୁବ୍‌ ଆନନ୍ଦିତ।""  ଦୃଢ଼ ମନୋବଳ ଯୋଗୁଁ ଶାରୀରିକ ଅକ୍ଷମତାକୁ ପରାହତ କରିଛନ୍ତି ବୋଲି ସନ୍ତୋଷ କହନ୍ତି।

ତାଙ୍କ ଭାଷାରେ, ""ମୋ ପରି ଲୋକେ ଅଦମନୀୟ ମନୋବଳ ସହକାରେ ଶାରୀରିକ ସମସ୍ୟାର ମୁକାବିଲା କରିବା ଉଚିତ।

ଶାରୀରିକ ଅକ୍ଷମତା ପ୍ରତି ନକାରାତ୍ମକ ମନୋଭାବ ପୋଷଣ ନ କରି ସକାରାତ୍ମକ ଦୃଷ୍ଟିଭଙ୍ଗୀ ରଖିଲେ ସଫଳତା ଅନିବାର୍ଯ୍ୟ।"""

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।