Sundargarh Youth Death Case: କାର୍ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର ମାମଲା: ନିରପେକ୍ଷ ତଦନ୍ତ ପାଇଁ ଥାନା ଆଗରେ ଧାରଣା
"ସୁନ୍ଦରଗଡ଼(ଡମ୍ବରୁଧର ନାୟକ): ସୁନ୍ଦରଗଡ଼ ଟାଉନ ଥାନା ବିଜୁ ଏକ୍ସପ୍ରେସ୍ ୱେ ଭୋଜପୁର ନିକଟ ସର୍ଭିସରୋଡ଼ର ଏକ ସ୍କ୍ରାପ୍ ଗୋଦାମ ନିକଟରେ ଠିଆ ହୋଇଥିବା ଏକ କାର୍ (ଓଆର୍ ଜେ ୧୪- ୮୦୦୧) ଭିତରୁ ରଙ୍ଗାଢିପାର ଯୁବକ ଅଭିଜିତ ନାଏକଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନରେ ଶିଥିଳତା ଅଭିଯୋଗ କରି ପରିବାର ଲୋକ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି।
Advertisment Youth Found Dead ବିଜୁ ଏକ୍ସପ୍ରେସ୍ ୱେ କଡ଼ କାର୍ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଶୁକ୍ରବାର, ପରିବାର ଓ ସମ୍ପର୍କୀୟମାନେ ଥାନା ସମ୍ମୁଖରେ ପହଞ୍ଚି ନିଜର ଅସନ୍ତୋଷ ପ୍ରକଟ କରିଥିଳେ।
ହତ୍ୟାର ପର୍ଦ୍ଦାଫାସ ଓ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି କରିଛନ୍ତି।
ଅନ୍ୟପଟେ ପୁଲିସ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି।
Road Accident: ସ୍କୁଲ ଯାଉଥିବା ବେଳେ ଦୁର୍ଘଟଣା: କାର୍ ଧକ୍କାରେ ବାପା, ପୁଅ-ଝିଅ ସମେତ ୪ ଗୁରୁତର ସୂଚନାଯୋଗ୍ୟ, ଅଭିଜିତ (ମୃତକ) ବୁଧବାର ରାତିରେ ଜଣେ ସାଙ୍ଗ ସହ ଘରୁ ବାହାରି ଯାଇଥିଲେ।
ଗୁରୁବାର ସକାଳୁ ଭୋଜପୁରର ଏକ ସ୍କ୍ରାପ୍ ଗୋଦାମରେ ଅନେକ ଦିନ ଧରି ଛିଡ଼ାଥିବା ଏକ କାର୍ର ଆଗ ସିଟ୍ରୁ ତାଙ୍କ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।
ଦେହର ବିଭିନ୍ନ ଅଂଶରେ ମାଡ଼ଦାଗ ଥିବାରୁ ଏହା ହତ୍ୟା ବୋଲି ପରିବାର ଲୋକ ଅଭିଯୋଗ କରି ଆସୁଛନ୍ତି।
ପୁଲିସ ସାଙ୍ଗକୁ ପଚରାଉଚରା କରୁଥିବାବେଳେ ଭୋଜପୁର ନିକଟରେ ଦୁହେଁ କିଛି ସମୟ ବସି ମଦ ପିଇବା ପରେ ସେ ଘରକୁ ଚାଲି ଆସିଥିଲେ, ଅଭିଜିତ ସେଇଠି ରହି ଯାଇଥିଲେ ବୋଲି କହୁଥିବା ସୂଚନା ମିଳିଛି।
ସାଙ୍ଗର ଏ କଥା ରହସ୍ୟ ବଢ଼ାଇ ଦେଇଛି।
Accident: ଦୁଇମାସ ପରେ ୯ ଖଣ୍ଡ ହୋଇଥିବା ଶରୀର କାର୍ରୁ ଉଦ୍ଧାର ଅଭିଜିତ କେଉଁସ୍ଥିତିରେ ଛିଡ଼ା ହୋଇଥିବା କାର୍ରେ ବସିଗଲେ ନା କୌଣସି ଅଘଟଣ ଘଟିବା ପରେ ତାଙ୍କୁ କାର୍ରେ ବସାଇ ଦିଆଯାଇଥିଲା, ତାକୁ ନେଇ ଉଠିଛି ପ୍ରଶ୍ନ।
ସେଠାରେ ଲାଗିଥିବା ସିସିଟିଭି କ୍ୟାମେରା ସବୁ ସତ ସାମ୍ନାକୁ ଆଣିବ ବୋଲି କହିଛନ୍ତି ଉପଖଣ୍ଡ ପୁଲିସ ଅଧିକାରୀ ନିର୍ମଳ କୁମାର ମହାପାତ୍ର।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।