16 OCTOBER 2026

Welcome!

Unlock your personalized experience.
Sign Up

Supreme Court : ଏସ୍‌ଆଇଆର୍‌ ବିରୋଧରେ ରାହୁଲଙ୍କ ଆବେଦନ: ନିର୍ବାଚନ କମିସନ ଓ ୩ ଆୟୁକ୍ତଙ୍କୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ୍‌

Oct 16, 2026 - 00:28
Supreme Court : ଏସ୍‌ଆଇଆର୍‌ ବିରୋଧରେ ରାହୁଲଙ୍କ ଆବେଦନ: ନିର୍ବାଚନ କମିସନ ଓ ୩ ଆୟୁକ୍ତଙ୍କୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଓ ଭୋଟରଙ୍କ ନାମ ବାଦ୍‌ ପଡ଼ିଥିବା ଅଭିଯୋଗକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଅନ୍ୟ ବିରୋଧୀ ଦଳର ନେତାମାନେ କରିଥିବା ଆବେଦନ ଉପରେ ସୁପ୍ରିମ୍‌କୋର୍ଟ ଗୁରୁବାର ନିର୍ବାଚନ କମିସନଙ୍କୁ ଜବାବ ମାଗିଛନ୍ତି। ଏହି ମାମଲାରେ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାର ଏବଂ ଅନ୍ୟ ଦୁଇ ନିର୍ବାଚନ ଆୟୁକ୍ତ ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀଙ୍କୁ ମଧ୍ୟ ନୋଟିସ୍‌ ଜାରି କରାଯାଇଛି।

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ ଆବେଦନର ଶୁଣାଣି କରିଥିଲେ। ଏସ୍‌ଆଇଆର୍‌ ପ୍ରକ୍ରିୟାକୁ ନେଇ ବିଭିନ୍ନ ରାଜ୍ୟରେ ଦାଖଲ ହୋଇଥିବା ଅନ୍ୟ ମାମଲା ସହ ଏହି ଆବେଦନକୁ ଏକାଠି ଶୁଣାଣି କରିବାକୁ ଖଣ୍ଡପୀଠ ନିଷ୍ପତ୍ତି ନେଇଛନ୍ତି। ଆବେଦନରେ ରାହୁଲ ଓ ଅନ୍ୟ ବିରୋଧୀ ନେତାମାନେ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ କମିସନଙ୍କ କେତେକ ନିଷ୍ପତ୍ତି ଆବଶ୍ୟକ ସାମୂହିକ ବିଚାରବିମର୍ଶ ବିନା ନିଆଯାଇଛି। ଏସ୍‌ଆଇଆର୍‌ ସମ୍ପର୍କିତ ନିଷ୍ପତ୍ତିରେ ଅନ୍ୟ ନିର୍ବାଚନ ଆୟୁକ୍ତଙ୍କ ସହମତି ଓ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଯାଇଛି। ଆବେଦନକାରୀମାନେ ନିର୍ବାଚନ କମିସନଙ୍କ ସମ୍ପୃକ୍ତ ନିଷ୍ପତ୍ତିର ଫାଇଲ୍‌, ବୈଠକର ବିବରଣୀ, ଟିପ୍ପଣୀ ଓ ଆୟୁକ୍ତମାନଙ୍କ ଆପତ୍ତି ସମ୍ପର୍କିତ ଦସ୍ତାବିଜ୍‌ ଉପସ୍ଥାପନ କରିବାକୁ ଦାବି କରିଛନ୍ତି। ଭୋଟର ତାଲିକାରୁ ବାଦ୍‌ ପଡ଼ିଥିବା ନାମଗୁଡ଼ିକର ସ୍ୱାଧୀନ ଯାଞ୍ଚ ପାଇଁ ମଧ୍ୟ ଆବେଦନରେ ଅନୁରୋଧ କରାଯାଇଛି।

ସିଜେପିର ତ୍ରିରଙ୍ଗା ଯାତ୍ରା ପୂର୍ବରୁ ଅକ୍ଟୋବର ୧୬ ଓ ୧୭ରେ ବନ୍ଦ ରହିବ ସେଣ୍ଟ୍ରାଲ ପାର୍କ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।