Supreme court: ଦୁଇରୁ ଅଧିକ ସନ୍ତାନ ଥିଲେ ନିର୍ବାଚନ ଲଢ଼ିବା ପ୍ରସଙ୍ଗ: ‘ପ୍ରାସଙ୍ଗିକତା ହରାଇଛି ଆଇନ’
ନୂଆଦିଲ୍ଲୀ: ଦୁଇରୁ ଅଧିକ ସନ୍ତାନ ଥିଲେ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାର ନିର୍ବାଚନ ଲଢ଼ିବା ଉପରେ କଟକଣା ଲଗାଉଥିବା ଆଇନଗୁଡ଼ିକ ଏବେ ପ୍ରାସଙ୍ଗିକତା ହରାଇଛି।
ଭାରତରେ ଜନ୍ମହାର ହ୍ରାସ ପାଇବା ସହ ଜନସଂଖ୍ୟାର ଗଠନରେ ପରିବର୍ତ୍ତନ ଆସିଥିବାରୁ ଏଭଳି ଆଇନର ମୂଳ ଉଦ୍ଦେଶ୍ୟ ଆଉ ଯଥାର୍ଥ ହୋଇ ରହିନାହିଁ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି।
ଏଥିସହ ଏହି କଟକଣାକୁ ବୈଧ ବୋଲି ଦର୍ଶାଇଥିବା ୨୦୦୩ର ଏକ ରାୟର ପୁନର୍ବିଚାର ପାଇଁ ଅଦାଲତ ମାମଲାକୁ ବୃହତ୍ତର ଖଣ୍ଡପୀଠକୁ ପଠାଇଛନ୍ତି।
Advertisment Health: ଭୁଶୁଡ଼ିଗଲାଣି ଗ୍ରାମୀଣ ସ୍ବାସ୍ଥ୍ୟସେବା; ବିଶେଷଜ୍ଞ ଡାକ୍ତର ନାହାନ୍ତି, ସିଏଚ୍ସିରେ ୪୯% ପଦବି ଖାଲି ବିଚାରପତି ପି.ଏସ୍.
ନରସିଂହ ଓ ଅାଲୋକ ଆରାଧେଙ୍କ ଖଣ୍ଡପୀଠ ମହାରାଷ୍ଟ୍ରର କାକୋଡ଼ା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ମଙ୍ଗଳା ଭୀମରାଓ ଇଙ୍ଗଲେଙ୍କ ଆବେଦନର ଶୁଣାଣି କରି ଏହି ମତ ଦେଇଛନ୍ତି।
ତୃତୀୟ ସନ୍ତାନ ଜନ୍ମ ହେବା ପରେ ମହାରାଷ୍ଟ୍ର ଗ୍ରାମ ପଞ୍ଚାୟତ ଆଇନ, ୧୯୫୯ର ଧାରା ୧୪(୧)(ଜେ-୧) ଅନୁଯାୟୀ ତାଙ୍କୁ ସରପଞ୍ଚ ପଦରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା।
ଏହି ଆଇନରେ ଦୁଇରୁ ଅଧିକ ସନ୍ତାନ ଥିବା ବ୍ୟକ୍ତି ପଞ୍ଚାୟତ ସଦସ୍ୟ କିମ୍ବା ସରପଞ୍ଚ ହେବା ଉପରେ କଟକଣା ରହିଛି।
୨୦୦୦ ସେପ୍ଟେମ୍ବର ୧୩ରୁ ଏହି ବ୍ୟବସ୍ଥା ଲାଗୁ ହୋଇଥିଲା।
ଅଦାଲତ କହିଛନ୍ତି, ୨୦୦୩ରେ 'ଜାଭେଦ୍ ବନାମ ହରିୟାଣା ରାଜ୍ୟ' ମାମଲାରେ ସୁପ୍ରିମ୍କୋର୍ଟ ଦୁଇ ସନ୍ତାନ ନୀତିକୁ ବୈଧ ଘୋଷଣା କରିଥିବା ସମୟରେ ଭାରତର ମୋଟ ପ୍ରଜନନ ହାର ୩ ଥିଲା।
ଏବେ ତାହା ହ୍ରାସ ପାଇ ୧.୯ରେ ପହଞ୍ଚିଛି।
ଜନସଂଖ୍ୟାକୁ ସ୍ଥିର ରଖିବା ପାଇଁ ଆବଶ୍ୟକ ୨.୧ ହାରଠାରୁ ଏହା କମ୍।
ଏହାର ପରିଣାମରେ ଭବିଷ୍ୟତରେ ବୟସ୍କ ଜନସଂଖ୍ୟା ବଢ଼ିବା ସହ କାର୍ଯ୍ୟକ୍ଷମ ବୟସର ଲୋକଙ୍କ ଅନୁପାତ ହ୍ରାସ ପାଇବାର ଆଶଙ୍କା ରହିଛି।
ବିଚାରପତି ନରସିଂହ କହିଥିଲେ, ଅତ୍ୟଧିକ ଜନସଂଖ୍ୟାର ଭୟ ଉପରେ ଆଧାରିତ ଏହି ଆଇନଗୁଡ଼ିକର ଭିତ୍ତି ଜନସାଂଖ୍ୟିକ ପରିବର୍ତ୍ତନ ଯୋଗୁଁ ଦୁର୍ବଳ ହୋଇପଡ଼ିଛି।
ଏଭଳି କଟକଣା ଯୋଗୁଁ ଏକ ବର୍ଗର ନାଗରିକ ନିର୍ବାଚନ ଲଢ଼ିବା ଓ ରାଜନୈତିକ ପ୍ରତିନିଧିତ୍ୱ ପାଇବାରୁ ବଞ୍ଚିତ ହେଉଛନ୍ତି।
ଏହା ସମ୍ବିଧାନର ଧାରା ୨୧ ଅନ୍ତର୍ଗତ ପ୍ରଜନନ ସ୍ୱାଧୀନତା ଅଧିକାରକୁ ମଧ୍ୟ ପ୍ରଭାବିତ କରୁଛି।
Indravati Bridge: ସ୍ବାଧୀନତା ସଂଗ୍ରାମର ସ୍ମୃତି ବହନ କରୁଥିବା ଇନ୍ଦ୍ରାବତୀ ବ୍ରିଜକୁ ଜାତୀୟ ସ୍ମାରକୀ ଘୋଷଣା ଦାବି ଉଲ୍ଲେଖଯୋଗ୍ୟ, ୨୦୦୩ର 'ଜାଭେଦ୍' ମାମଲାରେ ହରିୟାଣା ପଞ୍ଚାୟତିରାଜ ଆଇନର ଦୁଇ ସନ୍ତାନ କଟକଣାକୁ ସୁପ୍ରିମ୍କୋର୍ଟ ବୈଧ ଦର୍ଶାଇଥିଲେ।
ଏବେ ଏହାର ପୁନର୍ବିଚାର ହେବ।
ଆଡ୍ଭୋକେଟ୍ ରୁକ୍ମିଣୀ ବୋବ୍ଡେ ଓ ଆବେଦନକାରୀଙ୍କ ଓକିଲ ପ୍ରତୀକ ବୋମ୍ବାର୍ଡେଙ୍କଠାରୁ ବିଭିନ୍ନ ରାଜ୍ୟର ଏଭଳି ଆଇନ ସମ୍ପର୍କରେ ତଥ୍ୟ ନିଆଯାଇଥିଲା।
ସାତଟି ରାଜ୍ୟ ଏହି କଟକଣା ଉଠାଇଥିବା ବେଳେ ୧୫ଟି ରାଜ୍ୟରେ ଏଭଳି ନିୟମ ନାହିଁ।
ତେବେ ଆସାମ, ଗୋଆ, ଗୁଜରାଟ, ମହାରାଷ୍ଟ୍ର, ଓଡ଼ିଶା ଓ ଉତ୍ତରାଖଣ୍ଡ ସମେତ କେତେକ ରାଜ୍ୟରେ ଏହି ବ୍ୟବସ୍ଥା ଏବେ ବି ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।