Supreme Court: ଧର୍ମ ପରିବର୍ତ୍ତନ ପରେ ପୂର୍ବ ଜାତି ଆଧାରରେ ସଂରକ୍ଷଣ ମିଳିବ ନାହିଁ: ସୁପ୍ରିମ୍କୋର୍ଟ
"ନୂଆଦିଲ୍ଲୀ: ଧର୍ମ ପରିବର୍ତ୍ତନ କରିବା ପରେ ବ୍ୟକ୍ତି ନିଜର ପୂର୍ବ ଜାତିଗତ ପରିଚୟ ଆଧାରରେ ସଂରକ୍ଷଣ ସୁବିଧା ଦାବି କରିପାରିବେ ନାହିଁ।
ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଏହା ସ୍ପଷ୍ଟ କରିଛନ୍ତି ସୁପ୍ରିମ୍କୋର୍ଟ।
ହିନ୍ଦୁ ଧର୍ମରୁ ଇସ୍ଲାମ ଧର୍ମ ଗ୍ରହଣ କରିଥିବା ବ୍ୟକ୍ତି କେବଳ ପୂର୍ବ ଜାତିଗତ ସ୍ଥିତି ଆଧାରରେ ପଛୁଆ ବର୍ଗ (ମୁସଲିମ୍) ଭାବେ ସଂରକ୍ଷଣ ପାଇପାରିବେ ନାହିଁ ବୋଲି ଅଦାଲତ କହିଛନ୍ତି।Advertisment ବିଚାରପତି ପିକେ ମିଶ୍ର ଓ ଶ୍ରୀ ଚନ୍ଦ୍ରଶେଖରଙ୍କୁ ନେଇ ଗଠିତ ଖଣ୍ଡପୀଠ ତାମିଲନାଡୁ ସରକାରଙ୍କ ଆବେଦନକୁ ଖାରଜ କରି ମାଡ୍ରାସ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି।
ପୂର୍ବରୁ ହାଇକୋର୍ଟ ଧର୍ମ ପରିବର୍ତ୍ତନ କରିଥିବା ବ୍ୟକ୍ତିଙ୍କୁ ପଛୁଆ ବର୍ଗ (ମୁସଲିମ୍)ରେ ସାମିଲ କରି ସଂରକ୍ଷଣ ଦେବା ସମ୍ପର୍କିତ ରାଜ୍ୟ ସରକାରଙ୍କ ଆଦେଶକୁ ଅସାମ୍ବିଧାନିକ ଘୋଷଣା କରିଥିଲେ।
ହିନ୍ଦୁ ଧର୍ମରୁ ଇସ୍ଲାମ ଧର୍ମ ଖଣ୍ଡପୀଠ କହିଛନ୍ତି, ଜଣେ ବ୍ୟକ୍ତି ହିନ୍ଦୁ ସାମାଜିକ ବ୍ୟବସ୍ଥାରୁ ଅନ୍ୟ ଧର୍ମର ସାମାଜିକ ବ୍ୟବସ୍ଥାକୁ ଯିବା ପରେ ପୂର୍ବ ଜାତିଗତ ପରିଚୟ ଆଧାରରେ ସମ୍ବିଧାନର ଧାରା ୧୬(୪) ଅନୁଯାୟୀ ସଂରକ୍ଷଣ ଦାବି କରିପାରିବେ ନାହିଁ।
ଏହା ସହ ହିନ୍ଦୁ, ଶିଖ୍ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ ଧର୍ମ ପାଳନ କରୁଥିବା ବ୍ୟକ୍ତିଙ୍କୁ ଅନୁସୂଚିତ ଜାତିର ସଦସ୍ୟ ଭାବେ ଗ୍ରହଣ କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।
ଧର୍ମ ପରିବର୍ତ୍ତନ କଲେ ଜଣେ ବ୍ୟକ୍ତି ସ୍ୱତଃ ନୂଆ ଧର୍ମର କୌଣସି ନିର୍ଦ୍ଦିଷ୍ଟ ପଛୁଆ ବର୍ଗର ସଦସ୍ୟ ହୋଇଯାଆନ୍ତି ନାହିଁ।
କନସର୍ଟରୁ ହେବାକୁଥିବା ଆୟ କରିପାରିବ ସାହାଯ୍ୟ ଏହି ମାମଲାରେ ସମୀର ଅହମଦ ୨୦୧୫ରେ ହିନ୍ଦୁ ଧର୍ମ ଛାଡ଼ି ଇସ୍ଲାମ ଗ୍ରହଣ କରିଥିଲେ।
୨୦୧୬ରେ ଏହାର ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଥିଲା।
ପରେ ସେ "ମୁସଲିମ୍ ଲେବ୍ବାଇ" ସମ୍ପ୍ରଦାୟର ପ୍ରମାଣପତ୍ର ମାଗିଥିଲେ, ଯାହାକୁ ସ୍ଥାନୀୟ ପ୍ରଶାସନ ମଞ୍ଜୁର କରିନଥିଲା।
ତାମିଲନାଡୁ ସରକାର ୯ ମାର୍ଚ୍ଚ ୨୦୨୪ରେ ଜାରି କରିଥିବା ଆଦେଶକୁ ନେଇ ଏହି ଆଇନଗତ ବିବାଦ ସୃଷ୍ଟି ହୋଇଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।