Supreme Court: ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ନେଇ ସନ୍ଦେହ: ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟରେ ଶୁଣାଣି

Sep 29, 2026 - 12:45
Supreme Court: ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ନେଇ ସନ୍ଦେହ: ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟରେ ଶୁଣାଣି

"ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ନେତୃତ୍ୱାଧୀନ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ପକ୍ଷରୁ ନିଆଯାଉଥିବା ବିଭିନ୍ନ ନିଷ୍ପତ୍ତିକୁ ନେଇ ଆଗତ ଆବେଦନର ଆସନ୍ତା ସପ୍ତାହରେ ଶୁଣାଣି କରିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ ସମ୍ମତି ପ୍ରକାଶ କରିଛନ୍ତି।

ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି.

ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ସମ୍ମୁଖରେ ବରିଷ୍ଠ ଆଇନଜୀବୀ ବିକାଶ ସିଂହ ଏହି ମାମଲାକୁ ଉପସ୍ଥାପନ କରିଥିଲେ।

Advertisment ବହୁସଦସ୍ୟ ବିଶିଷ୍ଟ ନିର୍ବାଚନ କମିଶନଙ୍କ ଆଇନଗତ ନିୟମାନୁସାରେ ସମସ୍ତ ନିଷ୍ପତ୍ତି ସର୍ବସମ୍ମତିକ୍ରମେ କିମ୍ବା ବହୁମତ ଆଧାରରେ ଗ୍ରହଣ କରାଯିବା ଆବଶ୍ୟକ।

ମାତ୍ର ବର୍ତ୍ତମାନ କମିଶନ ଯେପରି କାର୍ଯ୍ୟ କରୁଛନ୍ତି, ସେଥିରେ ନିଷ୍ପତ୍ତିଗୁଡ଼ିକ ସର୍ବସମ୍ମତ କି ନୁହେଁ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି ବୋଲି ବିକାଶ ସିଂହ ଅଦାଲତଙ୍କୁ ଜଣାଇଛନ୍ତି।

ଆପତ୍ତି ଜଣାଇଥିବା ନେଇ ସମ୍ବାଦ ପ୍ରକାଶ ଗତ ୧୦ ମାସ ମଧ୍ୟରେ ଭୋଟର ତାଲିକା ନାମ ସାମିଲ କରିବା, ବାଦ୍ ଦେବା, ପୁନରୁଦ୍ଧାର ଏବଂ ପଞ୍ଜୀକରଣ ପ୍ରକ୍ରିୟାରେ ପରିବର୍ତ୍ତନ ସହ ଜଡ଼ିତ ପ୍ରାୟ ୧୪ଟି ନିଷ୍ପତ୍ତି ଓ ଆଦେଶକୁ ନେଇ ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଯୋଶୀ ଆନୁଷ୍ଠାନିକ ଭାବେ ଆପତ୍ତି ଜଣାଇଥିବା ନେଇ ସମ୍ବାଦ ପ୍ରକାଶ ପାଇବା ପରେ ଏହି ବିବାଦ ଆରମ୍ଭ ହୋଇଛି।

ଅନ୍ୟପକ୍ଷରେ, ନିର୍ବାଚନ ଆୟୋଗ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରି ନିଜର ସମସ୍ତ ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଛି ବୋଲି ସ୍ପଷ୍ଟ କରିଛନ୍ତି।

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ଦୁଇ ନିର୍ବାଚନ କମିଶନର ଏସ.ଏସ.

ସାନ୍ଧୁ ଓ ବିବେକ ଯୋଶୀଙ୍କ ବୈଠକ ପରେ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, କ୍ୟାବିନେଟ୍ ସଚିବ ଟି.ଭି.

ସୋମନାଥନଙ୍କୁ ଲେଖାଯାଇଥିବା ଚିଠି କୌଣସି ନୀତିଗତ ବିଷୟ ସହ ଜଡ଼ିତ ନୁହେଁ, ବରଂ ଡେପୁଟେସନରେ ଥିବା ଜଣେ ଅଧିକାରୀଙ୍କ କାର୍ଯ୍ୟାବଳୀ ସହ ଜଡ଼ିତ।

ଏଥିସହ ବିହାର, ପଶ୍ଚିମବଙ୍ଗ ସମେତ ୩୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଜାରି ''ସ୍ପେସାଲ ଇଣ୍ଟେନସିଭ୍ ରିଭିଜନ୍'' (ଏସଆଇଆର୍) ଆଦେଶ କମିଶନଙ୍କ ସର୍ବସମ୍ମତ ଅନୁମୋଦନକ୍ରମେ ଜାରି କରାଯାଇଥିଲା ଏବଂ ସୁପ୍ରିମକୋର୍ଟ ମଧ୍ୟ ଏହାକୁ କାଏମ୍ ରଖିଛନ୍ତି ବୋଲି ଆୟୋଗ ଦର୍ଶାଇଛନ୍ତି।

ବୟସ ୬୦ ବର୍ଷରୁ ଅଧିକ ଦର୍ଶାଯାଇଛି: କଂଗ୍ରେସ ଦାବି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।