Supreme Court: ସୋହରାବୁଦ୍ଦିନ ଏନକାଉଣ୍ଟର ମାମଲା: ୯୨ ସାକ୍ଷୀ ପଲଟି ଯିବା ନେଇ ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ
"ନୂଆଦିଲ୍ଲୀ: ୨୦୦୫ ସୋହରାବୁଦ୍ଦିନ ଶେଖ ଏନ୍କାଉଣ୍ଟର ମାମଲାରେ ୨୧ ପୁଲିସକର୍ମୀଙ୍କ ସମେତ ୨୨ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରାଯିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକ ଆବେଦନ ଉପରେ ସୋମବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି।Advertisment ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚୀ ଓ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରି ହାଇକୋର୍ଟରୁ ଦୋଷମୁକ୍ତ ହୋଇଥିବା ୨୨ ଅଭିଯୁକ୍ତଙ୍କୁ ନୋଟିସ ଜାରି କରିଛନ୍ତି।
୨୮ ଅକ୍ଟୋବରରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ଦୋଷମୁକ୍ତ ୨୨ ଅଭିଯୁକ୍ତଙ୍କୁ ନୋଟିସ ସୂଚନାଯୋଗ୍ୟ, ସୋହରାବୁଦ୍ଦିନ ଶେଖର ଭାଇ ରୁବାବୁଦ୍ଦିନ ଶେଖ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।
ସୁପ୍ରିମକୋର୍ଟ ୯୨ ଜଣ ସାକ୍ଷୀଙ୍କ ପଲଟି ଯିବାକୁ ନେଇ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି।
ସିଜେଆଇ କହିଛନ୍ତି, ସେ କିଛି ପ୍ରମୁଖ ସାକ୍ଷୀଙ୍କ ବୟାନ ଯାଞ୍ଚ କରିବାକୁ ଚାହାନ୍ତି।
ପକ୍ଷମାନେ ୩-୪ ଜଣ ସାକ୍ଷୀଙ୍କ ବୟାନ ଉପସ୍ଥାପନ କରିବା ଉଚିତ ଯାହାକୁ ସେମାନେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରନ୍ତି।
କୋର୍ଟ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାର ନିଷ୍ପତ୍ତି ଯାଞ୍ଚ କରିବେ।
ତଥାପି କୋର୍ଟ ଆଦେଶର ଏକ ଅଂଶ, ବିଶେଷକରି ଅନୁଚ୍ଛେଦ ୪୩ ସମୀକ୍ଷା କରିବେ ନାହିଁ।
ଶୁଣାଣି ସମୟରେ ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ୯୨ ଜଣ ସାକ୍ଷୀ ନିଜ ବୟାନରୁ ପଲଟି ଯିବା ଉପରେ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି।
ମାମଲାର ନିରପେକ୍ଷ ଓ ନ୍ୟାୟପୂର୍ଣ୍ଣ ବିଚାର ହୋଇଛି କି ନାହିଁ ତାହା ବିଚାର କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ଖଣ୍ଡପୀଠ କହିଛନ୍ତି।
SIR Controversy: ଏସ୍ଆଇଆର୍ ବିବାଦ: ସିଇସିଙ୍କ ଇସ୍ତଫା ଦାବିରେ ହାଇଦ୍ରାବାଦ, ଲକ୍ଷ୍ନୌ, ଶ୍ରୀନଗରରେ କଂଗ୍ରେସ କର୍ମୀଙ୍କ ପ୍ରତିବାଦ ସୂଚନାଯୋଗ୍ୟ, ମେ ୭ ତାରିଖରେ ବମ୍ବେ ହାଇକୋର୍ଟ ମୋଟ ୨୨ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିବା ନିମ୍ନ ଅଦାଲତର ନିଷ୍ପତ୍ତିକୁ ବଜାୟ ରଖିଥିଲା।
୨୦୦୫ ମସିହାରେ ଗ୍ୟାଙ୍ଗଷ୍ଟର ସୋହରାବୁଦ୍ଦିନ ଶେଖ, ତା"ର ପତ୍ନୀ କୌସର ବି ଓ ସେମାନଙ୍କ ସହାୟକ ତୁଲସୀରାମ ପ୍ରଜାପତିଙ୍କୁ ପୁଲିସ ଏକ ମିଥ୍ୟା ଏନକାଉଣ୍ଟରରେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।
ଡିସେମ୍ବର ୨୦୧୮ରେ ପ୍ରମାଣ ଅଭାବରୁ ସିବିଆଇ କୋର୍ଟ ଅଭିଯୁକ୍ତମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।