Supreme Court Recruitment : ସୁପ୍ରିମକୋର୍ଟରେ ଚାକିରି ସୁଯୋଗ
"ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ସରକାରୀ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିବା ଯୁବକଯୁବତୀଙ୍କ ପାଇଁ ଏକ ବଡ଼ ଖବର।
ସୁପ୍ରିମକୋର୍ଟରେ ଜୁନିୟର କୋର୍ଟ ଆଟେଣ୍ଡାଣ୍ଟ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ ୨୦୨୬ ନଭେମ୍ବର ୪ ତାରିଖରୁ ଆବେଦନ କରିପାରିବେ।
ଆବେଦନର ଶେଷ ତାରିଖ ନଭେମ୍ବର ୨୫, ୨୦୨୬ ରହିଛି।Advertisment ମାସିକ ଦରମା କେତେ?
ଜୁନିୟର କୋର୍ଟ ଆଟେଣ୍ଡାଣ୍ଟ ପଦରେ ନିଯୁକ୍ତି ପାଇଥିବା ପ୍ରାର୍ଥୀମାନଙ୍କୁ ମାସିକ ୨୧,୭୦୦ ଟଙ୍କାରୁ ୬୯,୧୦୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ।ଏହି ପଦ ପାଇଁ ଭାରତର ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟରୁ ଦଶମ କିମ୍ବା ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ।ପ୍ରାର୍ଥୀଙ୍କ ବୟସ ୨୦୨୬ ଅକ୍ଟୋବର ୧ ତାରିଖ ଆଧାରରେ ଗଣନା କରାଯିବ।
ସର୍ବନିମ୍ନ ବୟସ ୧୮ ବର୍ଷ ଓ ସର୍ବାଧିକ ବୟସ ୨୭ ବର୍ଷ ଧାର୍ଯ୍ୟ କରାଯାଇଛି।
ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ନିୟମ ଅନୁଯାୟୀ ବୟସ ସୀମାରେ ଛାଡ଼ ବ୍ୟବସ୍ଥା ରହିଛି।
ପ୍ରାର୍ଥୀମାନଙ୍କ ଚୟନ ଲିଖିତ ପରୀକ୍ଷା ଓ ସାକ୍ଷାତକାର ଆଧାରରେ କରାଯିବ।
ଏଥିରେ ମୋଟ ୧୦୦ ନମ୍ବରର ବହୁବିକଳ୍ପୀୟ ପ୍ରଶ୍ନ ପଚରାଯିବ।
ପ୍ରଶ୍ନଗୁଡ଼ିକ ସାଧାରଣ ବୁଦ୍ଧିମତ୍ତା ଓ ଯୁକ୍ତି, ସାଂଖ୍ୟିକ ଦକ୍ଷତା, ସାଧାରଣ ଇଂରାଜୀ ଏବଂ ସାଧାରଣ ଜ୍ଞାନ ବିଷୟରୁ ଆସିବ।
ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଅତିକମ୍ରେ ୫୦ ପ୍ରତିଶତ ନମ୍ବର ରଖିବା ଆବଶ୍ୟକ।
ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀମାନଙ୍କୁ ସାକ୍ଷାତକାର ପାଇଁ ଡକାଯିବ।
ସାକ୍ଷାତକାର ମୋଟ ୨୫ ନମ୍ବରର ହେବ।
ଏଥିରେ ପ୍ରାର୍ଥୀମାନଙ୍କୁ ମୋଟ ୧୩ଟି ପ୍ରଶ୍ନ ପଚରାଯିବ।ଅନଲାଇନ୍ ଆବେଦନ ସମୟରେ ପ୍ରାର୍ଥୀମାନଙ୍କୁ ବର୍ଗ ଅନୁଯାୟୀ ଆବେଦନ ଶୁଳ୍କ ଦେବାକୁ ପଡ଼ିବ।
ସାଧାରଣ ବର୍ଗଙ୍କ ପାଇଁ ୧,୫୦୦ ଟଙ୍କା ଓ ସଂରକ୍ଷିତ ବର୍ଗଙ୍କ ପାଇଁ ୭୫୦ ଟଙ୍କା ଧାର୍ଯ୍ୟ କରାଯାଇଛି।
ମୁକ୍ତିଲାଭ କଲା ଓଡ଼ିଆ ଫିଲ୍ମ "ମଧୁମାଳତୀ", ପ୍ରେମର ନିଆରା କାହାଣୀରେ ମନ ଜିଣିଲେ ମହାଶ୍ୱେତା ଓ ସଞ୍ଜୟ ମିଶ୍ରା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।