Supreme Court Rejects Blanket Delhi Metro Restrictions: CJP ଆନ୍ଦୋଳନକୁ ନେଇ ଦିଲ୍ଲୀରେ ହଲଚଲ! ମେଟ୍ରୋକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି

Oct 09, 2026 - 16:44
Supreme Court Rejects Blanket Delhi Metro Restrictions: CJP ଆନ୍ଦୋଳନକୁ ନେଇ ଦିଲ୍ଲୀରେ ହଲଚଲ! ମେଟ୍ରୋକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି

ଦିଲ୍ଲୀରେ ଅକ୍ଟୋବର ୧୦ରେ ହେବାକୁ ଥିବା CJPର ପ୍ରତିବାଦ ପୂର୍ବରୁ ଲାଗିଥିବା କଟକଣାକୁ ନେଇ ଶୁକ୍ରବାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀ ମେଟ୍ରୋ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବା ପରିବର୍ତ୍ତେ ଯାତାୟାତକୁ ନିୟନ୍ତ୍ରିତ ଭାବେ ଚାଲୁ ରଖିବା ଉପରେ କୋର୍ଟ ଗୁରୁତ୍ୱ ଦେଇଛନ୍ତି। 

କୋର୍ଟ କହିଛନ୍ତି, ପ୍ରତିବାଦ କରିବାର ଅଧିକାର ସହ ସାଧାରଣ ଲୋକଙ୍କ ଯାତାୟାତ ଓ ଦୈନନ୍ଦିନ ଜୀବନ ମଧ୍ୟରେ ସନ୍ତୁଳନ ରହିବା ଜରୁରୀ। ପ୍ରତିବାଦ ନାଁରେ ଜାତୀୟ ରାଜପଥ ଅବରୋଧ କରାଯାଇପାରିବ ନାହିଁ ବୋଲି ମଧ୍ୟ କୋର୍ଟ ସ୍ପଷ୍ଟ କରିଛନ୍ତି।

ପ୍ରତିବାଦ ପୂର୍ବରୁ ମେଟ୍ରୋ ଷ୍ଟେସନ ବନ୍ଦ, ଟ୍ରେନ୍ ବାତିଲ ଓ ଯାତାୟାତ ଉପରେ କଟକଣାକୁ ନେଇ ଆବେଦନକାରୀମାନେ ପ୍ରଶ୍ନ ଉଠାଇଥିଲେ। ଏନେଇ ପୁଲିସର ଆଦେଶ ଯାଞ୍ଚ କରିବା ପରେ କୋର୍ଟ ପରବର୍ତ୍ତୀ ନିଷ୍ପତ୍ତି ନେବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।