Supreme Court Slams Excessive Medicine Prices: ଔଷଧର ଦାମ୍‌ ଏତେ ଅଧିକ କାହିଁକି? ଜବାବ ମାଗିଲେ ସୁପ୍ରିମକୋର୍ଟ

Oct 27, 2026 - 21:31
Supreme Court Slams Excessive Medicine Prices: ଔଷଧର ଦାମ୍‌ ଏତେ ଅଧିକ କାହିଁକି? ଜବାବ ମାଗିଲେ ସୁପ୍ରିମକୋର୍ଟ

କ୍ୟାନ୍ସର ରୋଗୀଙ୍କ ଚିକିତ୍ସା ନାଁରେ ଏତେ ଟଙ୍କା କାହିଁକି?

୧୧ ହଜାର ଟଙ୍କାରେ ମିଳୁଥିବା ଏକ କ୍ୟାନ୍ସର ଇଞ୍ଜେକ୍ସନ୍‌ ପାଇଁ ହସ୍ପିଟାଲ ୧ ଲକ୍ଷ ୩୦ ହଜାର ଟଙ୍କା ନେଇଥିବା ଘଟଣାକୁ ନେଇ କ୍ଷୁବ୍ଧ ହୋଇଛନ୍ତି ସୁପ୍ରିମକୋର୍ଟ।

ଔଷଧର ଦାମ୍‌ ଓ ରୋଗୀଙ୍କଠାରୁ ନିଆଯାଉଥିବା ଟଙ୍କା ମଧ୍ୟରେ ଏତେ ବଡ଼ ପାର୍ଥକ୍ୟ କାହିଁକି ବୋଲି କୋର୍ଟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

Advertisment ଶୁଣାଣି ସମୟରେ ବିଚାରପତି ବିକ୍ରମ ନାଥ ଓ ସନ୍ଦୀପ ମେହତାଙ୍କ ଖଣ୍ଡପୀଠ ଔଷଧ ଦାମ୍‌ ନିୟନ୍ତ୍ରଣ ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଥିଲେ।

ଔଷଧ ନିର୍ମାତାଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଉଛି କି ଏବଂ ଏତେ ଅଧିକ ଦାମ୍‌କୁ କିପରି ଅନୁମତି ମିଳୁଛି, ସେନେଇ କୋର୍ଟ ଉଦ୍‌ବେଗ ପ୍ରକାଶ କରିଥିଲେ।

ହସ୍ପିଟାଲ ନିଜ ସେବା ପାଇଁ ଟଙ୍କା ନେଇପାରିବ, କିନ୍ତୁ ଔଷଧର ମୂଲ୍ୟକୁ ତାହାର ପ୍ରକୃତ ଦାମ୍‌ଠାରୁ ୧୦୦ରୁ ୨୦୦ ଗୁଣ ବଢ଼ାଇବାକୁ ଯଥାର୍ଥ ବୋଲି କୁହାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ କହିଥିଲେ।

କ୍ୟାନ୍ସର ଔଷଧ ଉପରେ ସରକାର ଲାଗୁ କରିଥିବା ୩୦ ପ୍ରତିଶତ ବାଣିଜ୍ୟିକ ଲାଭ ସୀମା ନେଇ ମଧ୍ୟ କୋର୍ଟ ପ୍ରଶ୍ନ ଉଠାଇଛନ୍ତି।

ଏହି କଟକଣା ଅନ୍ୟ ଔଷଧ ପାଇଁ କାହିଁକି ଲାଗୁ ହୋଇପାରିବ ନାହିଁ, ତାହା ଜାଣିବାକୁ ଚାହିଁଛନ୍ତି।

ଔଷଧର ଦାମ୍‌ ନିୟନ୍ତ୍ରଣ ବ୍ୟବସ୍ଥା ରୋଗୀଙ୍କୁ ଅତ୍ୟଧିକ ଖର୍ଚ୍ଚରୁ କେତେ ସୁରକ୍ଷା ଦେଉଛି, ସେନେଇ ଶୁଣାଣି ପରେ ସୁପ୍ରିମକୋର୍ଟ ନିଜ ରାୟ ସଂରକ୍ଷିତ ରଖିଛନ୍ତି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।