Supreme Court Special Bench to Hear Pleas Over Delhi Protests: ଦିଲ୍ଲୀ ବିକ୍ଷୋଭରେ ଆଗୁଆ ଅଟକ ମାମଲା, ଆଜି ସୁପ୍ରିମକୋର୍ଟରେ ଶୁଣାଣି
ଦିଲ୍ଲୀ ବିକ୍ଷୋଭରେ ଆଗୁଆ ଅଟକ ମାମଲାର ସୁପ୍ରିମକୋର୍ଟରେ ହେବ ଶୁଣାଣି। ଆଜି ସୁପ୍ରିମକୋର୍ଟଙ୍କ ଏକ ସ୍ବତନ୍ତ୍ର ବେଞ୍ଚ ବସିବ। ଦିଲ୍ଲୀ ବିକ୍ଷୋଭ ସମୟରେ ୪ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ବିରୋଧୀ ଦଳର ନେତା ଓ ଆନ୍ଦୋଳନକାରୀଙ୍କୁ ପୋଲିସ ଦ୍ବାରା କରାଯାଇଥିବା ଆଗୁଆ ଗିରଫ ବା ପ୍ରତିରୋଧମୂଳକ ଅଟକ ମାମଲାର ଶୁଣାଣି ହେବ। ତୃଣମୂଳ କଂଗ୍ରେସ ସାଂସଦ ତଥା ବରିଷ୍ଠ ଆଇନଜୀବୀ ମେନକା ଗୁରୁସ୍ବାମୀ ଏନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।
ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ଭି. ମୋହନାଙ୍କ ବେଞ୍ଚ ଆଜି ଏହି ମାମଲାର ଶୁଣାଣି କରିବେ। ଏହା ସହିତ, ଦିଲ୍ଲୀରେ ମେଟ୍ରୋ ଏବଂ ରେଳ ସେବାକୁ ସମ୍ପୂର୍ଣ୍ଣ ବନ୍ଦ ନକରିବା ପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ଦେଇଥିବା ନିର୍ଦ୍ଦେଶକୁ ଅବମାନନା କରିଥିବା ଅଭିଯୋଗରେ ଦାୟର ହୋଇଥିବା ଏକ ଅଦାଲତ ଅବମାନନା ମାମଲାର ମଧ୍ୟ ଶୁଣାଣି ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।