Supreme Court: ଆଜି ସୁପ୍ରିମ୍‌କୋର୍ଟରେ ଡିଜିପି ମାମଲାର ଶୁଣାଣି

Sep 22, 2026 - 06:24
Supreme Court: ଆଜି ସୁପ୍ରିମ୍‌କୋର୍ଟରେ ଡିଜିପି ମାମଲାର ଶୁଣାଣି

"ଭୁବନେଶ୍ବର: ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରକ୍ରିୟା ଉପରେ ସୁପ୍ରିମ୍‌କୋର୍ଟ ସାମୟିକ ରୋକ୍‌ ଲଗାଇଥିବା ବେଳେ ମଙ୍ଗଳବାର ଦିନ ଏହାର ଶୁଣାଣି ହେବ।

ପୂର୍ବରୁ  ଚାରି ଚାରି ଥର ଶୁଣାଣି ବେଳେ କୌଣସି ନା କୌଣସି କାରଣ ପାଇଁ ତାହା ପରବର୍ତ୍ତୀ ତାରିଖକୁ ଘୁଞ୍ଚିଥିଲା।

ଆସନ୍ତାକାଲି ଏହି ମାମଲାଟି କିଛି ମୋଡ଼ ନେବ ନା ଆହୁରି ଲମ୍ବା ଆଇନଗତ ଲଢ଼େଇ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Advertisment Suspend: କେନ୍ଦ୍ରମନ୍ତ୍ରୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ; ଲାଞ୍ଚ ଅଭିଯୋଗରେ ଅଧିକାରୀ ନିଲମ୍ବିତ ଗତ ୭ ତାରିଖ ଦିନ ଶୁଣାଣି ବେଳେ ନୂଆ ମୋଡ଼ ପଦାକୁ ଆସିଥିଲା।

ପ୍ରଥମ ଥର ପାଇଁ ବରିଷ୍ଠ ଆଇପିଏସ୍‌  ସୁଶାନ୍ତ ନାଥଙ୍କ ଆଇନଜୀବୀ ସୁପ୍ରିମ୍‌କୋର୍ଟରେ ହାଜର ‌ହୋଇ ପକ୍ଷ ରଖିଥିଲେ।

ଯାହାକି ମାମଲାକୁ ଆହୁରି ଜଟିଳ କରିଥିଲା।

ଶ୍ରୀ ନାଥଙ୍କ ଆଇନଜୀବୀ କହିଥିଲେ ‌ ଯେ ପୂର୍ବରୁ ଡିଜିପି ପଦ ପାଇଁ ପ୍ରସ୍ତାବିତ ପ୍ରାର୍ଥୀଙ୍କ ତାଲିକାରେ ସୁଶାନ୍ତଙ୍କ ନାମ ଥିଲା।

ହେଲେ କେଉଁ ପରିସ୍ଥିତିରେ ତାଙ୍କ ନାମକୁ ରାଜ୍ୟ ସରକାର କାଟିଦେଲେ?

ଏହାପଛରେ ଯଥାର୍ଥତା କ"ଣ ରହିଛି?

ଯେଉଁଭଳି ଭାବେ ତାଙ୍କ ନାମକୁ କଟାଯାଇଛି ତାହା ସମ୍ପୂର୍ଣ୍ଣ ବେଆଇନ ବୋଲି ସେ ଯୁକ୍ତି ବାଢ଼ିଥିଲେ।

ଦାବି ସମ୍ପର୍କରେ ମତ ଓ ତଥ୍ୟ ପ୍ରଦାନ ପାଇଁ ସୁଯୋଗ ଦେବାକୁ ଖଣ୍ଡପୀଠଙ୍କ ନିକଟରେ ଅନୁରୋଧ କରିବା ପରେ ପରବର୍ତ୍ତୀ ଶୁଣାଣି ୧୭କୁ ଘୁଞ୍ଚିଥିଲା।

ହେଲେ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲା ଥିବାରୁ ୧୭ରେ ଶୁଣାଣି ହୋଇପାରି ନଥିଲା।

Supreme Court: ମାମଲା ଫଇସଲା ପାଇଁ ହାଇକୋର୍ଟଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ଦେଇହେବ ନାହିଁ: ସୁପ୍ରିମ୍‌କୋର୍ଟ ଏହି ସମୟରେ ଓଡ଼ିଶା ସରକାରଙ୍କ ଆଡଭୋକେଟ ଜେନେରାଲ(ଏଜି) ପିତାମ୍ବର ଆଚାର୍ଯ୍ୟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧକ୍ଷତାର ଗଠିତ ତିନିଜଣିଆ ଖଣ୍ଡପୀଠ ନିକଟରେ ଉପସ୍ଥିତ ହୋଇ ନିଜର ଅନୁରୋଧ ରଖିଥିଲେ।

ଖଣ୍ଡପୀଠ ଅଗ୍ରାଧିକାର ଭିତ୍ତିରେ ଏହି ମାମଲାର ଶୁଣାଣି କରିବାକୁ ସେ ନିବେଦନ କରିଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।