Supreme Court: ଏସିଡ୍ର ଖୁଚୁରା ବିକ୍ରି ଉପରେ କେନ୍ଦ୍ରର ମତ ଲୋଡ଼ିଲେ ସୁପ୍ରିମ୍କୋର୍ଟ
"ନୂଆଦିଲ୍ଲୀ: ଏସିଡ୍ ଆକ୍ରମଣ ରୋକିବା ଲାଗି ଏସିଡ୍ର ଖୁଚୁରା ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରାଯିବ କିମ୍ବା ଏହା ଉପରେ ଅତ୍ୟନ୍ତ କଠୋର ନିୟମ ଲାଗୁ କରାଯିବ, ସେନେଇ କେନ୍ଦ୍ର ସରକାରଙ୍କ ମତ ଲୋଡ଼ିଛନ୍ତି ସୁପ୍ରିମ୍କୋର୍ଟ।
ସୋମବାର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି.
ମୋହନାଙ୍କ ଖଣ୍ଡପୀଠ ଏହି ପ୍ରସଙ୍ଗରେ କେନ୍ଦ୍ରର ପକ୍ଷ ଜାଣିବାକୁ ଚାହିଛନ୍ତି।
୨୦୧୩ରେ ଏସିଡ୍ ବିକ୍ରି ନିୟନ୍ତ୍ରଣ ପାଇଁ କୋର୍ଟ ଦେଇଥିବା ନିର୍ଦ୍ଦେଶଗୁଡ଼ିକ ଏବେ ପ୍ରାୟ ଅପ୍ରାସଙ୍ଗିକ ହୋଇଯାଇଥିବା ଏବଂ ଅନେକ ସ୍ଥାନରେ ତାହା ଠିକ୍ ଭାବେ ପାଳନ ହେଉନଥିବା ନେଇ ଖଣ୍ଡପୀଠ ଚିନ୍ତା ପ୍ରକାଶ କରିଛନ୍ତି।Advertisment ଆହୁରି ପଢନ୍ତୁ :Mad Dog Menace ପାଗଳ କୁକୁର ଆତଙ୍କରେ ଥରହର ଚନ୍ଦାହାଣ୍ଡି: ୨ ଗୁରୁତର, ୧୦ଜଣ ଆହତ, ଗାଇବଳଦ କ୍ଷତାକ୍ତ ସୁପ୍ରିମ୍କୋର୍ଟ କହିଛନ୍ତି, କେବଳ ନିୟମ ତିଆରି କରିଦେଲେ ହେବ ନାହିଁ, ତାହାର ପ୍ରଭାବୀ କାର୍ଯ୍ୟକାରିତା ମଧ୍ୟ ଜରୁରୀ।
ଖୁଚୁରା ବିକ୍ରି ଉପରେ କଠୋର ନିୟନ୍ତ୍ରଣର ବିକଳ୍ପ ଭାବେ କ୍ରେତାଙ୍କୁ ଏସିଡ୍ କିଣିବାର ଉଦ୍ଦେଶ୍ୟ ଜଣାଇବା ବାଧ୍ୟତାମୂଳକ କରିବା, କ୍ରେତାଙ୍କ ରେକର୍ଡ ରଖିବା ଏବଂ ବଜାରକୁ କେତେ ପରିମାଣର ଏସିଡ୍ ଆସୁଛି ଓ କେତେ ବିକ୍ରି ହେଉଛି, ତାହାର ନଜରଦାରି କରିବା ଭଳି ପଦକ୍ଷେପ ଉପରେ ମଧ୍ୟ ଚର୍ଚ୍ଚା ହୋଇଛି।
ଆହୁରି ପଢନ୍ତୁ :Nepal: ନେପାଳ ବନ୍ୟା: ଜଳବିଦ୍ୟୁତ୍ ପ୍ରକଳ୍ପରୁ ୯୩୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜୋରଦାର ଏହି ମାମଲା ଏସିଡ୍ ଆକ୍ରମଣ ପୀଡ଼ିତା ଶାହିନ୍ ମଲିକ୍ଙ୍କ ଦ୍ୱାରା ଦାଖଲ ଜନହିତ ଆବେଦନ ସହ ଜଡ଼ିତ।
ଶୁଣାଣି ସମୟରେ ବରିଷ୍ଠ ଓକିଲ ସୌରଭ କୃପାଳ କହିଥିଲେ ଯେ, ୨୦୧୩ରେ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଏସିଡ୍ ଏବେ ବି ସହଜରେ ମିଳୁଛି।
ସ୍ୱେଚ୍ଛାସେବୀମାନଙ୍କ ଏକ ସର୍ବେକ୍ଷଣରୁ ମଧ୍ୟ ଏସିଡ୍କିଣିବା ଉପରେ ପ୍ରାୟ କୌଣସି ପ୍ରଭାବୀ ନିୟନ୍ତ୍ରଣ ନ ଥିବା ଜଣାପଡ଼ିଛି।
ଶିଳ୍ପ କ୍ଷେତ୍ରରେ ଏସିଡ୍ର ଆବଶ୍ୟକତା ଥିଲେ ମଧ୍ୟ ଘରୋଇ ସଫେଇ କାମରେ ଏହାର ବିକଳ୍ପ ଉତ୍ପାଦ ମିଳୁଥିବାରୁ ଖୁଚୁରା ବିକ୍ରି ବନ୍ଦ କରାଯାଇପାରେ ବୋଲି ସେ ଯୁକ୍ତି ଦେଇଥିଲେ।
ମଲିକ୍ ମଧ୍ୟ ଖୁଚୁରା ବିକ୍ରି ଉପରେ ନିଷେଧ ଦାବି କରିଛନ୍ତି।
ଆହୁରି ପଢନ୍ତୁ :Zomato: ଜୋମାଟୋରେ କୃତ୍ରିମ, ନକଲି ଦୁଗ୍ଧଜାତ ଖାଦ୍ୟ ନିଷିଦ୍ଧ ଏହାସହ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ଏସିଡ୍ ଆକ୍ରମଣ ପୀଡ଼ିତଙ୍କ ପାଇଁ ୬ ସପ୍ତାହ ମଧ୍ୟରେ ଉପଯୁକ୍ତ ପୁନର୍ବାସ ଯୋଜନା ପ୍ରସ୍ତୁତ କରି ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
ଏଥିରେ କ୍ଷତିପୂରଣ, ପୁନର୍ବାସ, ଚିକିତ୍ସା ସହାୟତା ଏବଂ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ମାଗଣା ଶିକ୍ଷାର ବ୍ୟବସ୍ଥା ରହିବ।
କେନ୍ଦ୍ର ସରକାରଙ୍କୁ ଏକ ଆଦର୍ଶ ଯୋଜନା ପ୍ରସ୍ତୁତ କରି ରାଜ୍ୟଗୁଡ଼ିକୁ ଆବଶ୍ୟକ ସହାୟତା ଦେବା ଉପରେ ବିଚାର କରିବାକୁ ମଧ୍ୟ କୁହାଯାଇଛି।
ଏହାଛଡ଼ା ରାଜ୍ୟ ଓକେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ନିଜ ଅଞ୍ଚଳରେ ହୋଇଥିବା ଏସିଡ୍ ଆକ୍ରମଣ, ସେସବୁ ମାମଲାରେ ଅଭିଯୋଗପତ୍ର ଦାଖଲ ହୋଇଛି କି ନାହିଁ ଏବଂ କେତେ ମାମଲା ବିଚାର କିମ୍ବା ଅପିଲ୍ ପର୍ଯ୍ୟାୟରେ ଅଛି, ତାହାର ସୂଚନା ଦେବାକୁ କୁହାଯାଇଛି।
ମାମଲାରେ ପୀଡ଼ିତଙ୍କ ତୁରନ୍ତ ଚିକିତ୍ସା ଓ ଆକ୍ରମଣ ପ୍ରତିରୋଧ ସମ୍ପର୍କରେ ସଚେତନତା ବଢ଼ାଇବା ଉପରେ ମଧ୍ୟ କୋର୍ଟ ଗୁରୁତ୍ୱ ଦେଇଛନ୍ତି।
ଏନ୍ଜିଓଗୁଡ଼ିକୁ ଏ ସମ୍ପର୍କରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଇଁ ସଚେତନତା କାର୍ଯ୍ୟକ୍ରମ ଓ ପାଠ୍ୟସାମଗ୍ରୀ ସମ୍ପର୍କରେ ୪ ସପ୍ତାହ ମଧ୍ୟରେ ପ୍ରସ୍ତାବ ଦେବାକୁ କୁହାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।