Suryakanta: ‘ସମ୍ମାନ ନହରାଇ ମତଭେଦ ରଖ, ବିଚାର ପୂର୍ବରୁ ଶୁଣ’:ସୂର୍ଯ୍ୟକାନ୍ତ
"ବେଙ୍ଗାଲୁରୁ: ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଶନିବାର ଆଇନ ଶିକ୍ଷାର୍ଥୀମାନଙ୍କୁ ବୌଦ୍ଧିକ ସ୍ୱାଧୀନତା, ନିରପେକ୍ଷତା ଏବଂ ଅନ୍ୟର ଭିନ୍ନମତ ପ୍ରତି ସମ୍ମାନ ପ୍ରଦର୍ଶନ କରିବାକୁ ଆହ୍ୱାନ ଦେଇଛନ୍ତି।
ଅନ୍ୟ ଜଣକର ସମ୍ମାନହାନି ନକରି ମଧ୍ୟ ମତଭେଦ ପ୍ରକାଶ କରାଯାଇପାରେ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।
ବେଙ୍ଗାଲୁରୁ ସ୍ଥିତ "ନ୍ୟାସନାଲ ଲ" ସ୍କୁଲ ଅଫ୍ ଇଣ୍ଡିଆ ୟୁନିଭରସିଟି" (ଏନ୍ଏଲ୍ଏସ୍ଆଇୟୁ)ର ୩୪ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ସିଜେଆଇ କହିଛନ୍ତି ଯେ, ଆଇନ ବୃତ୍ତି କେବଳ ଧାରା ଏବଂ ପୂର୍ବ ଉଦାହରଣର ଜ୍ଞାନ ମାଗେ ନାହିଁ, ବରଂ ନ୍ୟାୟର ସପକ୍ଷରେ ଠିଆ ହେବାର ସାହସ ଏବଂ ଅବହେଳିତଙ୍କ ସ୍ୱର ଶୁଣିବାର ନମ୍ରତା ମଧ୍ୟ ଆବଶ୍ୟକ କରେ।Advertisment ଆହୁରି ପଢନ୍ତୁ :Anirudh and Kavya Maran: ସଙ୍ଗୀତକାର ଅନିରୁଦ୍ଧ ଓ କାଭ୍ୟା ମାରନ୍ଙ୍କ ବିବାହ ଚର୍ଚ୍ଚା: କାହାର ନେଟ୍ୱର୍ଥ କେତେ?
ପ୍ରଧାନ ବିଚାରପତି କହିଛନ୍ତି ଯେ, ବୌଦ୍ଧିକ ସ୍ୱାଧୀନତା ନିରପେକ୍ଷତା ଦାବି କରିଥାଏ, ଯେଉଁଥିରେ କୌଣସି ବିଚାର କରିବା ପୂର୍ବରୁ ପକ୍ଷକୁ ଶୁଣିବା, ବ୍ୟକ୍ତି ଓ ତାଙ୍କର ସ୍ଥିତି ମଧ୍ୟରେ ପାର୍ଥକ୍ୟ ବୁଝିବା ଏବଂ ମାନବୀୟ ଗରିମା ବଜାୟ ରଖି ଭିନ୍ନ ମତ ପୋଷଣ କରିବା ସାମିଲ।
ଆଇନ ଶିକ୍ଷାର ଉଦ୍ଦେଶ୍ୟ କେବଳ ଆପରାଧିକ କିମ୍ବା ସାମ୍ବିଧାନିକ ଆଇନର ନୀତି ଶିଖିବା ନୁହେଁ, ବରଂ ବିଶ୍ୱକୁ ଭିନ୍ନ ଦୃଷ୍ଟିକୋଣରେ ଦେଖୁଥିବା ମଣିଷମାନଙ୍କ ସହ ସାମ୍ନାସାମ୍ନି ହେବା।
ଆଇନ ସ୍ଥିର ନୁହେଁ, ଏହା ବ୍ୟବହାରକାରୀଙ୍କ ମନ ଏବଂ କାର୍ଯ୍ୟ ମାଧ୍ୟମରେ ବିକଶିତ ହୁଏ।
ସେ ଶିକ୍ଷାର୍ଥୀମାନଙ୍କୁ କୌଣସି ପରିସ୍ଥିତିରେ ନିଜର ବୃତ୍ତିଗତ ସାଧୁତା ସହ ସାଲିସ୍ ନକରିବାକୁ ଏବଂ ସର୍ଟକଟ୍ ଆପଣାଇବାରୁ ଦୂରେଇ ରହିବାକୁ ସତର୍କ କରାଇଛନ୍ତି।
ଆହୁରି ପଢନ୍ତୁ :Supremecourt: ଇଣ୍ଟରନେଟ୍ ସେବା ମୌଳିକ ଅଧିକାର, ଶିଶୁଙ୍କ ପାଇଁ କଟକଣା ମନା: ସୁପ୍ରିମ୍କୋର୍ଟ ସୂଚନାଯୋଗ୍ୟ ଯେ, ସିଜେଆଇ ଏବଂ ବାର୍ କାଉନସିଲ ଅଫ୍ ଇଣ୍ଡିଆ (ବିସିଆ)" ଅଧ୍ୟକ୍ଷଙ୍କ ଯୋଗଦାନକୁ ନେଇ କିଛି ଛାତ୍ରଙ୍କ ବିରୋଧ ଯୋଗୁଁ ଗତ ସେପ୍ଟେମ୍ବର ୧୨ ତାରିଖରେ ହେବାକୁ ଥିବା ଏହି ଉତ୍ସବକୁ ବିଶ୍ୱବିଦ୍ୟାଳୟ ଅପରିହାର୍ଯ୍ୟ କାରଣ ଦର୍ଶାଇ ସ୍ଥଗିତ ରଖିଥିଲା।
ପରେ ଏକ ବୈଠକରେ ପୁନଃ କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।