Suspended Constable Shankar Pradhan Found Dead: OAPF କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର, ନିଲମ୍ବନ ପରେ ଚିନ୍ତାରେ ଥିବା ସୂଚନା

Aug 17, 2026 - 17:40
Suspended Constable Shankar Pradhan Found Dead: OAPF କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର, ନିଲମ୍ବନ ପରେ ଚିନ୍ତାରେ ଥିବା ସୂଚନା

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ବିଲ ସାହିରୁ ଜଣେ OAPF କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ୧୦ ନମ୍ବର ୱାର୍ଡରେ ଥିବା ଏକ ଭଡ଼ାଘରୁ କନେଷ୍ଟବଳଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି।

ମୃତକ ହେଉଛନ୍ତି OAPF କନେଷ୍ଟବଳ ଶଙ୍କର ପ୍ରଧାନ। ସୂଚନା ଅନୁସାରେ, ଶଙ୍କର ପ୍ରାୟ ଦେଢ଼ ବର୍ଷ ହେବ ଚାକିରିରୁ ନିଲମ୍ବିତ ଥିଲେ। ନିଲମ୍ବନ ପରେ ସେ ମାନସିକ ଦୁଶ୍ଚିନ୍ତାରେ ରହୁଥିବା ନେଇ ଜଣାପଡ଼ିଛି।

ଘରୁ ମୃତଦେହ ଉଦ୍ଧାର ପରେ ଘଟଣାସ୍ଥଳରେ ଢେଙ୍କାନାଳ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର ପ୍ରକୃତ କାରଣ କଣ, ସେନେଇ ତଦନ୍ତ ପରେ ସ୍ପଷ୍ଟ ହେବ।

ପ୍ରାଥମିକ ଭାବେ ନିଲମ୍ବନଜନିତ ମାନସିକ ଚାପ କାରଣରୁ ସେ ଚରମ ପଦକ୍ଷେପ ନେଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ତେବେ ଏହା କେବଳ ପ୍ରାଥମିକ ସନ୍ଦେହ ହୋଇଥିବାବେଳେ ପୋଲିସର ତଦନ୍ତ ଓ ଅନ୍ୟାନ୍ୟ ତଥ୍ୟ ସାମ୍ନାକୁ ଆସିବା ପରେ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ।

OAPF କନଷ୍ଟେବଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଢେଙ୍କାନାଳ ବିଲସାହିରେ ଭଡ଼ାଘରୁ ମୃତଦେହ ଉଦ୍ଧାର
ମୃତ କନଷ୍ଟେବଲ ଶଙ୍କର ପ୍ରଧାନ
ଦେଢ ବର୍ଷ ତଳେ ଚାକିରିରୁ ନିଲମ୍ବିତ ହୋଇଥିଲେ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।