‘Swachhata Hi Seva’ : ଗଣିଜାଙ୍ଗରେ ‘ସ୍ୱଚ୍ଛତା ହିଁ ସେବା’ ସଚେତନତା କାର୍ଯ୍ୟକ୍ରମ
"ବନ୍ତ: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଗଣିଜାଙ୍ଗ ପଞ୍ଚାୟତରେ ଗାନ୍ଧୀଜୟନ୍ତୀ ଅବସରରେ "ସ୍ୱଚ୍ଛତା ହିଁ ସେବା" କାର୍ଯ୍ୟକ୍ରମ ଓ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି।
ପ୍ରାରମ୍ଭରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।
ଏହି ଅବସରରେ ଗାନ୍ଧୀଜୀଙ୍କ ଜୀବନୀ ଓ ଆଦର୍ଶ ସମ୍ପର୍କରେ ଆଲୋଚନା କରାଯାଇଥିଲା।
ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏବଂ ସରପଞ୍ଚ ରଶ୍ମିତା ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସିଡିପିଓ ଆଲାଡି ମାରାଣ୍ଡି, ଶ୍ରମ ବିଭାଗର ଏଏଲଓ ଚଞ୍ଚଳା ମେହେର, ଗଣିଜାଙ୍ଗ ଆରଆଇ ସଂଯୁକ୍ତା ଟୁଡୁ, ଅଙ୍ଗନୱାଡି ସୁପରଭାଇଜର ରୁକ୍ମଣୀ ମହାଳିକ, ସମିତିସଭ୍ୟ ମନୋରଞ୍ଜନ ସେଠୀ, ନାଏବ ସରପଞ୍ଚ ଅହଲ୍ୟା ଶଙ୍ଖୁଆ, ଜିଆରଏସ୍ ଲିତାରାଣୀ ଦେହୁରୀ, ବ୍ୟାଙ୍କ ମିତ୍ର ଝୁନୁଲତା ମହାନ୍ତିଙ୍କ ସମେତ ବହୁ ଜନପ୍ରତିନିଧି ଓ ବିଭାଗୀୟ କର୍ମଚାରୀ ଯୋଗ ଦେଇଥିଲେ।
Advertisment ପଞ୍ଚାୟତ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଞ୍ଚାୟତ କାର୍ଯ୍ୟାଳୟ, ବଜାର, ବ୍ୟାଙ୍କ, ସେବା ସମବାୟ ସମିତି ଓ ହନୁମାନ ମନ୍ଦିର ନିକଟରେ ସଫେଇ କରାଯିବା ସହ ବ୍ଲିଚିଂ ପାଉଡର ପକାଯାଇଥିଲା।
ଏଥିସହ ସ୍ୱଚ୍ଛତା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା।
ନିଜେ ସ୍ୱଚ୍ଛ ରହିବା ସହ ନିଜ ଆଖପାଖ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ସମସ୍ତେ ଶପଥ ନେଇଥିଲେ।
ପରେ ପଞ୍ଚାୟତ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଥିଲା।
ଗ୍ରାମସଭାରେ "ଏକ ପେଡ୍ ମା କେ ନାମ" ଏବଂ "ଶିଶୁ ଶ୍ରମ ମୁକ୍ତ ଓଡ଼ିଶା: ଆମର ସଂକଳ୍ପ" ବିଷୟରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।
ଶିଶୁ ଶ୍ରମିକ ପ୍ରଥାର ମୂଳୋତ୍ପାଟନ ସହ ଶିଶୁମାନଙ୍କ ଶିକ୍ଷା ଓ ଅଧିକାର ସୁରକ୍ଷା ଦିଗରେ ସମସ୍ତେ ସହଯୋଗ କରିବାକୁ ଆହ୍ୱାନ ଦିଆଯାଇଥିଲା।
ଏହି କାର୍ଯ୍ୟକ୍ରମରେ ୱାର୍ଡ ସଭ୍ୟ ବାଇଧର ଦାସ, ରଘୁନାଥ ରାଉଳ, ହୀରନବାଳା ଦାସ, ନିର୍ଝରିଣୀ ବାରିକ, ସଂଯୁକ୍ତା ନାୟକ, ପୂଜାରାଣୀ ମଲ୍ଲିକ, ରାଜଲକ୍ଷ୍ମୀ ଦାସ, ସ୍ୱାବଲମ୍ବୀ କାରିଗର ଗଜେନ୍ଦ୍ର ଘିଆ, ସ୍ୱଚ୍ଛ ଭାରତର ଶ୍ରୀକାନ୍ତ ସାହୁ, ମହୀଧର ନାୟକ, ଅଶୋକ ବେହେରା ଓ ସୁଶାନ୍ତ ମଲ୍ଲିକଙ୍କ ସମେତ ଆଶାକର୍ମୀ, ଅଙ୍ଗନୱାଡି କର୍ମୀ, ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା, ୱାର୍ଡ ସଭ୍ୟସଭ୍ୟା ଓ ପଞ୍ଚାୟତସ୍ତରୀୟ ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।