Swaraj Dweep: ସବୁଠୁ ଶାନ୍ତ ଦ୍ବୀପ ତାଲିକାରେ ଭାରତର ‘ସ୍ବରାଜ ଦ୍ବୀପ’

Sep 11, 2026 - 07:35
Swaraj Dweep: ସବୁଠୁ ଶାନ୍ତ ଦ୍ବୀପ ତାଲିକାରେ ଭାରତର ‘ସ୍ବରାଜ ଦ୍ବୀପ’

"ସମୁଦ୍ରର ଗର୍ଜନ, ପବନର ମୃଦୁ ସ୍ପର୍ଶ ଓ ଚାରିପଟେ ସବୁଜିମା।

କୋଳାହଳଠାରୁ ଦୂରରେ ଏଭଳି ଶାନ୍ତ ପରିବେଶରେ ସମୟ କାଟିବାକୁ ଏବେ ଅନେକ ପର୍ଯ୍ୟଟକ ପସନ୍ଦ କରୁଛନ୍ତି।

ବଢୁଥିବା ଭିଡ଼ ଓ ଶବ୍ଦ ପ୍ରଦୂଷଣ ମଧ୍ୟରେ ଲୋକେ ଏବେ ପ୍ରକୃତି କୋଳରେ କିଛି ସମୟ ବିତାଇବା ପାଇଁ ଶାନ୍ତ ସ୍ଥାନ ଖୋଜୁଛନ୍ତି।

ଏହି ଚାହିଦାକୁ ନଜରରେ ରଖି "ବୁକ୍‌ରିଟ୍ରିଟ୍‌ସ.କମ୍" ବିଶ୍ୱର ସବୁଠାରୁ ଶାନ୍ତ ଦ୍ୱୀପଗୁଡ଼ିକର ଏକ ସୂଚୀ ପ୍ରକାଶ କରିଛି।

ଏଥିରେ ନ୍ୟୁଜିଲାଣ୍ଡର "ଷ୍ଟିୱାର୍ଟ ଦ୍ୱୀପ" ଶହେରୁ ୯୪.୬ ଅଙ୍କ ହାସଲ କରି ପ୍ରଥମ ସ୍ଥାନରେ ଥିବାବେଳେ ଭାରତର ସ୍ୱରାଜ ଦ୍ୱୀପ ୮୭.୯ ଅଙ୍କ ସହିତ ନବମ ସ୍ଥାନ ଅଧିକାର କରିଛି।

ସ୍ବରାଜ ଦ୍ବୀପ ହେଉଛି ଆଣ୍ଡାମାନ୍‌ ଓ ନିକୋବର ଦ୍ବୀପପୁଞ୍ଜ ଅନ୍ତର୍ଗତ ଏକ ସ୍ବର୍ଗୀୟ ସ୍ଥାନ।

ପୂର୍ବରୁ ଏହାର ନାମ ଥିଲା ହାଭ୍‌ଲକ୍‌ ଆଇଲ୍ୟାଣ୍ଡ୍‌।

ରାଜଧାନୀ ସହର ଶ୍ରୀବିଜୟପୁରମ୍‌ର ଉତ୍ତରପୂର୍ବ ଦିଗରେ ୩୯ କିଲୋମିଟର ଦୂରରେ ଏହା ଅବସ୍ଥିତ।

ଏହାର କ୍ଷେତ୍ରଫଳ ୧୧୩ ବର୍ଗକିଲୋମିଟର ଏବଂ ୨୦୧୧ ଜନଗଣନା ଅନୁସାରେ ଏଠାରେ ଥିବା ଛଅଟି ଗାଁରେ ୬,୫୫୧ ଜଣ ବସବାସ କରନ୍ତି।Advertisment Data bank: ପ୍ରବାସୀ ଓଡ଼ିଆ ଡାଟା ବ୍ୟାଙ୍କ ଉନ୍ମୋଚନ ପାଇଁ ବ୍ୟାପକ ପ୍ରସ୍ତୁତି ଏଠାକୁ ପହଞ୍ଚିବା ଲାଗି ଜାହାଜରେ ଦୁଇ ଘଣ୍ଟା ଯାତ୍ରା କରିବାକୁ ପଡ଼ିଥାଏ।

ରାଧାନଗର ବେଳାଭୂମି ଏହି ଦ୍ବୀପର ସବୁଠାରୁ ଲୋକପ୍ରିୟ ସ୍ଥାନ।

ଏଠାକାର ଶୁଭ୍ର ବାଲୁକାରାଶି ଓ ସମୁଦ୍ରର ସ୍ବଚ୍ଛ ନୀଳଜଳ ଖୁବ୍ ମନୋରମ।

ଏଠାରେ ସ୍କୁବା ଡାଇଭିଂ, ସ୍ନୋର୍କେଲିଂ, ପାରାସେଲିଂ ଓ କାୟାକିଂ କରିବାର ବିଶ୍ବସ୍ତରୀୟ ବ୍ୟବସ୍ଥା ଅଛି।

ସୁଦୂର ଅବସ୍ଥିତି ଯୋଗୁଁ ଏହି ଦ୍ବୀପରେ ଗହଳି ନଥାଏ କି ଏଠାରେ ବିଶେଷ ଭିତ୍ତିଭୂମି ବିକାଶ କରାଯାଇନାହିଁ।

ତେଣୁ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅକ୍ଷୁଣ୍ଣ ରହିଛି।

ଉଲ୍ଲେଖଯୋଗ୍ୟ ଯେ ଉକ୍ତ ସୂଚୀ ପ୍ରସ୍ତୁତି ଲାଗି ଦ୍ୱୀପଗୁଡ଼ିକୁ ଜନସଂଖ୍ୟାର ଘନତା, ପ୍ରାକୃତିକ ପରିବେଶ, ବିମାନବନ୍ଦର ଶବ୍ଦ, ରାସ୍ତାର ଘନତା, ରାତି ଆକାଶର ଉଜ୍ଜ୍ୱଳତା ଓ ସମୁଦ୍ରତଟର ସୁଗମତା ଭଳି ୬ଟି ମାନଦଣ୍ଡକୁ ମୂଲ୍ୟାଙ୍କନ କରାଯାଇଛି।

BRICS Summit 2026: ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ୧୦୫ ବିମାନ ପାଇଁ ଭାରତୀୟ କମ୍ପାନି ସହ ରୁଷ୍‌ର ବୁଝାମଣା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।