Swayam: ଏହି ସରକାରୀ ପୋର୍ଟାଲରେ ଘରେ ବସି ମାଗଣାରେ ଶିଖନ୍ତୁ ଚଟାପଟ ଇଂରାଜୀ
ନୂଆଦିଲ୍ଲୀ: ଆଜିର ଡିଜିଟାଲ ଯୁଗରେ ଇଂରାଜୀ ଭାଷାରେ ଦକ୍ଷତା ଏବଂ ଫ୍ଲୁଏଣ୍ଟ ହେବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି।
ଯେଉଁଥିପାଇଁ ଅନେକ ଯୁବକଯୁବତୀ ଏବଂ ଛାତ୍ରଛାତ୍ରୀ ଦାମୀ କୋଚିଂ ସେଣ୍ଟରର ଆଶ୍ରୟ ନେଇଥାନ୍ତି।
କିନ୍ତୁ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଜରିଆରେ ଘରେ ବସି ସମ୍ପୂର୍ଣ୍ଣ ମାଗଣାରେ ଇଂରାଜୀ ଶିଖିବାର ଏକ ସୁବର୍ଣ୍ଣ ସୁଯୋଗ ମିଳିଛି।
ସରକାରୀ ଅନଲାଇନ୍ ଶିକ୍ଷା ପ୍ଲାଟଫର୍ମ 'ସ୍ୱୟମ୍' ମାଧ୍ୟମରେ ମାଗଣା ଇଂରାଜୀ ସ୍ପୋକେନ୍ ଏବଂ କମ୍ୟୁନିକେସନ୍ କୋର୍ସ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।
Advertisment ଆହୁରି ପଢନ୍ତୁ: Cyclone Murasu: ଘନୀଭୂତ ହେଲା ବାତ୍ୟା 'ମୁରାସୁ', ନଭେମ୍ବର ୩ରେ ଅତିକ୍ରମ କରିବ ଆନ୍ଧ୍ର ଉପକୂଳ କାହା ପାଇଁ ଏହି କୋର୍ସ?
ଏହି ଅନଲାଇନ୍ କୋର୍ସଗୁଡ଼ିକ କେବଳ ସ୍କୁଲ କିମ୍ବା କଲେଜ୍ ଛାତ୍ରଛାତ୍ରୀ ନୁହେଁ, ବରଂ ଶିକ୍ଷକ, ଅଭିଭାବକ ଏବଂ ଘରେ ବସି ନିଜର ଇଂରାଜୀ କଥିତ ଦକ୍ଷତା ବୃଦ୍ଧି କରିବାକୁ ଚାହୁଁଥିବା ଯେକୌଣସି ବ୍ୟକ୍ତିଙ୍କ ପାଇଁ ଉପଲବ୍ଧ ଅଛି।
ବିଶେଷ କଥା ହେଉଛି ଯେ ଏହି କୋର୍ସଗୁଡ଼ିକ ପାଇଁ କୌଣସି ଅତିରିକ୍ତ ଶୁକ୍ଳ ଦେବାକୁ ପଡ଼ିବ ନାହିଁ।
ସେହିପରି ଶିକ୍ଷଣ ସାମଗ୍ରୀ, ଭିଡିଓ ଲେକଚର୍ ଏବଂ ଅଡିଓ-ଭିଡିଓ ମାଧ୍ୟମରେ ସହଜରେ ଶିଖିବାର ସୁଯୋଗ ରହିଛି।
କୋର୍ସ ସଫଳତାର ସହ ଶେଷ କରିବା ଏବଂ ମୂଲ୍ୟାୟନ ପରେ ସରକାରୀ ସ୍ୱୀକୃତିପ୍ରାପ୍ତ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଏ।
ଆହୁରି ପଢନ୍ତୁ: Student Attack: ଛାତ୍ରୀଙ୍କୁ ଚେନ୍ସ'ରେ ଆକ୍ରମଣ ଘଟଣା: ଗିରଫଦାରୀକୁ ପ୍ରତିରୋଧ କରିବା ସମୟରେ ଅଭିଯୁକ୍ତକୁ ଗୁଳିମାଡ଼ କିପରି କରିବେ ପଞ୍ଜୀକରଣ?
ସର୍ବପ୍ରଥମେ ସରକାରୀ ପୋର୍ଟାଲ୍ swayam.gov.in କିମ୍ବା swayamplus.education.gov.in କୁ ଯାଆନ୍ତୁ।
ନିଜର ମୋବାଇଲ ନମ୍ବର କିମ୍ବା ଇମେଲ ଆଇଡି ବ୍ୟବହାର କରି ପଞ୍ଜୀକରଣ କରନ୍ତୁ।
ସର୍ଚ୍ଚ ବକ୍ସରେ 'Professional and Communicative English' କିମ୍ବା 'Essentials of English Communication' କୋର୍ସ ଖୋଜନ୍ତୁ।
ଏହାପରେ 'Enroll' ବଟନ୍ କ୍ଲିକ୍ କରି ମାଗଣାରେ ଏଥିରେ ଯୋଗଦାନ କରନ୍ତୁ ଏବଂ ଘରେ ବସି ନିଜର ପାଠପଢ଼ା ଆରମ୍ଭ କରନ୍ତୁ।
ଇଂରାଜୀ ଭାଷାରେ ଦକ୍ଷତା ବଢ଼ାଇ କ୍ୟାରିୟରକୁ ଆଗକୁ ନେବା ପାଇଁ ଇଚ୍ଛୁକ ଥିବା ଆଶାୟୀମାନେ ବିଳମ୍ବ ନକରି ଶୀଘ୍ର ଏହି ଅନଲାଇନ୍ ପ୍ଲାଟଫର୍ମରେ ପଞ୍ଜୀକରଣ କରିବାକୁ ପରାମର୍ଶ ଦିଆଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।