T20 Asia Cup; ମହିଳା ଟ୍ବେଣ୍ଟି-୨୦ ଏସିଆ କପ୍‌: ଗୁରୁବାର ହଂକଂକୁ ଭେଟିବ ଭାରତ

Sep 02, 2026 - 15:08
T20 Asia Cup; ମହିଳା ଟ୍ବେଣ୍ଟି-୨୦ ଏସିଆ କପ୍‌: ଗୁରୁବାର ହଂକଂକୁ ଭେଟିବ ଭାରତ

"ଦୁବାଇ: ଚଳିତ ମହିଳା ଟ୍ବେଣ୍ଟି-୨୦ ଏସିଆ କପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଥାଇଲାଣ୍ଡକୁ ହରାଇ ଅଭିଯାନ ଆରମ୍ଭ କରିଥିଲା।

ଶନିବାର ପାକିସ୍ତାନ ବିପକ୍ଷ ଶେଷ ଗ୍ରୁପ୍‌ ମ୍ୟାଚ୍‌ ଖେଳିବା ପୂର୍ବରୁ ଭାରତ ଗୁରୁବାର ହଂକଂକୁ ଭେଟିବ।

ପ୍ରଥମ ମ୍ୟାଚ୍‌ରେ ୭ ଥର (୪ ଦିନିକିଆ, ୩ ଟ୍ବେଣ୍ଟି-୨୦) ବିଜେତା ଭାରତର ବ୍ୟାଟିଂ ପ୍ରଦର୍ଶନ ଆଶାନୁଯାୟୀ ହୋଇ ନଥିଲା।

ପ୍ରଥମ ୧୦ ଓଭରରେ ୧୦୧/୨ କରିଥିବା ଭାରତ ୨୦୦ରୁ ଅଧିକ ଆଶା ରଖିଥିଲା।

ହେଲେ ୨୯ ରନ୍‌ରେ ୭ ୱିକେଟ୍‌ ହରାଇବାରୁ ଦଳ ୧୫୯ ରନ୍‌ରେ ଅଟକିଯାଇଥିଲା।

ତଥାପି ଭାରତର ଚମତ୍କାର ବୋଲିଂ ଯୋଗୁଁ ଥାଇଲାଣ୍ଡକୁ ୯୪ ରନ୍‌ରେ ହରାଇ ଦେଇଥିଲା।

ଏହି ମ୍ୟାଚ୍‌ରେ ଶେଫାଳି ବର୍ମା ୬୪ ଓ ଦୀପ୍ତି ଶର୍ମା ରନ୍‌ ବ୍ୟୟ ନକରି ୩ ୱିକେଟ୍‌ ନେବାରୁ ଦଳ ସହଜ ବିଜୟ ପାଇଥିଲା।Advertisment ଉଭୟଙ୍କ ଉପରେ ଧ୍ୟାନ ଦେବେ ଭାରତୀୟ ଖେଳାଳି ଅନ୍ୟପକ୍ଷରେ ହଂକଂ ୬ ରନ୍‌ରେ ଥାଇଲାଣ୍ଡଠୁ ହାରିଯାଇଛି।

୧୨୧ ରନ୍‌କୁ ପିଛା କରୁଥିବା ଏହି ଦଳ ୧୧୪/୭ରେ ଅଟକିଯାଇଥିଲା।

ହଂକଂର ଦ୍ରୁତ ବୋଲର ମାରିନା ଲାମ୍ପଲେଫ୍‌ ୪/୧୧ ବୋଲିଂ ସଫଳତା ପାଇଥିଲେ।

ସେହିପରି ବ୍ୟାଟିଂରେ କାରି ଚାନ୍‌ ୨୦ ବଲ୍‌ରୁ ୨୮ ରନ୍‌ କରିଥିଲେ।

ଉଭୟଙ୍କ ଉପରେ ଭାରତୀୟ ଖେଳାଳି ଧ୍ୟାନ ଦେବେ।

ଭାରତ ସମ୍ଭାବ୍ୟ ଏକାଦଶ: ସ୍ମୃତି ମନ୍ଧାନା, ଶେଫାଳି ବର୍ମା, ପ୍ରତୀକା ରାୱଲ, ହର୍‌ମନପ୍ରୀତ କୌର (ଅଧିନାୟିକା), ରିଚା ଘୋଷ (ୱିକେଟ୍‌କିପର), ଭାରତୀ ଫୁଲମାଳି, ଦୀପ୍ତି ଶର୍ମା, ଅରୁନ୍ଧତୀ ରେଡ୍ଡୀ, ରାଧା ଯାଦବ, ରେଣୁକା ସିଂହ, କ୍ରାନ୍ତି ଗୌଡ଼।

ହଂକଂ ସମ୍ଭାବ୍ୟ ଏକାଦଶ: ନତାଶା ମାଇଲ୍ସ (ଅଧିନାୟକ), ମାରିକୋ ହିଲ୍‌, ଯଶମିନ୍‌ ଦାସୱାନି, କାରି ଚାନ, ମାରିନା ଲାମ୍ପଲଫ୍‌, ଶାନଜିନ ଶାହଜାଦ (ୱିକେଟକିପର), ରୁଚିତା ଭେଙ୍କଟେଶ, ମାରୢମ ବିବି, ଇକ୍ରା ସାହାର, ମେଇ ୱାଇ ସିଉ, ହାଇଲି ୱଙ୍ଗ।

ଚାଇନା ମାଷ୍ଟର୍ସ: ପ୍ରିକ୍ବାର୍ଟରରେ ତନ୍ବୀ, ଶ୍ରୀକାନ୍ତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।