Table Tennis: ଏସୀୟ କ୍ରୀଡ଼ା ୨୦୨୬: ମନୁଷ-ଦିୟାଙ୍କୁ ଟେବୁଲ ଟେନିସ୍‌ରେ କାଂସ୍ୟ

Sep 25, 2026 - 17:50
Table Tennis: ଏସୀୟ କ୍ରୀଡ଼ା ୨୦୨୬: ମନୁଷ-ଦିୟାଙ୍କୁ ଟେବୁଲ ଟେନିସ୍‌ରେ କାଂସ୍ୟ

"ନାଗୋୟା: ଚଳିତ ଏସୀୟ କ୍ରୀଡ଼ାରେ ଭାରତୀୟ ମିଶ୍ରିତ ଯୁଗଳ ଟେବୁଲ ଟେନିସ୍‌ (ଟିଟି) ଯୋଡ଼ି ମନୁଷ ଶାହ ଓ ଦିୟା ଚିତାଲେ କାଂସ୍ୟ ପଦକ ଜିତିଛନ୍ତି।

ଶୁକ୍ରବାର ସେମିଫାଇନାଲ୍‌ରେ ଏହି ଭାରତୀୟ ଯୋଡ଼ି ୦-୪ (୮-୧୧, ୫-୧୧, ୮-୧୧, ୨-୧୧ )ରେ ଚୀନ୍‌ର ସୁନ୍‌ ୟିଙ୍ଗଶା ଓ ୱାଙ୍ଗ ଚୁକ୍ବିନ୍‌ଙ୍କଠୁ ହାରିଯାଇଥିଲେ।

ଏଥିସହ ମନୁଷ ଓ ଦିୟା ଦ୍ବିତୀୟ ଭାରତୀୟ ମିଶ୍ରିତ ଯୁଗଳ ଯୋଡ଼ି ଭାବେ ଏସୀୟ କ୍ରୀଡ଼ାରେ ପଦକ ଜିତିବାର ଗୌରବ ପାଇଛନ୍ତି।

ପୂର୍ବରୁ ଶରତ କମଲ ଓ ମନିକା ବାତ୍ରା ୮ ବର୍ଷ ତଳେ ଜାକର୍ତ୍ତାରେ କାଂସ୍ୟ ଜିତିଥିଲେ। ‌ଶୁକ୍ରବାର ସକାଳେ କ୍ବାର୍ଟରଫାଇନାଲ୍‌ରେ ମନୁଷ ଓ ଦିୟା ୩-୧ (୧୧-୬, ୧୩-୧୫, ୧୧-୯, ୧୧-୫)ରେ ବିଶ୍ବର ୪ ନମ୍ବର ହଂକଂ ଯୋଡ଼ି ଡୁ ହୋଇ କେମ୍‌ ଓ ୱଙ୍ଗ ଚୁନ୍‌ ତିଙ୍ଗ୍‌ଙ୍କୁ ପରାସ୍ତ କରିଥିଲେ।Advertisment ମହିଳା ଏକକରେ ଯଶସ୍ବିନୀ ପୁରୁଷ ଏକକରେ ମନୁଷ ୪-୦ରେ ଇରାନର ବେନ୍ୟାମିନ ଫରାଜିଙ୍କୁ ଏବଂ ମହିଳା ଏକକରେ ଯଶସ୍ବିନୀ ଘୋରପଡ଼େ ୪-୧ରେ ସିରିଆର ହେଣ୍ଡ ଜାଜାଙ୍କୁ ହରାଇ ରାଉଣ୍ଡ ୧୬ରେ ପହଞ୍ଚିଛନ୍ତି।

Asia Book of Records: ନି ଷ୍ଟ୍ରାଇକରେ ସଚିନଙ୍କ ଏସିଆ ରେକର୍ଡ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।