Tamannaah Bhatia: ହନୁମାନ ଅଂଶର ଭାଇରାଲ ଭଜନକୁ ପଛରେ ପକାଇଲା ତମନ୍ନାଙ୍କ ଧାର୍ମିକ ଗୀତ ‘ଛଠୀ ମୈୟା’

Sep 15, 2026 - 09:52
Tamannaah Bhatia: ହନୁମାନ ଅଂଶର ଭାଇରାଲ ଭଜନକୁ ପଛରେ ପକାଇଲା ତମନ୍ନାଙ୍କ ଧାର୍ମିକ ଗୀତ ‘ଛଠୀ ମୈୟା’

"ମୁମ୍ବାଇ: ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ଆଗାମୀ ଫିଲ୍ମ "ଦି ୱାନ୍: ଫୋର୍ସ ଅଫ୍ ଦି ଫରେଷ୍ଟ"ର "ଛଠୀ ମୈୟା" ଗୀତ ଏବେ ଚର୍ଚ୍ଚାରେ।

ରିଲିଜ୍ ହେବାର ମାତ୍ର ୪ ଦିନ ମଧ୍ୟରେ ଏହି ଗୀତ ୟୁଟ୍ୟୁବ୍‌ରେ ପ୍ରାୟ ୩ କୋଟି ଭ୍ୟୁ ହାସଲ କରିଛି।

ଛଠ ପୂଜାର ମହତ୍ତ୍ୱକୁ ନେଇ ତିଆରି ଏହି ଗୀତରେ ତମନ୍ନାଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଛି।

ଏହି ଗୀତ ଲୋକଙ୍କ ମଧ୍ୟରେ ଭଲ ଲୋକପ୍ରିୟତା ପାଇବା ସହ ୟୁଟ୍ୟୁବ୍‌ରେ ଦ୍ରୁତଗତିରେ ଭ୍ୟୁ ବଢ଼ାଇଛି।Advertisment ୪ ଦିନରେ ୩ କୋଟି ଭ୍ୟୁ: "ଛଠୀ ମୈୟା" ଅନ୍ୟପଟେ, ସୋସିଆଲ ମିଡିଆରେ ହନୁମାନ ଅଂଶର "ମେନେ ତେରେ ହି ଭରୋସେ ହନୁମାନ ଜୀ" ଭଜନ ମଧ୍ୟ ଖୁବ ଭାଇରାଲ ହୋଇଥିଲା।

ଏହି ଗୀତକୁ ନେଇ ଅନେକ ରିଲ୍‌ ତିଆରି ହୋଇଥିଲେ ମଧ୍ୟ ୟୁଟ୍ୟୁବ୍ ଭ୍ୟୁରେ ଏହା "ଛଠୀ ମୈୟା" ଗୀତଠାରୁ ବହୁ ପଛରେ ରହିଛି।

ଏହା ପ୍ରାୟ ୩୯ ଲକ୍ଷ ଭ୍ୟୁ ପାଇଛି।

ଏହି ଗୀତ ପାଇଁ ତମନ୍ନା ବିଶେଷ ପ୍ରସ୍ତୁତି ମଧ୍ୟ କରିଥିଲେ।

ଛଠ ପୂଜାର ପରମ୍ପରା ଓ ବିହାର-ପାଟଣାରେ ଏହି ପର୍ବ କିପରି ପାଳନ କରାଯାଏ, ସେ ବିଷୟରେ ସେ ଜାଣିବାକୁ ଚେଷ୍ଟା କରିଥିଲେ।

ପରମ୍ପରା ଓ ଲୋକଙ୍କ ଆସ୍ଥା ତାଙ୍କୁ ପ୍ରଭାବିତ କରିଥିବାର ସେ କହିଛନ୍ତି। "ଛଠୀ ମୈୟା" ଗୀତଟିକୁ ବିଶାଳ ମିଶ୍ର ଗାଇବା ସହ ଏହାର ସଙ୍ଗୀତ ମଧ୍ୟ ସେ ଦେଇଛନ୍ତି।

ଗୀତର ଲିରିକ୍ସ କୌଶଲ କିଶୋର ଲେଖିଥିବା ବେଳେ ଚିନ୍ନି ପ୍ରକାଶ କୋରିଓଗ୍ରାଫି କରିଛନ୍ତି।

ଜି ମ୍ୟୁଜିକ୍ ଲେବଲ୍ ଅଧୀନରେ ଗୀତଟି ରିଲିଜ୍ ହୋଇଛି।

Ramayan: ଆସିଲା "ରାମାୟଣ"ର ପ୍ରଥମ ଗୀତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।