Tamil Nadu: ତାମିଲନାଡ଼ୁରେ ହାଇୱେ ସାଇନବୋର୍ଡ଼ରେ ହିନ୍ଦୀ ଶବ୍ଦ ବ୍ୟବହାର: ୨ ଅଧିକାରୀ ନିଲମ୍ବିତ
"ଥୁଟୁକୁଡ୍ଡି: ତାମିଲନାଡ଼ୁରେ ରାଜପଥ ସାଇନ୍ ବୋର୍ଡରେ ହିନ୍ଦୀ ଶବ୍ଦ ବ୍ୟବହାରକୁ ନେଇ ତୀବ୍ର ପ୍ରତିକ୍ରିୟା ପରେ ରାତାରାତି ହିନ୍ଦୀ ନାମଗୁଡ଼ିକୁ ଲିଭାଇ ଦିଆଯାଇଛି।
ଏହି ପ୍ରସଙ୍ଗରେ ଶୁକ୍ରବାର ତାମିଲନାଡୁର ଜାତୀୟ ରାଜପଥ ଶାଖାର ଦୁଇ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି।
ସରକାରଙ୍କ ଅନୁଯାୟୀ, କାର୍ଯ୍ୟାନୁଷ୍ଠାନ ରାଜ୍ୟର ଦୁଇ-ଭାଷା ନୀତିର ଉଲ୍ଲଂଘନ କରି ନିଆଯାଇଛି, ଯାହା ତାମିଲ ଓ ଇଂରାଜୀକୁ ସରକାରୀ ଭାଷା ଭାବରେ ବ୍ୟବହାର କରେ।ବିଜୟ ସରକାର ରାଜପଥ ବିଭାଗର ଜଣେ ସହକାରୀ ଯନ୍ତ୍ରୀଙ୍କ ବିରୋଧରେ ମଧ୍ୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି।
ସରକାର ଏକ ସରକାରୀ ବିବୃତିରେ କହିଛନ୍ତି ଯେ, ରାଜ୍ୟର ଦୁଇ ଭାଷା ନୀତି ଉଲ୍ଲଂଘନ କରୁଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୂଚନା ଅନୁଯାୟୀ, ତାମିଲନାଡୁର ଥୁଥୁକୁଡି ଜିଲ୍ଲାର ସଥାନକୁଲମରେ ରାସ୍ତା ଦିଗ ନିର୍ଦ୍ଦେଶ ସାଇନବୋର୍ଡରେ ହିନ୍ଦୀ ବ୍ୟବହାରକୁ ନେଇ ବିବାଦ ଦେଖାଦେବା ପରେ ରାଜପଥ ବିଭାଗର ଦୁଇ ଜଣ ଯନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଥିଲା।Advertisment ଭାଷା ନୀତି ସହିତ ନ ଖେଳିବାକୁ ତାଗିଦ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ଏହି ଘଟଣାକୁ ନେଇ ଟିଭିକେ ସରକାରକୁ ତୀବ୍ର ସମାଲୋଚନା କରିବା ସହିତ ରାଜ୍ୟର ଦୁଇ ଭାଷା ନୀତି ସହିତ ନ ଖେଳିବାକୁ ତାଗିଦ କରିଛନ୍ତି।
ସଥାନକୁଲମ-ନାଜାରେଥ ରାଜ୍ୟ ରାଜପଥର କରୁମେନି ନଦୀ ସେତୁ ନିକଟରେ ସ୍ଥାପିତ ଏହି ସାଇନବୋର୍ଡ ଥୁଥୁକୁଡି, ତିରୁଚେନ୍ଦୁର, ଆଲୱାର୍ଥିରୁନାଗରୀ ଓ ତିରୁନେଲଭେଲିକୁ ଦିଗନିର୍ଦ୍ଦେଶ ପ୍ରଦାନ କରୁଥିଲା।
ଏହି ସ୍ଥାନଗୁଡ଼ିକର ନାମ ତାମିଲ, ହିନ୍ଦୀ ଓ ଇଂରାଜୀରେ ଲେଖାଯାଇଥିଲା।
ସାଧାରଣତଃ ରାଜ୍ୟ ରାଜପଥ ବିଭାଗର ସାଇନବୋର୍ଡଗୁଡ଼ିକରେ କେବଳ ତାମିଲ ଓ ଇଂରାଜୀରେ ସ୍ଥାନର ନାମ ପ୍ରଦର୍ଶିତ ହୋଇଥାଏ।
Money Laundering Case: ୧,୪୧୭ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲା: ଇଡି ଦ୍ୱାରା ୨ ମୁଖ୍ୟ ଅଭିଯୁକ୍ତ ଗିରଫ ହିନ୍ଦୀରେ ସାଇନବୋର୍ଡ ଦେଖି ଆପତ୍ତି ଉଠିଥିଲା ଓ ଏହାର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
ଅଭିଯୋଗ ପରେ ସାଇନବୋର୍ଡରୁ ହିନ୍ଦୀ ନାମଗୁଡ଼ିକୁ ହଟାଇ ଦିଆଯାଇଥିଲା।
ଏହି ଘଟଣାରେ ରାଜପଥ ବିଭାଗର ସହକାରୀ ଯନ୍ତ୍ରୀଙ୍କ ସମେତ ଦୁଇ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସେମାନଙ୍କୁ ନିଲମ୍ବିତ କରାଯାଇଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।