Tamil Nadu Gas Leak Tragedy: ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି ମାମଲା, ଦଲାଲଙ୍କ ବିରୋଧରେ ହେବ କଡ଼ା ଆକ୍ସନ

Jul 01, 2026 - 17:36
Tamil Nadu Gas Leak Tragedy: ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି ମାମଲା, ଦଲାଲଙ୍କ ବିରୋଧରେ ହେବ କଡ଼ା ଆକ୍ସନ

ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି ମାମଲାରେ ଶ୍ରମ ବିଭାଗର କାର୍ଯ୍ୟାନୁଷ୍ଠାନ। ଦଲାଲଙ୍କ ବିରୋଧରେ ହେବ କଡ଼ା ଆକ୍ସନ। କେନ୍ଦୁଝରର ୬ଟି ଥାନାରେ ଦଲାଲଙ୍କ ବିରୋଧରେ ଲିଖିତ ଅଭିଯୋଗ କଲା ଶ୍ରମ ବିଭାଗ । ତାମିଲନାଡ଼ୁ ଗ୍ୟାସ୍ ଟ୍ରାଜେଡ଼ିରେ ୧୩ ଜଣଙ୍କ ମୃତ୍ୟୁ ପରେ ଦାଦନ ଦଲାଲ୍ ଶ୍ରୀକାନ୍ତ ଜୁଆଙ୍ଗ ନାଁରେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନାରେ ଏତଲା ଦେଇଛି ଜିଲ୍ଲା ଶ୍ରମ ବିଭାଗ।

ଗ୍ୟାସ୍ ଟ୍ରାଜେଡ଼ିରେ ମୃତକଙ୍କ ମଧ୍ୟରୁ ୬ ଜଣ ନାବାଳିକା । ସେଠାରୁ ୫୮ ଜଣ ଶ୍ରମିକ କେନ୍ଦୁଝର ଫେରିଥିବା ବେଳେ ସେମାନେ କିପରି ଏଠାରେ କାମଧନ୍ଦା ପାଇବେ । ଏ ନେଇ ପ୍ରଶାସନିକ ସ୍ତରରେ ଚେଷ୍ଟା କରାଯାଉଥିବା 
ଅତିରିକ୍ତ ଶ୍ରମ କମିଶନର କହିଛନ୍ତି।

ଦଲାଲ୍ ଶ୍ରୀକାନ୍ତ ଜୁଆଙ୍ଗ ଶ୍ରମିକମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ସେମାନଙ୍କୁ ତାମିଲନାଡୁ ନେଇଥିବା କହିଛନ୍ତି ଶ୍ରମ ଅଧିକାରୀ। ଶ୍ରୀକାନ୍ତ ଜୁଆଙ୍ଗକୁ ଏସମ୍ପର୍କରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ବେଳେ, ତାଙ୍କ ବିରୋଧରେ ସମସ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । 

   ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି ମାମଲା
ଦଲାଲଙ୍କ ବିରୋଧରେ ହେବ କଡ଼ା ଆକ୍ସନ
କେନ୍ଦୁଝରର ୬ଟି ଥାନାରେ FIR ଦେଲା ଶ୍ରମ ବିଭାଗ
ଆମୋନିଆ ଗ୍ୟାସ୍ ଲିକରେ ୧୪ ଯୁବତୀଙ୍କ ଯାଇଛି ଜୀବନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।