Tamil Nadu Gas Tragedy: ତାମିଲନାଡୁ ଗ୍ୟାସ ଟ୍ରାଜେଡି: ବଢୁଛି ମୃତ୍ୟୁ ସଂଖ୍ୟା, ଆଖି ବୁଜିଲେ ଆଉ ଜଣେ ଯୁବତୀ

Jun 26, 2026 - 12:08
Tamil Nadu Gas Tragedy: ତାମିଲନାଡୁ ଗ୍ୟାସ ଟ୍ରାଜେଡି: ବଢୁଛି ମୃତ୍ୟୁ ସଂଖ୍ୟା, ଆଖି ବୁଜିଲେ ଆଉ ଜଣେ ଯୁବତୀ

ତାମିଲନାଡୁ ଗ୍ୟାସ ଟ୍ରାଜେଡିରେ ଆଉ ଜଣେ ଶ୍ରମିକଙ୍କ ମୃତ୍ୟୁ। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଆଉ ଜଣେ ଓଡ଼ିଆ ଯୁବତୀ। ମୃତ ଯୁବତୀ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ପିଟାନାଳୀ ଗାଁର ହୋଇଥିବା ସୂଚନା। ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଆଜି ସକାଳେ ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଥିଲା। 

ମୃତ ୨ ଯୁବତୀ ହେଲେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ରାଇଡିହା ଗାଁର ଦୀପାଞ୍ଜଳି ଜୁଆଙ୍ଗ ଓ ଅନ୍ୟଜଣେ ତେଲକୋଇ ବ୍ଲକ ଓରିୟା ପଞ୍ଚାୟତ ପିଟାନାଳୀ ଗାଁର ସୁମିତ୍ରା ଜୁଆଙ୍ଗ। ଗ୍ୟାସ ଟ୍ରାଜେଡିରେ ଗତକାଲି ସୁଦ୍ଧା କେନ୍ଦୁଝର ଜିଲ୍ଲାର ୯ ଜଣ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ମୃତ୍ୟୁ ସଂଖ୍ୟା ୧୧ରେ ପହଁଚିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।