Tamilnadu CM C Joseph Vijay: କଲେଜ ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ୍ ଦେବେ ସରକାର

Nov 07, 2026 - 16:12
Tamilnadu CM C Joseph Vijay: କଲେଜ ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ୍ ଦେବେ ସରକାର

ଚେନ୍ନାଇ: କଲେଜ ଛାତ୍ରଛାତ୍ରୀ ଙ୍କ ପାଇଁ ମାଗଣା ଲାପଟପ୍ ଯୋଜନା ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି.

ଜୋସେଫ୍ ବିଜୟ।

ଏହି ଯୋଜନାର ନାମ 'ବେଟ୍ରି ଲାପଟପ୍ ଯୋଜନା' ରଖାଯାଇଛି।

ଏଥିପାଇଁ ଟିଭିକେ ସରକାର ୨,୦୦୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରିଛନ୍ତି।

୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍‌ରେ ଏହି ଯୋଜନା ଘୋଷଣା କରାଯାଇଥିଲା।

Advertisment ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ଅନୁଯାୟୀ, ଶନିବାର (ନଭେମ୍ବର ୭) ଟିଭିକେ ସରକାର ଏହି ଯୋଜନାର କାର୍ଯ୍ୟକାରିତା ନେଇ ସୂଚନା ଦେଇଛନ୍ତି।

ଯୋଜନାକୁ ସଠିକ୍ ଭାବେ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ।

ସରକାରଙ୍କ ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ମେଡିକାଲ, କୃଷି ଓ ଆଇନ ସମେତ ବିଭିନ୍ନ ପାଠ୍ୟକ୍ରମରେ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ କଲେଜରେ ପଢୁଥିବା ସ୍ନାତକ (ୟୁଜି) ଓ ଡିପ୍ଲୋମା ପ୍ରଥମ ଏବଂ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ଏହାର ଲାଭ ପାଇବେ।

କେଉଁ କେଉଁ ଛାତ୍ରଛାତ୍ରୀ ପାଇବେ ଲାଭ?

ବେଟ୍ରି ଲାପଟପ୍ ଯୋଜନାରେ କଳା, ବିଜ୍ଞାନ, ଇଞ୍ଜିନିୟରିଂ, ମେଡିକାଲ, ପ୍ରାଣୀ ଚିକିତ୍ସା ବିଜ୍ଞାନ, କୃଷି, ମତ୍ସ୍ୟ ବିଜ୍ଞାନ ଓ ଆଇନ ଭଳି ପାଠ୍ୟକ୍ରମର ଛାତ୍ରଛାତ୍ରୀ ସାମିଲ ହେବେ।

ଏହା ବ୍ୟତୀତ ପଲିଟେକ୍ନିକ୍ ଓ ଆଇଟିଆଇରେ ପଢୁଥିବା ଛାତ୍ରଛାତ୍ରୀ ମଧ୍ୟ ମାଗଣା ଲାପଟପ୍ ପାଇବେ।

ଏହାସହ ୨୦୨୫-୨୬ ଶିକ୍ଷାବର୍ଷରେ ଯେଉଁ ଛାତ୍ରଛାତ୍ରୀ ମାଗଣା ଲାପଟପ୍ ଯୋଜନାରୁ ବଞ୍ଚିତ ହୋଇଥିଲେ, ସେମାନଙ୍କୁ ମଧ୍ୟ ଏଥିରେ ସାମିଲ କରିବାକୁ ବିଜୟ ସରକାର ନିଷ୍ପତ୍ତି ନେଇଛନ୍ତି।

ସରକାରୀ କିମ୍ବା ସରକାରୀ ଅନୁଦାନପ୍ରାପ୍ତ ଅନୁଷ୍ଠାନରେ ବୃତ୍ତିଗତ ପାଠ୍ୟକ୍ରମର ତୃତୀୟ ଓ ଚତୁର୍ଥ ବର୍ଷରେ ପଢୁଥିବା ଏହି ଛାତ୍ରଛାତ୍ରୀମାନେ ମଧ୍ୟ ଲାପଟପ୍ ପାଇବେ।

ଇଞ୍ଜିନିୟରିଂ ଛାତ୍ରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି।

ସେମାନଙ୍କୁ ଇଣ୍ଟେଲ୍ କୋର୍ ଆଇ୫ ପ୍ରୋସେସର୍ କିମ୍ବା ସମାନ କ୍ଷମତା ବିଶିଷ୍ଟ ଲାପଟପ୍ ପ୍ରଦାନ କରାଯିବ।

ଅନ୍ୟପକ୍ଷରେ, ଲାପଟପ୍ କିଣିବା ଓ ଯୋଗାଣ କରିବାର ଦାୟିତ୍ୱ ସରକାରୀ କମ୍ପାନି ଏଲକଟ୍କୁ ଦିଆଯାଇଛି।

ଏଥିପାଇଁ ପ୍ରଶାସନିକ ଅନୁମୋଦନ ମଧ୍ୟ ମିଳିସାରିଛି।

କମ୍ପାନିକୁ ନିର୍ଦ୍ଧାରିତ ଗୁଣବତ୍ତା ମାନଦଣ୍ଡ ପୂରଣ କରୁଥିବା ଲାପଟପ୍ କିଣିବାକୁ ପଡ଼ିବ।

ବୁଲନ୍ଦସର୍‌ରେ ଜଘନ୍ୟକାଣ୍ଡ: ୮ ବର୍ଷର ଝିଅକୁ ଗୁପ୍‌ଚୁପ୍‌ ଦେବା ଲୋଭ ଦେଖାଇ ଦୁଷ୍କର୍ମ ପରେ ହତ୍ୟା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।