Tarun Tejpal: ଗୋଆ କୋର୍ଟରେ ତରୁଣ ତେଜପାଲଙ୍କ ଆତ୍ମସମର୍ପଣ
"ପାଣାଜୀ: "ତେହେଲକା"ର ପ୍ରତିଷ୍ଠାତା ତଥା ପୂର୍ବତନ ସମ୍ପାଦକ ତରୁଣ ତେଜପାଲ ସୋମବାର ଗୋଆର ମାପୁସାସ୍ଥିତ ଅତିରିକ୍ତ ସେସନ୍ସ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି।
୨୦୧୩ର ଦୁଷ୍କର୍ମ ମାମଲାରେ ତାଙ୍କୁ ୧୦ ବର୍ଷର କଠୋର କାରାଦଣ୍ଡାଦେଶ ମିଳିଥିବା ବେଳେ ଏବେ ସେ ଏହି ଦଣ୍ଡ ଭୋଗିବେ।
ଆତ୍ମସମର୍ପଣ ପରେ ପୁଲିସ ତାଙ୍କୁ ହେପାଜତକୁ ନେଇ ଉତ୍ତର ଗୋଆର କୋଲଭାଲେସ୍ଥିତ କେନ୍ଦ୍ରୀୟ ଜେଲକୁ ପଠାଇଛି।Advertisment ତେଜପାଲଙ୍କୁ ଆତ୍ମସମର୍ପଣରୁ ଛାଡ଼ ଦେବା ପାଇଁ ଦାଖଲ ଆବେଦନକୁ ଅଗଷ୍ଟ ୨୫ରେ ସୁପ୍ରିମ୍କୋର୍ଟ ଖାରଜ କରିଥିଲେ।
ତାଙ୍କୁ ୩ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରି ସାର୍ଟିଫିକେଟ୍ ଦାଖଲ କରିବାକୁ କୁହାଯାଇଥିଲା।
ଆତ୍ମସମର୍ପଣ ନ କଲେ ଦୋଷୀ ସାବ୍ୟସ୍ତ ଓ ଦଣ୍ଡାଦେଶ ବିରୋଧରେ ତାଙ୍କ ଆବେଦନର ଶୁଣାଣି ହୋଇପାରିବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଥିଲା।
ଆହୁରି ପଢନ୍ତୁ: BJP: ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ କୈଳାସ ଚାନ୍ଦ, ପର୍ବତସର ୱାର୍ଡ୍ରେ କେବଳ ଗୋଟିଏ ଭୋଟ୍ ପାଇଲେ ଅଗଷ୍ଟ ୬ରେ ବମ୍ବେ ହାଇକୋର୍ଟର ଗୋଆ ଖଣ୍ଡପୀଠ ୨୦୨୧ର ଗୋଆ ସେସନ୍ସ କୋର୍ଟର ନିର୍ଦ୍ଦୋଷ ରାୟକୁ ଖାରଜ କରି ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ୧୦ ବର୍ଷର କଠୋର କାରାଦଣ୍ଡାଦେଶ ଦେଇଥିଲେ।
ଏହି ମାମଲା ୨୦୧୩ରେ ଗୋଆରେ ଜଣେ ମହିଳା ସହକର୍ମୀଙ୍କୁ ଦୁଷ୍କର୍ମ ଅଭିଯୋଗ ସହ ଜଡ଼ିତ।
ତେଜପାଲ ଏହି ରାୟ ବିରୋଧରେ ସୁପ୍ରିମ୍କୋର୍ଟରେ ଆବେଦନ କରିଛନ୍ତି।
ଆତ୍ମସମର୍ପଣ ପରେ ତାଙ୍କ ଆବେଦନର ଶୁଣାଣି ପାଇଁ ଆଇନଗତ ପଥ ଖୋଲିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।