Tata Aeris Launch: ଟାଟା ଏରିସ୍ର ଶୁଭାରମ୍ଭ; ନୂଆ ଅବତାରରେ ଆସିଲା ଟିଗୋର୍, ଡିଜାୟାର-ଆମେଜ୍-ଆଉରାକୁ ଦେବ ଟକ୍କର...
"ନୂଆଦିଲ୍ଲୀ: କମ୍ପାକ୍ଟ ସେଡାନ୍ ପସନ୍ଦ କରୁଥିବା ଗ୍ରାହକଙ୍କ ପାଇଁ ଟାଟା ମୋଟର୍ସ ନୂଆ କାର୍ ଟାଟା ଏରିସ୍ ଲଞ୍ଚ କରିଛି।
ଏହାକୁ ଟିଗୋର୍ର ନୂଆ ଅବତାର ବୋଲି କୁହାଯାଉଛି।
ନୂଆ ଡିଜାଇନ୍, ପ୍ରିମିୟମ୍ ଇଣ୍ଟିରିୟର ଓ ଆଧୁନିକ ଫିଚର୍ସ ସହ ଏହି କାର୍କୁ ବଜାରକୁ ଅଣାଯାଇଛି।
ଟାଟା ଏରିସ୍ର ମୁକାବିଲା ମାରୁତି ସୁଜୁକି ଡିଜାୟାର୍, ହୋଣ୍ଡା ଆମାଜେ ଓ ହ୍ୟୁଣ୍ଡାଇ ଆଉରା ଭଳି କାର୍ ସହ ହେବ।
କାର୍ରେ ୧୦.୨୫ ଇଞ୍ଚ୍ ଇନ୍ଫୋଟେନ୍ମେଣ୍ଟ ସ୍କ୍ରିନ୍, ଡିଜିଟାଲ୍ ଇନ୍ଷ୍ଟ୍ରୁମେଣ୍ଟ କ୍ଲଷ୍ଟର୍, ୩୬୦ ଡିଗ୍ରି କ୍ୟାମେରା, ଡ୍ୟାସ୍କ୍ୟାମ୍, ୱାୟାରଲେସ୍ ଚାର୍ଜିଂ ଓ ଭେଣ୍ଟିଲେଟେଡ୍ ଲେଦର୍ ସିଟ୍ ଭଳି ଫିଚର୍ସ ମିଳିବ।Advertisment ଆହୁରି ପଢ଼ନ୍ତୁ- 🔴Heavy rain: କଳିଙ୍ଗା ଘାଟିର ସ୍ଥିତି ପରଖିଲେ ବିଧାୟକ; ଫୁଲୁଛି ବଂଶଧାରା, ବଢ଼ୁଛି ଜଳସ୍ତର; ଆସନ୍ତାକାଲି କଟକ ଜିଲ୍ଲାର ସବୁ ସ୍କୁଲ ଛୁଟି ନୂଆ ଡିଜାଇନ୍ରେ ଆସିଲା ଟାଟା ଏରିସ୍ ଟାଟା ଏରିସ୍କୁ ନୂଆ ଡିଜାଇନ୍ ସହ ପ୍ରସ୍ତୁତ କରାଯାଇଛି।
କାର୍ର ବାହାର ଲୁକ୍କୁ ପୂର୍ବ ଅପେକ୍ଷା ଅଧିକ ଆକର୍ଷଣୀୟ କରାଯାଇଛି।
ଏଥିରେ ପ୍ରିମିୟମ୍ ଇଣ୍ଟିରିୟର ସହ ଆଧୁନିକ ଟେକ୍ନୋଲୋଜି ଦିଆଯାଇଛି।
୧୦.୨୫ ଇଞ୍ଚ୍ ସ୍କ୍ରିନ୍ ଓ ଡିଜିଟାଲ୍ କ୍ଲଷ୍ଟର କାର୍ରେ ୧୦.୨୫ ଇଞ୍ଚ୍ର ଇନଫୋଟେନମେଣ୍ଟ ସିଷ୍ଟମ୍ ସହ ଡିଜିଟାଲ୍ ଇନ୍ଷ୍ଟ୍ରୁମେଣ୍ଟ କ୍ଲଷ୍ଟର ରହିଛି।
ଏହା ସହ ୱାୟାରଲେସ୍ ଚାର୍ଜିଂ ଓ କନେକ୍ଟେଡ୍ କାର୍ ଟେକ୍ନୋଲୋଜି ମଧ୍ୟ ମିଳିବ।
ସୁରକ୍ଷା ଓ ସୁବିଧା ପାଇଁ ୩୬୦ ଡିଗ୍ରୀ କ୍ୟାମେରା ଦିଆଯାଇଛି।
ଏହା ସହ ଇଣ୍ଟିଗ୍ରେଟେଡ୍ ଡ୍ୟାସ୍କ୍ୟାମ୍ ମଧ୍ୟ ରହିଛି।
ଭେଣ୍ଟିଲେଟେଡ୍ ଲେଦର୍ ସିଟ୍ର ସୁବିଧା ଟାଟା ଏରିସ୍ରେ ଯାତ୍ରୀଙ୍କ ଆରାମକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ଏଥିରେ ଭେଣ୍ଟିଲେଟେଡ୍ ଲେଦର୍ ସିଟ୍ ଦିଆଯାଇଛି।
ଏହା ଗାଡ଼ି ଭିତରେ ଯାତ୍ରାକୁ ଅଧିକ ଆରାମଦାୟକ କରିବ।
ଆହୁରି ପଢ଼ନ୍ତୁ- Protest: ଧର୍ମଘଟ ସମୟରେ ଏଟିଏମ୍ ଚାର୍ଜ ନେବନି ଏସ୍ବିଆଇ ସିଏନ୍ଜି ମଡେଲ୍ରେ ମଧ୍ୟ ମିଳିବ ଅନେକ ସୁବିଧା ଟାଟା ଏରିସ୍ର ଆଇ-ସିଏନ୍ଜି ମଡେଲ୍ ମଧ୍ୟ ଲଞ୍ଚ କରାଯାଇଛି।
ସିଏନ୍ଜି କାର୍ରେ ସାଧାରଣତଃ ବୁଟ୍ ସ୍ପେସ୍ କମିଯାଏ।
କିନ୍ତୁ ଏରିସ୍ ଆଇ-ସିଏନ୍ଜିରେ ଉପଯୋଗୀ ବୁଟ୍ ସ୍ପେସ୍ ରଖାଯାଇଛି।
ତେଣୁ ସିଏନ୍ଜି ଥିଲେ ମଧ୍ୟ ସାମଗ୍ରୀ ରଖିବାରେ ବଡ଼ ସମସ୍ୟା ହେବନାହିଁ।
ଏହାର ଆଉ ଏକ ବିଶେଷତା ହେଉଛି ଏଏମ୍ଟି ଗିୟରବକ୍ସ।
ଅର୍ଥାତ୍ ଗ୍ରାହକମାନେ ସିଏନ୍ଜିର ଭଲ ମାଇଲେଜ୍ ସହ ଅଟୋମେଟିକ୍ ଡ୍ରାଇଭିଂର ସୁବିଧା ମଧ୍ୟ ପାଇପାରିବେ।
୫.୨୯ ଲକ୍ଷ ଟଙ୍କାରୁ ଆରମ୍ଭ ହେବ ଦାମ୍ ଟାଟା ଏରିସ୍ର ପ୍ରାରମ୍ଭିକ ମୂଲ୍ୟ ୫.୨୯ ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍) ରଖାଯାଇଛି।
ଏହାର ଟପ୍ ମଡେଲ୍ର ଏକ୍ସ-ସୋରୁମ୍ ଦାମ୍ ୯.୧୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି।
କାର୍ର ବୁକିଂ ଆରମ୍ଭ ହୋଇଛି।
ଏହାର ଡେଲିଭରି ନବରାତ୍ରିର ପ୍ରଥମ ଦିନରୁ ଆରମ୍ଭ ହେବ ବୋଲି କମ୍ପାନି କହିଛି।
ଅଧିକ ଦେଖନ୍ତୁ- "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।