Teak wood: ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ
"ମୈଦଲପୁର:ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେଞ୍ଜ ମୈଦଲପୁର ବନାଞ୍ଚଳକୁ ମିଳିଛି ସଫଳତା ।
ବନଖଣ୍ଡ ଅଧିକାରୀ ଉଦ୍ୟାନ ସୁବୁଦ୍ଧିଙ୍କ ନିର୍ଦ୍ଦେଶ କ୍ରମେ ସହକାରୀ ବନ ସଂରକ୍ଷକ ସୁବାସ ଚନ୍ଦ୍ର ଖୁଣ୍ଟିଆଙ୍କ ତତ୍ତ୍ୱାବଧାନରେ ଡାବୁଗାଁ ରେଞ୍ଜ ଓ ମୈଦଲପୁର ବନାଞ୍ଚଳଙ୍କ ମିଳିତ ଚଢ଼ାଉରେ ଶଗୁଆନ କାଠ ଜବତ କରାଯାଇଛି ।
ଏହାର ମୂଲ୍ୟ ପ୍ରାୟ ଏକ ଲକ୍ଷ ଟଙ୍କାର ହେବ ବୋଲି ବନାଞ୍ଚଳ ଅଧିକାରୀ ରାମଚନ୍ଦ୍ର ଭତ୍ରା ସୂଚନା ଦେଇଛନ୍ତି ।Advertisment ଆହୁରି ପଢନ୍ତୁ :Philippines: ଫିଲିପାଇନ୍ସରେ ଯାତ୍ରୀବାହୀ ଫେରୀରେ ଅଗ୍ନିକାଣ୍ଡ: ୫ ମୃତ, ୮୦ରୁ ଉର୍ଦ୍ଧ୍ୱ ନିଖୋଜ ବିଶେଷ ସୂତ୍ରରୁ ବନବିଭାଗ ଖବର ପାଇ ଆଜି ସକାଳ ସମୟରେ ବନାଞ୍ଚଳ ଅଧିକାରୀଙ୍କ ଉପସ୍ଥିତିରେ କଣ୍ଟାମାଳ ପଞ୍ଚାୟତ ରୋତିଗୁଡା ଗ୍ରାମର ଏକ ଜଙ୍ଗଲ ମଧ୍ୟରେ ଚଢ଼ାଉ କରିଥିଲେ ।
ପଟା କାଟୁଥିବା ସମୟରେ ବନବିଭାଗ ପହଂଚିବା ବେଳେ କାଠ ମାଫିଆ ସେଠାରୁ ଖସି ଯାଇଥିଲେ ।
କାଠ ଜବତ କରିବା ସହ ମାମଲା ରୁଜୁ କରି ଏଥିରେ କିଏ କିଏ ସମ୍ପୃକ୍ତ ଅଛନ୍ତି ତାହା ଜଣାପଡିବ ବୋଲି ବନାଞ୍ଚଳ ଅଧିକାରୀ ରାମଚନ୍ଦ୍ର ଭତ୍ରା କହିଛନ୍ତି ।
ଏହି ଚଢ଼ାଉରେ ବନପାଳ ବିପିନ କୁମାର ହରିଜନ,ପ୍ରଫୁଲ ମାଝୀ,ଚନ୍ଦ୍ରଦାସ ନାଗ, ବନରକ୍ଷୀ ବସନ୍ତ କୁମାର ନାୟକ, ଉମାଶଙ୍କର ମିଶ୍ର, ସରସ୍ୱତୀ ମେହେର ପ୍ରମୁଖ ସାମିଲ ହୋଇଥିଲେ ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।