Teen Dies From Lightning While Listening to Music on Earphones: ଇଅରଫୋନରେ ଗୀତ ଶୁଣୁଥିଲେ, ହଠାତ୍ ବଜ୍ରପାତରେ ଚାଲିଗଲା ଜୀବନ!
ବଜ୍ରପାତରେ ଜଣେ ୧୪ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ହୋଇଛି । କାନରେ ଇଅରଫୋନ ଦେଇ ଗୀତ ଶୁଣୁଥିବା ବେଳେ ବଜ୍ରପାତର ଶିକାର ହେଲେ ନାବାଳକ । କୋରାପୁଟ ଜିଲ୍ଲା ନନ୍ଦପୁର ଡାରେଙ୍ଗବା ଗାଁର ୧୪ ବର୍ଷୀୟ ରତି ସୀସା ମୋବାଇଲକୁ ଚାର୍ଜରେ ଲଗାଇ ଇଅରଫୋନରେ ଗୀତ ଶୁଣୁଥିବା ବେଳେ ହଠାତ୍ ବଜ୍ରପାତର ଶିକାର ହୋଇଥିଲେ।
ଗୁରୁତର ଅବସ୍ଥାରେ ପରିବାର ଲୋକେ ତାକୁ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ରତିଙ୍କୁ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ମୃତଦେହ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ରହିଛି।...
ବଜ୍ରପାତରେ ୧୪ ବର୍ଷୀୟ ନାବାଳକ ମୃତ
ଇଅରଫୋନ ଲଗାଇ ଗୀତ ଶୁଣୁବା ବେଳେ ବଜ୍ରପାତ
ମୋବାଇଲ୍ ଚାର୍ଜରେ ଲଗାଇଥିବା ବେଳେ ଅଘଟଣ
କୋରାପୁଟ ନନ୍ଦପୁର ଡାରେଙ୍ଗବା ଗାଁରେ ଘଟଣା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।