Teenage Love Triangle Suspected in Cuttack Murder: କଟକ ମହାନଦୀ ପଠା ହତ୍ୟାକାଣ୍ଡରୁ ହଟିଲା ପରଦା, ତ୍ରିକୋଣୀୟ ପ୍ରେମକୁ ନେଇ ସନ୍ଦେହ
କଟକ ତଳ ବାଲିଯାତ୍ରା ପଡ଼ିଆ ନିକଟ ମହାନଦୀ ପଠାରେ ହୋଇଥିବା ହତ୍ୟାକାଣ୍ଡ ଉପରୁ ହଟିଛି ପରଦା। ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି କଟକ ଡିସିପି। ଜଣେ ନାବାଳକଙ୍କୁ ଅନ୍ୟ ଦୁଇ ନାବାଳକ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଥିବା କହିଛି ପୋଲିସ। ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ।
ଗୋଟିଏ ଗାଡ଼ିରେ ତିନି ନାବାଳକ ଘଟଣାସ୍ଥଳକୁ ଆସିଥିଲେ। ସେଠାରେ ଯୁକ୍ତିତର୍କ ପରେ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ଅନ୍ୟପଟେ, ଘଟଣାର ଅଧିକ ତଦନ୍ତ ପାଇଁ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ଛାନଭିନ୍ କରାଯାଇଛି। ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ ଓ ଅନ୍ୟାନ୍ୟ ଦିଗକୁ ନେଇ ତଦନ୍ତ ଜାରି ରହିଛି।...
‘ତ୍ରିକୋଣୀୟ ପ୍ରେମରୁ ମହାନଦୀ ପଠା ହତ୍ୟାକାଣ୍ଡ’
କଟକ ତଳ ବାଲିଯାତ୍ରା ପଡ଼ିଆ ମହାନଦୀ ପଠା ହତ୍ୟା ଘଟଣାର ପର୍ଦ୍ଦାଫାସ୍
ସୋସିଆଲ ମିଡିଆରେ ତ୍ରିକୋଣୀୟ ପ୍ରେମରୁ ହତ୍ୟାକାଣ୍ଡ କହିଲେ ଡିସିପି
‘ଜଣେ ନାବାଳକକୁ ଆଉ ୨ ଜଣ ନାବାଳକ ହତ୍ୟା କରିଥିବା ସ୍ପଷ୍ଟ’
‘ଗତକାଲି ସକାଳ ୭ଟାରୁ ୯ ଟା ମଧ୍ୟରେ ହତ୍ୟାକାଣ୍ଡ ଘଟିଛି’
‘ସ୍ଥାନୀୟ ସିସିଟିଭିକୁ ଯାଞ୍ଚ ପରେ ଜଣେ ଅଭିଯୁକ୍ତକୁ ଅଟକ ରଖାଯାଇଛି’
‘ଗୋଟିଏ ଗାଡ଼ିରେ ୩ ନାବାଳକ ଆସି ଯୁକ୍ତିତର୍କ କରିବା ପରେ ହତ୍ୟାକାଣ୍ଡ’
ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଦ୍ବାରା ଛାନଭିନ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।